ହେଡଲାଇନସ୍:

ଘୋଷଣା ହେଲା ୧୫୪ ଜଣିଆ  "ଟିମ ସୁଶାନ୍ତ":ଦେଖନ୍ତୁ କିଏ କିଏ ଅଛନ୍ତି ଟିମରେ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

୨୭ ଉପଦେଷ୍ଟା , ୨୪ ଉପସଭାପତିଙ୍କ ସାଙ୍ଗକୁ ୨୩ ସାଧାରଣ ସମ୍ପାଦକ ଓ ୭୯ ସମ୍ପାଦକ  

ଭୁବନେଶ୍ୱର : ଘୋଷଣା ହେଲା ଟିମ ସୁଶାନ୍ତ ବା ବିଜେଡି ଭୁବନେଶ୍ୱର ଜିଲ୍ଲା କମିଟି | ନିକଟରେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଥିବା ବେଳେ  ଆଜି ତାଙ୍କ ଯୁମ୍ବୋ ଟିମ ଘୋଷଣା କରାଯାଇଛି | ଜିଲ୍ଲା ସଭାପତି ସୁଶାନ୍ତଙ୍କ ସୁପାରିଶ ତଥ ଦଳର ରାଜ୍ୟ ସଭାପତଙ୍କ ଅନୁମୋଦନ କ୍ରମେ ଦଳର ବହୁ ନେତାଙ୍କୁ ସ୍ଥାନିତ କରାଯାଇଛି |  ଆଉ ଟିମ ଏମିତି ଯେ କାହାର ମନ ଉଣା ହେବନି | ପ୍ରାୟତଃ ପ୍ରମୁଖ ନେତାଙ୍କୁ ପଦବୀ |  ଏହି ଟିମରେ ସଭାପତିଙ୍କୁ ପରାମର୍ଶ ଦେବାପାଇଁ ପ୍ରଥମ ଥର ପାଇଁ ୨୭ ଜଣ ପରାମର୍ଶଦାତା ବା ଉପଦେଷ୍ଟା ନିଯୁକ୍ତ ହୋଇଥିବା ବେଳେ ଉପ ସଭାପତି ନିଯୁକ୍ତ ହୋଇଛନ୍ତି  ୨୪ ଜଣ | ସାଧାରଣ ସମ୍ପାଦକ ୨୩ ଜଣ ନିଯୁକ୍ତ ହୋଇଥିବା ବେଳେ ସମ୍ପାଦକ ରହିଛନ୍ତି ୭୯ ଜଣ | ଜଣେ କୋଷାଧ୍ୟକ୍ଷ ରହିଛନ୍ତି | ଏ ନିଯୁକ୍ତି ବିଷୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି |

 

 

 

0
0
0
s2sdefault