ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ସଦାସର୍ବଦା ଅର୍ଥନୀତିଠାରୁ ଲୋକଙ୍କ ଜୀବନକୁ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି : ପ୍ରଣବ ପ୍ରକାଶ 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭର୍ଚୁଆଲ୍ ବୈଠକ ମାଧ୍ୟମରେ ବିଜୁ ଯୁବ ଛାତ୍ରଜନତା ଦଳର ପଞ୍ଚମ ପର୍ଯ୍ୟାୟ ସାଙ୍ଗଠନିକ ସମୀକ୍ଷା

ପଶ୍ଚିମ ଓଡିଶାର ବଲାଙ୍ଗିର, ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଜିଲ୍ଲାର ତୃଣମୂଳସ୍ତରୀୟ ସାଂଗଠନିକ କାର୍ଯ୍ୟର ସମୀକ୍ଷା କଲେ ବବି 

 ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପଞ୍ଚମ ପର୍ଯ୍ୟାୟ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ପଶ୍ଚିମ ଓଡିଶାର ବଲାଙ୍ଗିର, ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଜିଲ୍ଲାର ତୃଣମୂଳସ୍ତରୀୟ ସାଂଗଠନିକ କାର୍ଯ୍ୟକୁ ସମୀକ୍ଷା କରାଯାଇଛି ।ଏହି ଭର୍ଚୁଆଲ୍ ବୈଠକ ଜିଲ୍ଲାସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ ବହୁସଂଖ୍ୟାରେ ଯୁବ ଓ ଛାତ୍ରନେତାମାନେ ଯୋଗଦେଇ ସଙ୍ଗଠନ ସମ୍ପର୍କରେ ନିଜର ମତ ରଖିଥିଲେ । ପୂର୍ବରୁ ୪ଟି ପର୍ଯ୍ୟାୟରେ ୧୬ ଜିଲ୍ଲା ଏବଂ ୨ଟି ସାଂଗଠନିକ ଜିଲ୍ଲାର ସାଙ୍ଗଠନିକ ବୈଠକ ସମୀକ୍ଷା କରାଯାଇଥିଲା ।

ଏହି  ଭର୍ଚୁଆଲ୍ ସମୀକ୍ଷା ବୈଠକରେ  ମୁଖ୍ୟ ଅତିଥି ରୂପେ ବିଜୁଜନତା ଦଳର ସଂଗଠନ ସମ୍ପାଦକ ତଥା ବିଧାୟକ ଯାଜପୁର ଶ୍ରୀ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ପଶ୍ଚିମ ଓଡିଶାର ସାମାଜିକ ତଥା ଅର୍ଥନୈତିକ ଉନ୍ନତି, ପ୍ରଗତି ଏବଂ ସମୃଦ୍ଧି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିତି, ନେତୃତ୍ୱଏବଂ ଅବଦାନକୁ ଭୁୟସୀ ପ୍ରସଂଶା କରିଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିବଦ୍ଧତା ଅଧ୍ୟବ୍ୟବସାୟ, ତ୍ୟାଗ, ସ୍ୱଚ୍ଛଭାବମୁର୍ତ୍ତିଏବଂ ବଳିଷ୍ଠ ନେତୃତ୍ୱ ଆଧାରରେ ତଥା"୫ଟି' ଓ "ମୋ ସରକାର' କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ସମଗ୍ର ଦେଶରେ ଓଡିଶାକୁଏକ ବିକଶିତ ରାଜ୍ୟର ମାନ୍ୟତା ମିଳିଛିି । ମୁଖ୍ୟମନ୍ତ୍ରୀ ସଦାସର୍ବଦା ଅର୍ଥନୀତିଠାରୁ ଜୀବନକୁ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି,ଏହାର ସଂପ୍ରତି ଉଦାହରଣ କୋଭିଡ୍ ସୁପରିଚାଳନା ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଯୁବଛାତ୍ର ଏବଂମହିଳାମାନଙ୍କୁ ସଦାସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି । ତେଣୁ ବିଶେଷ କରି ଯୁବଛାତ୍ର ନେତୃତ୍ୱଗଣ ସମର୍ପଣ ଭାବ, ସାହସ, ତ୍ୟାଗଏବଂ ସେବା ମନୋଭାବ ଦ୍ୱାରା ନିଜକୁ ସାମାଜିକ ସେବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ ।ଏହି ଭର୍ଚୁଆଲ୍ ବୈଠକରେ  ବିଧାୟକ ବରଗଡ ଶ୍ରୀ ଦେବେଶ ଆଚାର୍ଯ୍ୟଏବଂ ବିଧାୟକ ପାଟଣାଗଡ ସରୋଜ ମେହେର ପ୍ରମୁଖ ସ୍ୱେଚ୍ଛାକୃତ ଭାବେ ଯୋଗଦାନ କରି ଯୁବଛାତ୍ରମାନଙ୍କସଙ୍ଗଠନକୁତୃଣମୂଳସ୍ତରରେ ଆହୁରୀସୁସଙ୍ଗଠିତକରିବା ପାଇଁମତାମତ ପ୍ରଦାନ କରିଥିଲେ ।

ବିଜୁଜନତା ଦଳରରାଜ୍ୟସାଧାରଣସମ୍ପାଦକ (ଯୁବବ୍ୟାପାର) ତଥା ବିଧାୟକ ଧର୍ମଶାଳା ଶ୍ରୀ ପ୍ରଣବ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ବିଧାୟକ ଚାନ୍ଦବାଲି ଶ୍ରୀ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବବ୍ୟାପାର) ତଥା ବିଜୁ ଯୁବ ଜନତା ଦଳରରାଜ୍ୟସଭାପତି  ଅମରେଶ ପତ୍ରୀଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀରାଣାପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।

 

0
0
0
s2sdefault