ହେଡଲାଇନସ୍:

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ “ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ” ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଂଗୃହୀତ ହେଲା ୪୦ ୟୁନିଟ ରକ୍ତ 

ଭୁବନେଶ୍ଵର : କ୍ରାନ୍ତି ଦିବସ ଠାରୁ ସ୍ୱତନ୍ତ୍ରତା ଦିବସ ପର୍ଯ୍ୟନ୍ତ ବିଜୁ ଜନତା ଦଳର  “ଓଡିଶା ମୋ ପରିବାର-ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ଅନ୍ତର୍ଗତ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ ଅଭିଯାନର ଦ୍ଵିତୀୟ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଜାରି ରହିଛି | ଏହି କ୍ରମରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭରତପୁର ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ ଶିବିର | 

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁର ଆବାହକ ଅରୂପ ପଟ୍ଟନାୟକ, ବିଧାୟକ ସୁଶାନ୍ତ କୁମାର ରାଉତ, ନିର୍ବାଚନ ମଣ୍ଡଳୀ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଏକାମ୍ର ସଂଯୋଜକ ଅଶ୍ଵିନୀ ସୁନ୍ଦରାୟ, ସୁବାସ ପାତ୍ର  ଓ ବିଜେଡି ଦଳର ଅନେକ ପୂର୍ବତନ କର୍ପୋରେଟର ଅମରେଶ ଜେନା, ସମୀର ପ୍ରଧାନ, ମଣ୍ଟୁ ନନ୍ଦ, ଭାରତୀ ସିଂ, ମାନସୀ ସୁନ୍ଦରାୟ, (ସମାଜସେଵୀ) ମିହିର କୁମାର ରାଉତ, ହରେକୃଷ୍ଣ ନାୟକ, ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ଯୁବ ବିଜେଡି ନେତା କିଶୋର ସ୍ବାଇଁ, ଲୋକେଶ କୁମାର, ଅକ୍ଷୟ ସ୍ବାଇଁ, ବାଣୀ କଲ୍ୟାଣ, ସୌମ୍ୟ ରଞ୍ଜନ ପ୍ରଧାନ, ଯୋଗଦାନ କରିଥିଲେ ଓ ସ୍ଥାନୀୟ ବିଜେଡି ନେତା ସୁଲେଖ ରଥ , ଆଲୋକ କୁମାର ପାଣିଗ୍ରାହୀ, ଦିଲେଶ୍ କୁମାର ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ଓ ୪୦ ୟୁନୀଟ ରକ୍ତ ସଂଗ୍ରହ କରାଗଲା। ସମସ୍ତ ରକ୍ତଦାତାମାନଙ୍କୁ “ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ” ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

 

0
0
0
s2sdefault