ହେଡଲାଇନସ୍:

କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ : 'ଓଡ଼ିଶା ମୋପରିବାର-ଜୀବନବିନ୍ଦୁ' ଆନୁକୁଲ୍ୟରେ ଶୁଭ ଉଦ୍ଘାଟିତ ହେଲା ରକ୍ତଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ରାଜ୍ୟରେ ୩୦ଟି ଜିଲ୍ଲା ସଦର ମହକୁମାରେ ଏକ ସାଙ୍ଗରେ ଆରମ୍ଭ ହେଲା  ସପ୍ତାହବ୍ୟାପୀ ଅଭିଯାନ

  •  ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ, ପ୍ରଥମଦିନରେ ସଂଗ୍ରହ ହେଲା ୧୪୫୦ରୁ ଉର୍ଦ୍ଧ୍ବ ୟୁନିଟ୍ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୁଲ୍ୟରେ ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାଠାରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଅଭିଯାନର ଶୁଭାରମ୍ଭ ହୋଇଛି।ଏହି ରକ୍ତଦାନ ଶିବିର ଅଭିଯାନ ଅଗଷ୍ଟ୯ ତାରିଖ କ୍ରାନ୍ତିଦିବସ ଠାରୁ ଆରମ୍ଭ ହୋଇ ଅଗଷ୍ଟ୧୫ ତାରିଖ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବ ।୧୦ ହଜାର ୟୁନିଟ୍  ରକ୍ତ ସଂଗ୍ରହ କରିବା ଏହି ଅଭିଯାନର ଲକ୍ଷ୍ୟ ରଖାଯାଇଛି ଏହି ଅଭିଯାନ ଅନ୍ତର୍ଗତ | 

ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଓଡ଼ିଶା ମୋ ପରିବାର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ ଉଦ୍ଘାଟନ କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ମୁଖ୍ୟ ସଂଯୋଜକ ତଥା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଶ୍ରୀଅଶୋକ ଚନ୍ଦ୍ର ପଣ୍ଡା,ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ମୁଖ୍ୟ ସହ-ସଂଯୋଜକ ତଥା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ,ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର,ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ଅନନ୍ତନାରାୟଣ ଜେନା, ଭୁବନେଶ୍ୱର(ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସେହିପରି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାଠାରେ ସ୍ଥାନୀୟ ସାଂସଦ, ବିଧାୟକ ଓ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଏବଂ ସହ-ସଂଯୋଜକଙ୍କ ଉପସ୍ଥିତିରେଏହି କାର୍ଯକ୍ରମର ଶୁଭାରମ୍ଭ ହୋଇଛି | ସପ୍ତାହବ୍ୟାପୀ ହେବାକୁଥିବା ଏହି ରକ୍ତଦାନ ଶିବିରର ପ୍ରଥମ ଦିନରେ ୨୯ ଟି ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ଏବଂ ୧୪୫୦ ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।ତେବେ ଏହି ରକ୍ତଦାନ ଶିବିର ଗୁଡିକରେ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ସଂଜୟ କୁମାର ଦାସ ବର୍ମା, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଡଃ. ଅରୁଣ କୁମାର ସାହୁ, ଶ୍ରୀ ପ୍ରତାପ ଜେନା, ଶ୍ରୀ ସୁଶାନ୍ତ ସିଂହ, ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀମତୀ ମଂଜୁଲତା ମଣ୍ଡଳ, ଶ୍ରୀ ନିରଂଜନ ପୂଜାରୀ, ଶ୍ରୀ ରୋହିତ ପୂଜାରୀ, ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀ ରବିନ୍ଦ୍ର ଜେନା, ଶ୍ରୀ ମହେଶ୍ୱର ମହାନ୍ତି, ଶ୍ରୀ ସଂଜୀବ ମଲ୍ଲିକ, ଶ୍ରୀ ମନୋହର ରନ୍ଧାରୀ, ଶ୍ରୀ ଦେବେଶ ଆଚାର୍ଯ୍ୟ, ଶ୍ରୀ ପ୍ରଭାତ ବିଶ୍ୱାଳ, ଶ୍ରୀମତୀ ଚନ୍ଦ୍ରାଣୀ ମୂର୍ମୁ, ଶ୍ରୀ ବଦ୍ରି ନାରାୟଣପାତ୍ର, ଶ୍ରୀ ନଳିନୀ ପ୍ରଧାନ, ଡଃ. ରାସେଶ୍ୱରୀ ପାଣିଗ୍ରାହୀ, ଶ୍ରୀ ସିଦ୍ଧାର୍ଥ ଦାସ, ଶ୍ରୀ ପ୍ରକାଶ ମାଝୀ, ଶ୍ରୀ ରମେଶ ମାଝୀ, ଶ୍ରୀ ଜଗନ୍ନାଥ ସାରକା, ଶ୍ରୀମତୀ ମିନାକ୍ଷୀ ମହାନ୍ତ, ଶ୍ରୀ ଗୌରହରି ମିଶ୍ର, ଶ୍ରୀ ରଘୁରାମ ପୋଡ଼ାଲ, ଶ୍ରୀଈଶ୍ୱର ପାଣିଗ୍ରାହୀ, ଶ୍ରୀପ୍ରେମାନନ୍ଦ ନାୟକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ସୁନିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କରୋନା ମହାମାରୀର ଲକ୍ଡାଉନ୍  ପରିସ୍ଥିତିରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ |

0
0
0
s2sdefault