ହେଡଲାଇନସ୍:

ସ୍ବେଚ୍ଛାକୃତ ପ୍ଲାଜମା ଦାନ କଲେ ନୟାଗଡ଼ର ଦୁଇ ବ୍ୟକ୍ତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ (ବିଶ୍ୱଜିତ ନାୟକ ) - ସାରା ଭାରତ ବର୍ଷରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଥିବା ବେଳେ ଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ମଧ୍ୟ ଘରକୁ ଫେରୁଛନ୍ତି । କିଛି ଗୁରୁତର ରୋଗୀ ପ୍ରାଣ ହରାଉଛନ୍ତି ଏହି ରୋଗରେ | ତେଣୁ କରୋନା ଜନିତ ମୃତ୍ୟୁକୁ  ହ୍ରାସ କରିବା ପାଇଁ  କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସୁସ୍ଥ ହୋଇଥିବା ଵ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅନେକ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇସାରି ସ୍ୱେଚ୍ଛାକୃତ ଭାବରେ ନିଜର ପ୍ଲାଜମା ଦାନ କରୁଛନ୍ତି । ଏପରି ଦୁଇଜଣ ବ୍ୟକ୍ତି ନୟାଗଡ଼ ଜିଲ୍ଲା ନୁଆଗାଁ ବ୍ଲକର ଉମାକାନ୍ତ ତ୍ରିପାଠୀ ଏବଂ ରାଜକିଶୋର ସାହୁ ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଭୁବନେଶ୍ୱର ମୁଖ୍ୟଚିକିତ୍ସାଳୟରେ ନିଜର ପ୍ଲାଜମା ଦାନ କରିଛନ୍ତି ।ଏହି ଦୁଇଜଣଙ୍କ ଏପରି ମହାନ ଦାନ ପାଇଁ ଆଉ ଚାରିଜଣ ଗୁରୁତର ରୋଗୀ ସୁସ୍ଥ  ହୋଇପାରିବେ ।

ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ନିଜ ବାସଭବନରେ ଏହି ଦୁଇଜଣ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି । "କରୋନାରୁ ସୁସ୍ଥ ହୋଇ ଫେରିଥିବା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଉମାକାନ୍ତ ତ୍ରିପାଠୀ ଏବଂ ରାଜକିଶୋର ସାହୁ ପ୍ଲାଜମା ଦାନ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି | ସେମାନଙ୍କ ପାଇଁ ଚାରିଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇପାରିବେ , ସେଥିପାଇଁ ସେମାନେ ମଧ୍ୟ ଅତ୍ୟନ୍ତ ଆନନ୍ଦିତ" ବୋଲି ମନ୍ତ୍ରୀ ଡ଼ ସାହୁ ଏକ ଟୁଇଟରେ ସୂଚନା ଦେଇଛନ୍ତି |  ସୂଚନାଯୋଗ୍ୟ ଯେ ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯିବା ପରେ ମନ୍ତ୍ରୀ ଡ଼ ସାହୁ ଜିଲ୍ଲାର ବିଧାୟକମାନଙ୍କ ସହ ଏ ନେଇ ଆଲୋଚନା କରିଥିଲେ | ପରେ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟକଙ୍କୁ ଏଥିପାଇଁ ମଧ୍ୟ ଅନୁରୋଧ କରୀଥିଲେ | 

0
0
0
s2sdefault