ହେଡଲାଇନସ୍:

ଦିଲ୍ଲୀରେ ବଗଲା : ବଗଲା ଧର୍ମଶାଳା ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ଡ.ସମ୍ବିତ ପାତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଘଟଣା ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ସ୍ମାରକ ପତ୍ର ପ୍ରଦାନ କରିଲେ

  • ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଯିବ

  • ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆମେ ଲଢେଇ ଜାରି ରହିବ

ଭୁବନେଶ୍ୱର,: ବହୁ ଚର୍ଚ୍ଚିତ ପୁରୀ ବଗଲା ଧର୍ମଶାଳା ମାମଲାଟି ହାଇକୋର୍ଟ ବିଚାରାଧିନ ଅଛି । ମାତ୍ର ରାଜ୍ୟ ସରକାର ଚଂଚକତା କରି ଏହି ଜମିକୁ ପ୍ଲଟିଂ କରି ବିକ୍ରି କରିଛନ୍ତି । ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନା ଅନ୍ତର୍ଗତ ପୁରୀ ତୀର୍ଥସ୍ଥାନର ବିକାଶ ଓ ସୈାନ୍ଦର୍ଯୀକରଣ ସହ ତୀର୍ଥଯାତ୍ରୀମାନେ ରହିବା ପାଇଁ ଆଇ.ଟି.ଡି.ସି. ତରଫରୁ ବଗଲା ଧର୍ମଶାଳାକୁ ୨୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ସେହି ସ୍ଥାନରେ ଜଗନ୍ନାଥ ତୀର୍ଥନିବାସ ପାଇଁ ବର୍ତମାନ ସୁଦ୍ଧା ୩ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ମାତ୍ର ରାଜ୍ୟ ସରକାର ରାତାରାତି ଏହି ନିର୍ମାଣ କାର୍ଯ୍ୟକୁ ସ୍ଥଗିତ କରି ଉକ୍ତ ଜମିକୁ ପ୍ଲଟିଂ କରି ବିକ୍ରି କରି ଦେବାର ଷଡଯନ୍ତ୍ର କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ କାର୍ଯ୍ୟ । ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ୍ ପାତ୍ର ଦିଲ୍ଲୀଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟି ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରି ଏହି ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ଉକ୍ତ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରି ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରିବାର ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀ ପାତ୍ର ସୁଚନା ଦେଇଛନ୍ତି । କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ତୀର୍ଥନିବାସ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରାଯାଇ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ଏକ ବିରାଟ ଧର୍ମଶାଳା ନିର୍ମାଣ କରାଯାଉ ବୋଲି ଶ୍ରୀ ପାତ୍ର ପୁଣି ଥରେ ଦାବୀ କରିଛନ୍ତି । ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆମେ ଲଢେଇ ଜାରି ରଖିବୁ ବୋଲି କହିବା ସହ ଆଗାମୀ ଦିନରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଇବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।

0
0
0
s2sdefault