ହେଡଲାଇନସ୍:

"ତ୍ୟାଗକୁ ମନ୍ତ୍ର କରି ଅସହାୟ ଓ ବିପନ୍ନଙ୍କ ସେବାରେ ବ୍ରତୀ ହୁଅନ୍ତୁ "  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ବିଜୁ ଯୁବ ଛାତ୍ର ଜନତା ଦଳର ଚତୁର୍ଥ ପର୍ଯ୍ୟାୟ ଭର୍ଚୁଆଲ୍ ସାଙ୍ଗଠନିକ ସମୀକ୍ଷା ବୈଠକରେ ବବିଙ୍କ ପରାମର୍ଶ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଭର୍ଚୁଆଲ୍ ସମୀକ୍ଷା ବୈଠକ ହୋଇଯାଇଅଛି । ଆଜି ଓଡିଶାର କେନ୍ଦ୍ରାପଡା, ନୟାଗଡ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ସାଂଗଠନିକ କାର୍ଯ୍ୟକୁ ସମୀକ୍ଷା କରାଯାଇଛି ।ଏହି ଭର୍ଚୁଆଲ୍ ସମୀକ୍ଷା ବୈଠକରେ ଜିଲ୍ଲାସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଯୁବ ଓ ଛାତ୍ରନେତାମାନେ ଯୋଗଦେଇ ସଙ୍ଗଠନ ସମ୍ପର୍କରେ ନିଜର ମତ ରଖିଥିଲେ । ସମୀକ୍ଷା ବୈଠକ ପ୍ରାରମ୍ଭରେ ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଭାରତରତ୍ନ ଡଃ. ପ୍ରଣବ ମୁଖାର୍ଜୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।ଏହି ସାଙ୍ଗଠନିକ ଭର୍ଚୁଆଲ୍ ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ବିଜୁଜନତା ଦଳର ସଙ୍ଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଜେଇ ଓ ନିଟ୍ ଆଶାୟୀ ପରିକ୍ଷାର୍ଥିମାନଙ୍କ ପାଇଁ ୭ଟା ପରିକ୍ଷା କେନ୍ଦ୍ରରେ ରାଜ୍ୟସରକାରଙ୍କ ଦ୍ୱାରା ଯେଉଁ ସବୁ ସୁବ୍ୟବସ୍ଥାର ଆୟୋଜନ କରାଯାଇଛି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ  ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡିଶାର ସାଢେ ଚାରିକୋଟି ଜନସାଧାରଣ ଆମ ପରିବାର, ତେଣୁ ଯୁବଛାତ୍ର ଓଡିଶାର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟେକଟି ବିପଦ ସମୟରେ ସାହାଯ୍ୟର ହାତବଢାନ୍ତୁ । ତ୍ୟାଗକୁ ମନ୍ତ୍ର ରୂପରେ ଗ୍ରହଣ କରି ଓଡିଶାର ସମ୍ପ୍ରତ୍ତି ବନ୍ୟାରେ ପ୍ରତ୍ୟେକ ଯୁବଛାତ୍ରମାନେ ବନ୍ୟା ଅଞ୍ଚଳରେ ବନ୍ୟା ପୀଡିତଙ୍କ  ସହଯୋଗ ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଓଡିଶାର ମା' ମାନେ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆଗକୁ ଆସନ୍ତୁ, ପ୍ରତ୍ୟେକକ୍ଷେତ୍ରରେ ଆହୁରି ଉନ୍ନତି କରନ୍ତୁ ଏବଂ ମା'ମାନଙ୍କର ପ୍ରଗତି ସମୃଦ୍ଧି ସଶକ୍ତିକରଣକ୍ଷେତ୍ରରେ ଯୁବଛାତ୍ରମାନଙ୍କର ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ପରିପ୍ରକାଶ କରିଥିଲେ ।

ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବବ୍ୟାପାର) ତଥା ବିଧାୟକ ଧର୍ମଶାଳା ପ୍ରଣବ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ (ଛାତ୍ରବ୍ୟାପାର) ତଥା  ବିଧାୟକ ଶ୍ରୀ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବବ୍ୟାପାର) ତଥା ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ରଜନତା ଦଳର ରାଜ୍ୟ ସଭାପତି ଶ୍ରୀ ରାଣାପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।

0
0
0
s2sdefault