ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ଚାଷୀ କଲ୍ୟାଣ ଆଭିମୁଖ୍ୟ ମାର୍ଗରେ ରାଜ୍ୟସରକାର କଣ୍ଟା : ବିଜେପି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କୃଷି ଭିତିଭୂମି ପାଣ୍ଠି ଅଧୀନରେ ଏକ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟସଭାପତି 

ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଥିବାବେଳେ ବାଧକ ସାଜିଛନ୍ତି ରାଜ୍ୟସରକାର:ସମୀର 

 ପ୍ରଧାନମନ୍ତ୍ରୀ କିଷାନ ନିଧୀ ଯୋଜନାରେ ୩୭ ଲକ୍ଷ ଚାଷୀ ପ୍ରଥମ କିସ୍ତିରେ ଉପକୃତ ହୋଇଥିବା ସମୟରେ ଷଷ୍ଠ କିସ୍ତିରେ ମାତ୍ର ୪ ଲକ୍ଷ ଚାଷୀଙ୍କୁ ଅନୁଦାନ ମିଳିଛି 

 ରାଜ୍ୟସରକାର ଚାଷୀଙ୍କ ତାଲିକା ସଠିକ୍ ଭାବେ ଦେଇନଥିବା ଯୋଗୁଁ ଚାଷୀଙ୍କୁ ମିଳୁନାହିଁ ପିଏମ କିଷାନ ନିଧୀ ଅନୁଦାନ

 ପିଏମ କିଷାନ ଯୋଜନାରେ ଓଡିଶାର ଚାଷୀମାନେ ଶତ ପ୍ରତିଶତ ଲାଭ ଉଠାଇ ପାରୁନାହାଁନ୍ତି

 କୃଷି ଭିତିଭୂମି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଭିତିଭୂମି ପାଣ୍ଠିରୁ ପ୍ରଧାନମନ୍ତ୍ରୀ ୧୦୦୦କୋଟି ଟଙ୍କା ୨୨୮୦ ସମବାୟ ସମିତିକୁ ପ୍ରଦାନ 

 କୃଷି ଭିତିଭୂମି ଯୋଜନା ଦ୍ୱାରା ଚାଷୀ , ପ୍ୟାକ୍ସ, ଏଫପିଓ, କୃଷି ଉଦ୍ୟୋଗୀ ଆଦି ଉପକୃତ ହେବେ

 ରାଜ୍ୟରେ କୃଷି ବଜେଟ, କୃଷି କମିଶନ ସତ୍ୱେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଏବଂ କୃଷି ଉଦ୍ୟୋଗୀଙ୍କ ସଂଖ୍ୟା କମ୍ ରହିଛି

 ଚାଷୀମାନଙ୍କର ଅମଳ ପରବର୍ତୀ ଭିତିଭୂମିର ବିକାଶ କରିବା ପାଇଁ ରାଜ୍ୟସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରନ୍ତୁ

 ୟୁରିଆ ସାରର ବ୍ୟାପକ ଚୋରା କାରବାର ଓ କଳାବଜାରୀ ରୋକିବା ପାଇଁ ରାଜ୍ୟସରକାର ପଦକ୍ଷେପ ନିଅନ୍ତୁ 

ଭୁବନେଶ୍ୱର,(ଶାସକ ପ୍ରଶାସକ) :କରୋନା ମହାମାରୀ କୁ ପ୍ରତିହତ କରିବା ପାଇଁ ମୋଦି ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପର୍ଯ୍ୟାୟକ୍ରମେ ଏହି ପ୍ୟାକେଜର କ୍ରିୟାନ୍ୱୟନ ଆରମ୍ଭ ହୋଇଛି । ଭାରତରେ ୬୫ ପ୍ରତିଶତ ଜନସଂଖ୍ୟା କୃଷି ଏବଂ କୃଷି ଆନୁସଙ୍ଗିକ କାର୍ଯ୍ୟ କ୍ଷେତ୍ର ଉପରେ ନିର୍ଭର କରୁଛନ୍ତି । ଗତ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏକ ନୂତନ କେନ୍ଦ୍ରୀୟ ଯୋଜନା ଅରମ୍ଭ କରି କୃଷି ଭିତିଭୂମି ପାଣ୍ଠି ଅଧୀନରେ ବିଭିନ୍ନ କୃଷି ଭିତିକ ଭିତିଭୂମି ସୃଷ୍ଟି ପାଇଁ ଏକ ଲକ୍ଷ କୋଟି ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଏହି ଯୋଜନା ଦ୍ୱାରା ଚାଷୀ , ପ୍ୟାକ୍ସ, ଏଫପିଓ, କୃଷି ଉଦ୍ୟୋଗୀ ଆଦି ଉପକୃତ ହେବେ । ଅମଳ ପରବର୍ତୀ ଫସଲ ପରିଚାଳନା ଓ ସଂରକ୍ଷଣ ତଥା ଚାଷୀ ସମୁଦାୟ ଦ୍ୱାରା ବିଭିନ୍ନ ପ୍ରକାର କୃଷି ଭତିକ ନିର୍ମାଣ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ । ଏହାଫଳରେ ଚାଷୀମାନେ ସେମାନଙ୍କ ଉପôାଦିତ ସାମଗ୍ରୀ ସାଇଚି ରଖିବା ସହ ପରବର୍ତୀ ର୍ପ୍ୟାୟରେ ଅଧିକ ଦାମରେ ବିକିବାକୁ ସକ୍ଷମ ହେବେ । କ୍ୟାବିନେଟ ଅନୁମୋଦନର ୩୦ ଦିନ ଭିତରେ କୃଷି ଭିତିଭୂମି ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ଟଙ୍କା ୨୨୮୦ ସମବାୟ ସମିତିକୁ ପ୍ରଦାନ କରିଛନ୍ତି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏଭଳି ନିଷ୍ପତି ନିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଓଡିଶା ବାସୀଙ୍କ ତରଫରୁ ବିଜେପି ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି । 

