ହେଡଲାଇନସ୍:

ଯୁବ ଛାତ୍ର ନେତୃତ୍ୱକୁ ବବି ଦେଲେ ପ୍ରେରଣାତ୍ମକ ସାଙ୍ଗଠନିକ ଗୁରୁ ଜ୍ଞାନ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବିଜୁ ଯୁବ ଛାତ୍ର ଜନତା ଦଳର ଭର୍ଚୁଆଲ୍ ମିଟିଙ୍ଗ୍ ଦ୍ୱାରା ୪ଜିଲ୍ଲାର ସାଙ୍ଗଠନିକ ସମୀକ୍ଷା ବୈଠକ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ସାଙ୍ଗଠନିକ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ମିଟିଙ୍ଗର୍ ଅୟଆରମ୍ଭ ହୋଇଯାଇଛି । ପ୍ରଥମ  ପର୍ଯ୍ୟାୟରେ ୪ଜିଲ୍ଲା ଯାଜପୁର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକର ସମସ୍ତ ଯୁବ ଓ ଛାତ୍ର ନେତା ଯୋଗଦେଇ ଦଳୀୟ ସଙ୍ଗଠନ ସମ୍ପର୍କରେ ନିଜର ମତ ପ୍ରଦାନ କରିଥିଲେ |  ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଭର୍ଚୁଆଲ୍ ମିଟିଙ୍ଗର  ଆୟୋଜନ କରାଯିବ । ଏହି ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ମିଟିଙ୍ଗ୍ ରେ ମୁଖ୍ୟ ଆକର୍ଷଣ ତଥା ମୁଖ୍ୟ ଅତିଥି ରୂପେ  ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ( ସଙ୍ଗଠନ)  ତଥା ଯାଜପୁର  ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ "ଯୁବ ଛାତ୍ର ନେତୃତ୍ୱକୁ ପ୍ରେରଣାତ୍ମକ ସାଙ୍ଗଠନିକ ମନ୍ତ୍ର ପ୍ରଦାନ କରିଥିଲେ' । ଓଡିଆ ଜାତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦରେ ନିଜର ଭାଗ୍ୟ ନିଜେ ଗଢିବ, ଓଡିଆ ଜାତିର କଳା ସଂସ୍କୃତି, ଐତିହ୍ୟ, ପରମ୍ପରା ବିଶ୍ୱରେ ଆହୁରି ଆଗକୁ ବଢିବ ଏବଂ ଯୁବ ଛାତ୍ର ନେତାମାନେ ସେବାବ୍ରତୀ ହୋଇ ଓଡିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ବିକାଶ ଦିଗରେ ଅହରହ କାର୍ଯ୍ୟକରି  ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରୀ ମଜଭୁତ  କରିବା ପାଇଁ ଶ୍ରୀ ଦାସ  ଆହ୍ୱାନ ଦେଇଥିଲେ । 

ଏହି ଅବସରରେ ଶ୍ରୀ ଦାସ "ଜୟ ଜଗନ୍ନାଥ ଜୟ ନବୀନ' ର ସ୍ଲୋଗାନ  ଦେଇ ସମସ୍ତ ଯୁବ ଛାତ୍ର ନେତାଙ୍କୁ ଉତ୍ସାହିତ  କରିଥିଲେ । ଏହି ଭର୍ଚୁଆଲ୍ ମିଟିଙ୍ଗରେ  ୪ଜିଲ୍ଲାରୁ ୨୯ନିର୍ବାଚନ ମଣ୍ଡଳୀ, ୫୬ବ୍ଲକ୍, ୧୩ଏନ୍ଏସି ଏବଂ ସମସ୍ତ ପଞ୍ଚାୟତର ଯୁବ ଛାତ୍ର ନେତାମାନେ ସାମିଲ୍ ହୋଇଥିଲେ । 

ବିଜୁ ଯୁବ ଛାତ୍ର ଜନତା ଦଳର ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ମିଟିଙ୍ଗକୁ  ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ତଥା ବିଧାୟକ ଧର୍ମଶାଳା ଶ୍ରୀ  ପ୍ରଣବ ବଳବନ୍ତରାୟ, ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ବିଧାୟକ ଚାନ୍ଦବାଲି ଶ୍ରୀ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ରାଣାପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।

 

0
0
0
s2sdefault