ହେଡଲାଇନସ୍:

ତେଜିଲା ବେଦାନ୍ତ ପାଉଁଶ ପୋଖରୀ ମାମଲା : ଜିଲ୍ଲା ବିଜେପି ଜିଲ୍ଲାପାଳଙ୍କୁ ପଦକ୍ଷେପ ପାଇଁ ଅଭିଯୋଗ ପତ୍ର। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପଛପଟେ ଥିବା ବେଦାନ୍ତର ପାଉଁଶ ପୋଖରୀ ଭୁଷୁଡ଼ି ପଞ୍ଚପଡ଼ା ନାଲା ଓ ଇବ ନଦୀ  ପାଣି ଦୂଷିତ ହେବା ଖବର ବର୍ତ୍ତମାନ ଆହୁରି ଜୋର ଧରିଛି। ଏ ନେଇ ବର୍ତ୍ତମାନ ଜିଲ୍ଲା ବିଜେପି ତରଫରୁ ଆଜି ଏହା ଉପରେ ପଦକ୍ଷେପ ନେଇ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ଅର୍ପଣ କରାଯାଇଛି।

ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ କରି ଜିଲ୍ଲା ବିଜେପି କର୍ମକର୍ତ୍ତା ଉଲ୍ଲେଖ କରିଛନ୍ତି ଯେ ବେଦାନ୍ତର ପାଉଁଶ ପୋଖରୀ ଯେଉଁଠାରେ କରାଯାଇଛି, ସେହି ସ୍ଥାନ ଘନ ଜନବସତି ପୂର୍ଣ୍ଣ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କେନ୍ଦ୍ରସ୍ଥଳ। ଏହା ବ୍ୟତିତ ଏଠାରୁ ଝାରସୁଗୁଡ଼ା ସହରକୁ ପାନୀୟ ଜଳ ଯୋଗାଇବା ପାଇଁ ମଧ୍ୟ ପିଏଚଡି ବିଭାଗ ବ୍ୟବସ୍ଥା କରିଅଛି। ଏହା ଲୋକଙ୍କ ପାଇଁ କ୍ଷତିକାରକ ହେବା ନେଇ କୌଣସି ସନ୍ଦେହ ନାହିଁ। ପାଉଁଶ ପୋଖରୀଟି ଭୁଷୁଡ଼ି ଯାଇ ଏହି ଜଳସ୍ରୋତରେ ମିଶୁଥିବାରୁ ଗତ ୪୮ ଘଣ୍ଟାରୁ ପାନୀୟ ଜଳ ଯୋଗାଣ ବ୍ୟାହତ ରହିଛି। 

ଏଥିପାଇଁ ଜିଲ୍ଲାପାଳଙ୍କୁ ଦେଇଥିବା ପତ୍ରରେ  ବିଜେପି ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ଏହା ମଧ୍ୟରେ ଏହି ଦୂଷିତ ପାଣି ପିଇ ସମଲେଶ୍ବରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଂକ୍ରମିତ ବ୍ୟକ୍ତିର ମାଗଣା ଚିକିତ୍ସା ବ୍ୟବସ୍ଥା ଓ ତାଙ୍କୁ କ୍ଷତିପୂରଣ ପ୍ରଦାନ, ପ୍ରଦୂଷଣ ସମ୍ବନ୍ଧୀୟ ଆଇନ ଭଙ୍ଗ ପାଇଁ ଏହି ପାଉଁଶ ପୋଖରୀକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିବାକୁ ପଦକ୍ଷେପ ଗ୍ରହଣ, ଯେଉଁ ବ୍ୟକ୍ତି ବା କମ୍ପାନୀ ମାନେ ଗୋଚର ଭୂମିରେ ହୋଇଥିବା ଏହି ପାଉଁଶ ପୋଖରୀରୁ ଲାଭ କରିଛନ୍ତି, ଜମିର ପୂର୍ବତନ ସ୍ଥିତିକୁ ଫେରାଇ ଆଣିବାକୁ ସେହିମାନଙ୍କ ପାଖରୁ ଆଦାୟ କରି ଏହାର ପୁନରୁଦ୍ଧାର କରିବାକୁ ଦାବି କରିଛନ୍ତି। ଏହା ବ୍ୟତୀତ ଏହି ଜମିରେ ଥିବା ମୋରମ ମାଟିକୁ ବେଆଇନ ଭାବରେ କିଛି ରାଜନୈତିକ ନେତା ଓ ସରକାରୀ ଅଧିକାରୀଙ୍କ ସହଯୋଗରେ ନିଜର ଅର୍ଥନୈତିକ ଲାଭ ପାଇଁ ଦୂରୁପଯୋଗ କରାଯାଇଛି ତାର ତଦନ୍ତ କରିବା ପାଇଁ ଓ ଏହାର ସମସ୍ତ ରୋୟାଲଟି ବାବଦରେ ଅର୍ଥକୁ ଆଦାୟ କରିବା ପାଇଁ ମଧ୍ୟ ଦାବି କରାଯାଇଛି। ପାଉଁଶ ପୋଖରୀର ବ୍ୟବହାର ଓ ପାଉଁଶ ନେଇ ସହର ମଧ୍ୟରୁ ଯାଉଥିବା ଗାଡ଼ି ଚଳାଚଳକୁ ମଧ୍ୟ ବନ୍ଦ କରିବାକୁ ଦାବି କରିବା ସହ ଲୋକଙ୍କୁ ପ୍ରଦୂଷଣରହିତ ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା, ଏବଂ ସମସ୍ତ ନିୟମ କାନୁନକୁ ଅଣଦେଖା କରି ଏହିପରି ବେନିୟମ କାରବାରରେ ଲିପ୍ତ ଥିବା ବେଦାନ୍ତ କମ୍ପାନୀ,ପାଉଁଶ ପରିବହନ ଓ କାରବାର ବେନିୟମ ମୋରମ ଚାଲାଣ ସହ ଜଡ଼ିତ ଥିବା ବ୍ୟକ୍ତି ଓ ଅଧିକାରୀ ମାନଙ୍କ ବିରୁଦ୍ଧରେ ଏଫ ଆଇ ଆର ଦେବାକୁ ଦାବି କରାଯାଇଛି। 

ଜିଲ୍ଲା ବିଜେପି ଅଧ୍ୟକ୍ଷ ମଙ୍ଗଲ ସାହୁଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଦିନେଶ ଜୈନ, ବିଜେପି କର୍ମୀ ପ୍ରେମସେନ ରାୟ, ପୁରୁଷୋତ୍ତମ ଥିରାନି, ବଲବିନ୍ଦର ସିଂ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ।

0
0
0
s2sdefault