ହେଡଲାଇନସ୍:

ଘରର ମୁରବୀମାନେ ମହିଳାଙ୍କୁ ସାନିଟାରି ନାପକିନ ଯୋଗାଇ ଦେବାର ସଂକଳ୍ପ ନିଅନ୍ତୁ:ଲେଖାଶ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଧାନମନ୍ତ୍ରୀ ମୋଦିଜୀ ଲାଲକିଲ୍ଲା ଠାରୁ ମହିଳା ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ସାନିଟାରୀ ନାପକିନର ବ୍ୟବହାରକୁ ଗୁରୁତ୍ୱ ଦେବା ପ୍ରସଙ୍ଗ

 ମହିଳାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଗୁରୁତ୍ୱ ଦେଇ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ଉପଲବ୍ଧ କରାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ

 ସାନିଟାରି ନାପକିନ ବ୍ୟବହାର କରୁନଥିବା କାରଣରୁ ମହିଳାଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି

 ଗ୍ରାମାଂଚଳରେ ୧୨ ପ୍ରତିଶତ ମହିଳା ଏବଂ ସହରାଚଂଳରେ ୫୦ ପ୍ରତିଶତ ମହିଳା ସାନିଟାରି ନାପକିନ ବ୍ୟବହାର କରୁଛନ୍ତି

 ଦେଶବ୍ୟାପୀ ମାତ୍ର ୨୦ ପ୍ରତିଶତ ମହିଳା ସାନିଟାରି ନାପକିନ ବ୍ୟବହାର କରୁଛନ୍ତି

 ଜନଷୌଧୀ କେନ୍ଦ୍ରରେ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ମିଳୁଥିବାରୁ ସାଧାରଣ ଗରିବ ମହିଳାମାନେ ଏହାର ଲାଭ ଉଠାଇ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ

ଭୁବନେଶ୍ୱର(ଶାସକ ପ୍ରଶାସକ) :ଅଗଷ୍ଟ ୧୫ ତାରିଖ ଦିନ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗରିବ ଝିଅ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଶସ୍ତାରେ ସାନିଟାରୀ ନାପକିନ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ମୋଦି ସରକାର ଦେଶବ୍ୟାପୀ ୬ ହଜାରରୁ ଅଧିକ ଜନଷୌଧୀ କେନ୍ଦ୍ରରେ ୫ କୋଟିରୁ ଅଧିକ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ଉପଲବ୍ଧ କରାଇଛନ୍ତି । ମୋଦି ସରକାର ସଦାସର୍ବଦା ମହିଳାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଗୁରୁତ୍ୱ ଦେଇ ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଧନ୍ୟବାଦ ଜଣାଇଛନ୍ତି । 

ପୂର୍ବରୁ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ଠାରୁ ସ୍ୱଚ୍ଛ ଭାରତର ଆହ୍ୱାନ ଦେଇଥିଲେ । ଏହି ଅଭିଯାନରେ ସାଧାରଣ ଜନତା ସାମିଲ ହୋଇ ସ୍ୱଚ୍ଛ ପରିବାର, ସ୍ୱଚ୍ଛ ଗାଁ ଏବଂ ସ୍ୱଚ୍ଛ ଭାରତ ଗଠନ ଦିଗରେ ଏକ ବଡ ଯୋଗଦାନ ଦେଇଥିଲେ । ଆଉ ଏବେ ଅଗଷ୍ଟ ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦିଜୀ ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଆଉ ଏକ ଆହ୍ୱାନ ଦେଇଛନ୍ତି । ପ୍ରତି ଘରେ ଝିଅ ଏବଂ ମହିଳାମାନେ ସେମାନଙ୍କର ଋତୁସ୍ରାବ ସମୟରେ ସାନିଟାରି ନାପକିନ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ଗ୍ରାମାଂଚଳରେ ୧୨ ପ୍ରତିଶତ ମହିଳା ଏବଂ ସହରାଚଂଳରେ ୫୦ ପ୍ରତିଶତ ମହିଳା ସାନିଟାରି ନାପକିନ ବ୍ୟବହାର କରୁଛନ୍ତି । ଦେଶବ୍ୟାପୀ ମାତ୍ର ୨୦ ପ୍ରତିଶତ ମହିଳା ସାନିଟାରି ନାପକିନ ବ୍ୟବହାର କରୁଛନ୍ତି । ବାକି ମହିଳାମାନେ ସାନିଟାରି ନାପକିନ ବ୍ୟବହାର କରୁନଥିବା କାରଣରୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି । ଏହା ଦ୍ୱାରା ଆଗାମୀ ଦିନରେ ସର୍ଭାଇକାଲ କ୍ୟାନସର ହେବାର ଆଶଙ୍କା ରହିଛି । ଏଣୁ ଆମେ ସମସ୍ତେ ଏହି ଅଭିଯାନ ରେ ସାମିଲ ହୋଇ ଏହାକୁ ଏକ ଆନେ୍ଦାଳନର ରୂପ ଦେବା ବୋଲି ଡ.ସାମନ୍ତସିଂହାର କହିଛନ୍ତି । 

ଜନଷୌଧୀ କେନ୍ଦ୍ରରେସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ମିଳୁଥିବାରୁ ସାଧାରଣ ଗରିବ ମହିଳାମାନେ ଏହାର ଲାଭ ଉଠାଇ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ । ଏହି ଅଭିଯାନ ପ୍ରତି ଘରେ ପ୍ରତି ମହିଳାଙ୍କ ପାଖରେ ପହଂଚାଇବା ଦରକାର । ଏହି ଅଭିଯାନରେ ଘରର ମୁରବୀ ତଥା ପୁରୁଷ ମାନେ ସାମିଲ ହୋଇ ମହିଳାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସେମାନଙ୍କୁ ସାନିଟାରି ନାପକିନ ଯୋଗାଇ ଦେବାର ସଂକଳ୍ପ ନିଅନ୍ତୁ ବୋଲି ଡ.ସାମନ୍ତସିଂହାର ଆହ୍ୱାନ ଦେଇଛନ୍ତି । 

 

0
0
0
s2sdefault