ହେଡଲାଇନସ୍:

"ଗଙ୍ଗାଧର ମେହେର ଜଳସେଚନ ଏକ ମରିଚିକା"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଆଣିଲେ ଅଭିଯୋଗ 

ବରଗଡ଼ (ଶାସକ ପ୍ରଶାସକ): ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଏକ ମରିଚିକା, ଓଡିଶା ବାସୀଙ୍କୁ ଚକ୍ମା ଦେଇ ଭୋଟ ହାସଲ କରିବାରେ ବିଜୁ ଜନତା ଦଳ ସିଦ୍ଧହସ୍ତ । ନିର୍ବାଚନ ସମୟରେ କେବଳ ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେରଙ୍କୁ ମନେ ପକାନ୍ତି ବୋଲି ପଦ୍ମପୁରର ପୂର୍ବତନ ବିଧାୟକ ତଥା ବିଜେପି ଓଡିଶା କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଏକ ପ୍ରେସ୍ ଇସ୍ତାହାର ରେ ପ୍ରକାଶ କରିଛନ୍ତି  ।

ବିଜେପୁର ବିଧାୟକ ସ୍ବର୍ଗତ ସୁବଳ ସାହୁ ଦେହାନ୍ତ ପରେ ଗତ ୨୦୧୮ ମସିହା ଫେବୃୟାରୀ ମାସରେ ବିଜେପୁର ଉପ ନିର୍ବାଚନରେ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ତରବରିଆ ଗତ ୨୩ . ୧୦.୨୦୨୭ ବର୍ଷ ରେ କ୍ୟାବିନେଟ  ମିଟିଙ୍ଗ ରେ "ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ" କୁ ଅନୁମୋଦିତ କରି ଏଥି ପାଇଁ ୧୩୪୦ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚର ବ୍ୟୟ ଅଟକଳ କରାଯାଇଥିଲା  । ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବାର ଲକ୍ଷ୍ୟ  ଧାର୍ଯ୍ୟ ରଖି ୨୦୧୮ - ୧୯  ରାଜ୍ୟ ବଜେଟରେ ୨ଶହ କୋଟି ଓ ୨୦୧୯ - ୨୦ ରାଜ୍ୟ ବଜେଟ୍ ରେ ୧ ଶହ କୋଟି ର ବ୍ୟବସ୍ଥା ସରକାର କରିଥିଲେ  । ବିଜେପୁର ଠାରେ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ସ୍ଥାପନ କରି ୭ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା  । ୩ ବର୍ଷ ଭିତରେ ୩ ଶହ କୋଟି ରୁ ୩ ଟଙ୍କା ମଧ୍ୟ ଖର୍ଚ୍ଚ ହେଲା ନାହିଁ ଓ ବିଜେପୁରରେ ସ୍ଥାପିତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ ତାଲା  ପଡିଲା ।  ଆସନ୍ତା ପଞ୍ଚାୟତ ନିର୍ବାଚନ ଓ ନଗର ପାଳିକା ନିର୍ବାଚନ ସମୟରେ ପୁଣି ଥରେ ବିଜେପୁର ଭୋଟର ମାନଙ୍କୁ ଚକମା ଦେବା ପାଇଁ ନବୀନ ବାବୁ ଏ ନୁଆ ରୁପ ଦେଖାଉଛନ୍ତି ବୋଲି ଶ୍ରୀ ପୁରୋହିତ ମତ ଦେଇଛନ୍ତି  । ବିଜୁ ଜନତା ଦଳ ଭୋଟରଙ୍କୁ ପ୍ରଭାବିତ କରିବାର ଏ ବହୁରୂପୀ ଚରିତ୍ରକୁ ଓଡିଶା ବାସୀ ଠିକ୍ ଭାବେ ବୁଝି ସାରିଲେଣି  । ୨୦୧୮ ମସିହା  ଉପ ନିର୍ବାଚନ ସମୟରେ ପରେ ୨ଟି ନିର୍ବାଚନ ବେଳେ ବିଜେପୁର ର ବିକାଶ ର ଦାୟିତ୍ବ ମୋର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯେଉଁ ଘୋଷଣା କରିଥିଲେ , ଗତ ୩ ବର୍ଷ ଭିତରେ ବିଜେପୁର ନିର୍ବାଚନ ମଣ୍ଡଳୀର କଣ କଣ ବିକାଶ କଲେ ମୁଖ୍ୟମନ୍ତ୍ରୀ ଙ୍କ ଉତ୍ତର ଦେବାର ସମୟ ଆସିଛି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି  ।

 

0
0
0
s2sdefault