ହେଡଲାଇନସ୍:

ଡ଼ିଜିପିଙ୍କ ପ୍ରତିଶୃତି ପରେ ବିଜେପି ଗଣଧାରଣାରୁ ଓହରିଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଦୁର୍ନୀତି ଗ୍ରସ୍ତ ତଥା ନିଲମ୍ବିତ ପୂର୍ବତନ ବେତନଟୀ  ତହସିଲଦାର ଅନିଷା ଦାସଙ୍କୁ ଗିରଫ ସହ କାର୍ଯ୍ୟରୁ ବରଖାସ୍ତ କରାଯିବା, ଜିଲ୍ଲାରେ ସମସ୍ତ ଚୋରା ଖଣି ଓ ବାଲି ଖାଦାନରୁ ଖଣିଜ ସମ୍ପଦର ଚୋରା ଚାଲାଣକୁ କ୍ରାଇବ୍ରାଞ୍ଚ ଦ୍ୱାରା ତଦନ୍ତ କରାଯିବା ଏବଂ ଏଥିରେ ସମ୍ପୃକ୍ତ ସରକାରୀ ଅଫିସର ଓ ମାଫିଆମାନଙ୍କୁ ଗିରଫ କରାଯିବା, ଜିଲ୍ଲା ଓ ରାଜ୍ୟ ବାହାରକୁ ବେଧଡ଼କ ଭାବେ ଚାଲିଥିବା ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ଓ ଲୁଟକୁ ଅବିଳମ୍ବେ ବନ୍ଦ କରାଯିବା, ଖଣି ମାଫିଆ- ତହସିଲଦାର-ଜିଲ୍ଲାପାଳ- ମନ୍ତ୍ରୀ – ନେତାମାନଙ୍କ ମଧ୍ୟରେ ଗଢ଼ି ଉଠିଥିବା ମଧୁଚନ୍ଦ୍ରିକାକୁ ବନ୍ଦ କରାଯିବା ଆଦି ୧୦ ଦଫା ଦାବିକୁ ନେଇ ବିଜେପି ପକ୍ଷରୁ ଗତ ଅଗଷ୍ଟ ୬ରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ବିଜେପିର ଲୋକସଭା ସାଂସଦ, ୫ ବିଧାୟକ ପ୍ରମୁଖଙ୍କ ସମେତ ଜିଲ୍ଲା ସଭାପତି ଓ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଜାରି ରହିଥିବା ଗଣଧାରଣା ଡ଼ିଜିପିଙ୍କ ପ୍ରତିଶୃତି ପରେ ପ୍ରତ୍ୟାହୃତ ହୋଇଛି । ଏଥି ସହିତ ଖୁବ ଶୀଘ୍ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଅବଗତ କରାଇବାକୁ ଯାଉଛନ୍ତି ବୋଲି ବିଜେପିର ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଙ୍ଗଠନର ସଭାପତି କାନ୍ଦ୍ରା ସୋରେନ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଏବିଷୟରେ ଆଜି ଡ଼ିଜିପିଙ୍କ ସହିତ ଆଲୋଚନା କରିବା ପରେ  ନିଲମ୍ବିତ ପୂର୍ବତନ ବେତନଟୀ  ତହସିଲଦାର ଅନିଷା ଦାସଙ୍କୁ ଗିରଫ ସହ ସମସ୍ତ ଦାବିଗୁଡ଼ିକ ଉପରେ ବିହିତ ପକ୍ଷେପ ଗ୍ରହଣ କରିବାର ନିର୍ଭର ପ୍ରତିଶ୍ରୁତି ଦେଇଥିବାରୁ ଗଣଧାରଣାରୁ ବିଜେପି ଓହରି ଆସିଲା ବୋଲି ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଙ୍ଗଠନର ସଭାପତି ଶ୍ରୀସୋରେନ ପ୍ରକାଶ କରିଛନ୍ତି । 

 

0
0
0
s2sdefault