ହେଡଲାଇନସ୍:

କୃଷକଙ୍କ ସମସ୍ୟାର ଆଠ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା ;(ଡଃ କୁମୁଦ ଚନ୍ଦ୍ର ବେହେରା)  ଖୋଦ୍ ମୂଖ୍ୟମନ୍ତ୍ରୀଙ୍କ ଜିଲ୍ଲା ବୋଲାଉଥିବା ଗଞ୍ଜାମ ଜିଲ୍ଲାରେ କୃଷକ ମାରଣ ନୀତି ତୀବ୍ରତର ହେଉଛି । ଖବରରୁ ପ୍ରକାଶ ଯେ ଚାଷୀମାନଙ୍କ ଫସଲ ପାଇଁ ବର୍ତ୍ତମାନ ସାର ର ଆବଶ୍ୟକତା ରହିଛି । ରାଜ୍ୟ ସରକାର ସମୁଦ୍ରକୁ ଶଙ୍ଖେ ଭଳି ସାର ଯୋଗାଉଥିବା ବେଳେ ଜିଲ୍ଲାରେ ପ୍ରତ୍ୟେକ ସାର ବିକ୍ରୟ କେନ୍ଦ୍ର ଗୁଡିକରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏପରିକି କେହି କେହି ନିଜର ଆବଶ୍ୟକତାକୁ ଦେଖି ଚଢାମୂଲ୍ୟରେ ମଧ୍ୟ କିଣୁଛନ୍ତି । ଏପରି ଘଟଣା ଗତ ସପ୍ତାହକ ପୂର୍ବେ ଗଞ୍ଜାମ ଜିଲ୍ଲା ବୁଗୁଡା ସହର ନିକଟସ୍ଥ ଷୋହଳ ମାଇଲ୍ ଛକରେ ଚାଷୀ ଓ ପ୍ରଶାସକ ତଥା ତହସିଲଦାର ଏବଂ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ତହସିଲଦାରଙ୍କ ସାର୍ଟ ଟି ଚିରିଯାଇଥିଲା ଯା'ଫଳରେ ସେଥିରେ ସାବ୍ଯସ୍ତ ଥିବା କେତେକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାର ତୀବ୍ର ନିନ୍ଦା କରି ଆଜି ବିଜେପି ପକ୍ଷରୁ ନଗର ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ନେତୃତ୍ବରେ ଚାଷୀଙ୍କ ସମସ୍ୟା ନେଇ ଆଠ ଦଫା ଏକ ଦାବିପତ୍ର ମୂଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ହସ୍ତାନ୍ତର କରିଥିଲେ । ଏଅବସରରେ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲିକ,ପୂର୍ବତନ ନଗର ସଭାପତି ହର ପ୍ରସାଦ ଦାଶ,ବରିଷ୍ଠ ନେତା ପ୍ରଭାକର ପଣ୍ଡା,ବିଷ୍ଣୁ ପ୍ରଧାନ,ରାଧାମୋହନ ପରିଡା,ବସନ୍ତ ସ୍ବାଇଁ ସ୍ବାଇଁ ଏବଂ କୈଳାଶ ପ୍ରଧାନ ପ୍ରମୁଖ ଶତାଧିକ କର୍ମୀ ଯୋଗଦେଇଥିଲେ ।

0
0
0
s2sdefault