ଓଡିଶାରେ ୭୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଆପଣାଇଥିବା ବିଭିନ୍ନ ଯୋଜନାକୁ ରାଜ୍ୟସରକାର ସଫଳ ରୂପାୟନ କରିବା ସହ ଚାଷୀର ଆୟ ଦ୍ୱିଗୁଣିତ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଅନ୍ତୁ । ରାଜ୍ୟରେ କୃଷି ବଜେଟ, କୃଷି କମିଶନ ସତ୍ୱେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଏବଂ କୃଷି ଉଦ୍ୟୋଗୀଙ୍କ ସଂଖ୍ୟା କମ୍ ରହିଛି । ରାଜ୍ୟସରକାର ତୁରନ୍ତ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ କୃଷି ଭିତଭୂମିର ବ୍ୟାପକ ପ୍ରଚାର ପ୍ରସାର କରି ଓଡିଶାର ଚାଷୀଙ୍କୁ ଲାଭବାନ କରାନ୍ତୁ । ଚାଷୀମାନଙ୍କର ଅମଳ ପରବର୍ତୀ ଭିତିଭୂମିର ବିକାଶ କରିବା ପାଇଁ ରାଜ୍ୟସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି । 

ପ୍ରଧାନମନ୍ତ୍ରୀ ପିଏମ କିଷାନ ଯୋଜନାରେ ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ୮.୫ କୋଟି ଚାଷୀଙ୍କ ପାଇଁ ୧୭ ହଜାର କୋଟି ପ୍ରଦାନ କରିଥିଲେ । ଏହି ପର୍ଯ୍ୟାୟ ସହିତ ସରକାର ମୋଟ ୯୦ ଜହଜାର କୋଟିରୁ ଅଧିକ ଟଙ୍କା ୧୦ କୋଟି ଚାଷୀଙ୍କୁ ୨୦୧୮ ଡିସେମ୍ବର ପହିଲାରୁ ଯୋଗାଇ ଦେଲେଣି । କିନ୍ତୁ ଓଡିଶାର ଚାଷୀମାନେ ଏହାର ଶତ ପ୍ରତିଶତ ଲାଭ ଉଠାଇ ପାରୁନାହାଁନ୍ତି । ପିଏମ କିଷାନ ଯୋଜନାର ପ୍ରଥମ କିସ୍ତିରେ ଓଡିଶାର ୩୬ ଲକ୍ଷ୭୦ ହଜାର ୪୮୯ ଜଣଙ୍କୁ ଅନୁଦାନ ମିଳିଥିଲା  । ଦ୍ୱିତୀୟ କିସ୍ତିରେ ୩୧ ଲକ୍ଷ ୫୮ ହଜାର ୫୮୯, ତୃତୀୟ କିସ୍ତିରେ ୨୩ ଲକ୍ଷ ୯୭ ହଜାର ୭୨୩, ଚତୁର୍ଥ କିସ୍ତିରେ ୨୦ଲକ୍ଷ ୭୬ ହଜାର ୮୯୪, ପଂଚମ କିସ୍ତିରେ ଏହି ସଂଖ୍ୟା ହ୍ରାସ ପାଇ ୧୭ ଲକ୍ଷ ୭୦ ହଜାର ୨୭୧ ହୋଇଛିି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଥିବାବେଳେ ରାଜ୍ୟସରକାର ବାଧକ ସାଜିଛନ୍ତି । ରାଜ୍ୟସରକାର ପ୍ରଧାନମନ୍ତ୍ରୀ କିଷାନ ନିଧୀ ଯୋଜନାରେ ଚାଷୀଙ୍କ ଚାଲିକା ସଠିକ୍ ଭାବେ ଦେଇ ନଥିବା କାରଣରୁ ୩୭ ଲକ୍ଷ ଚାଷୀରୁ ଏବେ ୪ ଲକ୍ଷରେ ପହଂଚିଛି । ଏଥି ପାଇଁ କିଏ ଦାୟୀ ରାଜ୍ୟସରକାର ଆଗ ସ୍ପଷ୍ଟ କରନ୍ତୁ । ଚାଷୠତୁରେ ୟୁରିଆ ସାରର ବ୍ୟାପକ ଚୋରା କାରବାର ଓ କଳାବଜାରୀ ଯୋଗୁଁ ଚାଷୀ ସାର ନପାଇଁ ହନ୍ତସନ୍ତ ହେବା ସହ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏ ଦିଗରେ ରାଜ୍ୟସରକାର ଯଥାଶୀଘ୍ର ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି । 

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ଯତିନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault