ହେଡଲାଇନସ୍:

ମହିଳାଙ୍କୁ ସଶକ୍ତ କରିବା ଦିଗରେ ସ୍ୱାମୀ ବିବେକାନନ୍ଦଙ୍କ ବିଚାରକୁ ଅନୁସରଣ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ରାଜ୍ୟର ୪୭ ଲକ୍ଷରୁ ଉର୍ଦ୍ଧ୍ୱ ଗରିବ ମହିଳାଙ୍କ ଜୀବନଶୈଳିକୁ ଉନ୍ନତ କରିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା

• ସ୍ୱଚ୍ଛ ଭାରତ ଅଭିଯାନରେ ଓଡ଼ିଶାରେ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ

• ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବା ମଧ୍ୟରେ ଶ୍ରେଷ୍ଠ  ୫ ରାଜ୍ୟ ମଧ୍ୟରେ ଓଡ଼ିଶା

• ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ଯୋଜନା ଗ୍ରାମାଞ୍ଚଳର ୨୨ କୋଟି ମହିଳାଙ୍କୁ ସଶକ୍ତ କରିଛି

• ବେଟି ବଚାଓ ଏବଂ ବେଟି ପଢାଓ ଓଡିଶାର ଗ୍ରାମାଂଚଳରେ ଆଣିଛି ବଡ ପରିବର୍ତନ

• ୫ କୋଟି ମହିଳାଙ୍କୁ ମାତ୍ର ୧ ଟଙ୍କାରେ ସାନିଟାରି ନ୍ୟାପକିନ ଯୋଗାଯାଉଛି

• ମହିଳାଙ୍କୁ ସମାନ ସୁଯୋଗ ଦେବା ଓ ସଶକ୍ତ କରିବା ଆତ୍ମନିର୍ଭର ଭାରତର ମୂଳ ସ୍ତମ୍ଭ 

ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ)  - ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସ୍ୱାମୀ ବିବେକାନନ୍ଦଙ୍କ ବିଚାରରେ ଦୃଢ଼ ବିଶ୍ୱାସ କରିବା ସହ ଏହାକୁ ଅନୁସରଣ କରି କାମରେ ମଧ୍ୟ ଲଗାଇଛନ୍ତି  । “ମହିଳାଙ୍କ ପ୍ରତି ଆଚରଣ ଗୋଟିଏ ରାଷ୍ଟ୍ରର ପ୍ରଗତିକୁ ମାପିବାର ସବୁଠୁ ବଡ଼ ମାପକାଠି” ବୋଲି ସ୍ୱାମୀ ବିବେକାନନ୍ଦ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏହି ବିଚାରଧାରାକୁ କାମରେ ଲଗାଇବା ସହ ମହିଳାଙ୍କ ଉନ୍ନତି ତଥା ସଶକ୍ତ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ମହିଳାକୁ ସଶକ୍ତ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପଦକ୍ଷେପ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଯୋଗୁଁ ଦେଶର ଅନ୍ୟ ରାଜ୍ୟ ସମେତ ଓଡ଼ିଶାରେ ମଧ୍ୟ ପରବର୍ତ୍ତନ ଦେଖାଦେଇଛି  । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଓଡ଼ିଶାର ୪୭ ଲକ୍ଷରୁ ଉର୍ଦ୍ଧ୍ୱ ଗରିବ ମହିଳା ଏବଂ ସେମାନଙ୍କ ପରିବାରର ଜୀବନଶୈଳିକୁ ଉନ୍ନତ କରିଛି  । ଅପରପକ୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଓଡ଼ିଶାରେ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ହୋଇଛି  । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବା ମଧ୍ୟରେ ଓଡ଼ିଶା ଶ୍ରେଷ୍ଠ  ୫ ରାଜ୍ୟ ମଧ୍ୟରେ ରହିଛି  । ଦେଶର ଗରିବ ମହିଳାଙ୍କୁ ୮ କୋଟି ଏଲପିଜି ସିଲିଣ୍ଡର ପ୍ରଦାନ, ଜନଧନ ଏବଂ ମହିଳା ଶକ୍ତି କେନ୍ଦ୍ର ଭଳି ସମାବେଶୀ ଆର୍ଥିକ  ଯୋଜନା ଗ୍ରାମାଞ୍ଚଳର ୨୨ କୋଟି ମହିଳାଙ୍କୁ ସଶକ୍ତ କରିଛି  । ଏହାସହ ଦେଶର ୫ କୋଟି ମହିଳାଙ୍କୁ ମାତ୍ର ୧ ଟଙ୍କାରେ ସାନିଟାରି ନ୍ୟାପ୍କିନ୍ ଯୋଗାଇବା ଦିଗରେ ମୋଦି ସରକାର ସର୍ବଦା ଆଗୁଆ ରହିଛନ୍ତି  । କେବଳ ମହିଳାଙ୍କ ଜୀବନଶୈଳିକୁ ପରିବର୍ତନ କରିବା ନୁହେଁ ମହିଳାଙ୍କୁ ସମସ୍ତ ସମାନ ସୁଯୋଗ ଦେବା ଏବଂ ସଶକ୍ତ କରିବା ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ କରିବାର ମୂଳ ସ୍ତମ୍ଭ ହୋଇଛି । ବେଟି ବଚାଓ ଏବଂ ବେଟି ପଢାଓ ଓଡିଶା ସମେତ ଭାରତର ଗ୍ରାମାଂଚଳରେ ବଡ ପରିବର୍ତନ ଆଣିପାରିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଦେଶର ମାଆ ଓ ଭଉଣୀମାନେ ଶୌଚ ଏବଂ ଜାଳେଣୀ କାଠ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁନାହାନ୍ତି  । ନାରୀ ତୁ ନାରାୟଣୀ ଦୂରଦୃଷ୍ଟି ମାଧ୍ୟମରେ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଓ ସ୍ୱଚ୍ଛ ଭାରତ ଯୋଜନା ଆରମ୍ଭ କରି ମହିଳାଙ୍କ ଜୀବନଶୈଳିରେ ପରିବର୍ତ୍ତନ ଆଣିବା ସହ ସମ୍ମାନ ରକ୍ଷା କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

0
0
0
s2sdefault