ହେଡଲାଇନସ୍:

କୋଭିଡ୍୧୯ ବିପତ୍ତିକୁ ନେଇ ଯୁବ ବିଜେଡିର ରାଜ୍ୟସ୍ତରୀୟ ଭର୍ଚ୍ୟୁଏଲ ସମୀକ୍ଷା ବୈଠକ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 
  • କରୋନା ଭଳି ତିରୋଟ କାଳରେ ଯୁବ ବିଜେଡିର ଲୋକହିତକର କାର୍ଯ୍ୟକ୍ରମକୁ ପ୍ରଶଂସା 

  • ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ସହ ପ୍ଲାଜମାଦାତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ପ୍ରସ୍ତାବ 

ସମଗ୍ର ରାଜ୍ୟରେ କୋଭିଡ ବିପତ୍ତି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁ ଯୁବ ଜନତା ଦଳ ତରଫରୁ ସମସ୍ତ ଯୁବ ବିଜେଡି ଜିଲ୍ଲା ସଭାପତିମାନଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ଯୁବ ବିଜେଡି ରାଜ୍ୟ ସଭାପତି  ଅମରେଶ ପତ୍ରୀଙ୍କ ନେତୃତ୍ୱରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ  ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ତଥା ବିଜେଡି ଆଇଟି ୱିଙ୍ଗ୍ ମୁଖ୍ୟ ଡଃ. ଅମର ପଟ୍ଟନାୟକ ଯୋଗଦେଇଥିଲେ । ମୁଖ୍ୟ ଆକର୍ଷଣ ଭାବେ ନୂତନ ଭାବେ ଦାୟିତ୍ୱ ନେଇଥିବା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଯୁବ ବ୍ୟାପର ତଥା ବିଧାୟକ  ପ୍ରଣବ ବଳବନ୍ତରାୟ,  ଅତିଥି ଭାବେ ସାଧାରଣ ସମ୍ପାଦକ ଛାତ୍ର ବ୍ୟାପର ବ୍ୟେମକେଶ ରାୟ ଯୋଗଦେଇଥିଲେ । ଆଇଟି ଓ ଇଟି ଏବଂ ଯୁବ ବିଜେଡି ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ରଞ୍ଜିତ ମହାପାତ୍ର, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତି, ମହାସଚିବ ଶିଶିର ପରିଜା ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇଥିଲେ । 

  ଏହି ବୈଠକରେ କୋଭିଡ୍ ସମୟରେ ଯୁବଜନତାର ଭୂମିକା ଓ କରୋନା ପରି ତିରୋଟ କାଳରେ  ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ   ଯୁବବିଜେଡି ଜିଲ୍ଲା ସଭାପତି ଓ ଜିଲ୍ଲା କର୍ମକର୍ତ୍ତା ନିରବଚ୍ଛିନ୍ନ ଭାବେ କାର୍ଯ୍ୟକ୍ରମ ଜାରି ରଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଥିଲା ଓ ଆଗାମୀ ଦିନ ପାଇଁ କାର୍ଯ୍ୟପନ୍ଥା  ସ୍ଥିରୀକୃତ ହୋଇଥିଲା । 

ନୂତନ ଭାବେ ଦାୟିତ୍ୱ ନେଇଥିବା ଦଳର ସାଧାରଣ ସମ୍ପାଦକ ଯୁବବ୍ୟାପାର ବିଧାୟକ ପ୍ରଣବ ବଳବନ୍ତରାୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଥେୟ କରି ସମସ୍ତ ପ୍ରସ୍ତାବ ଓ କାର୍ଯ୍ୟପନ୍ଥାକୁ ବର୍ତ୍ତମାନର ଜଟିଳ ପରିସ୍ଥିତିରେ ନୂତନ ଜ୍ଞାନକୌଶଳକୁ ବିନିଯୋଗ କରି ସମ୍ପାଦନ କରିବା ସହ ସଙ୍ଗଠନକୁ ଲୋକାଭିମୁଖୀ ଭାବେ ଆହୁରୀ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦେଇଥିଲେ । 

ଏହି ବୈଠକରେ ମୁଖ୍ୟ ଅତିଥି ଡଃ. ଅମର ପଟ୍ଟନାୟକ ପ୍ଲାଜମା ଦାନ ଉପରେ ବିଶେଷ ଭାବେ ଗୁରୁତ୍ୱ ଦେଇଥିଲେ | ସେହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ମାନେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ କି କିଭଳି ଭାବେ ବିଭିନ୍ନ ସ୍ଥାନରେ କୋଭିଡ୍ ସଂକ୍ରମିତ ଓ ତାଙ୍କର ପରିବାର ସମାଜରେ ବାସନ୍ଦ ଓ ନିନ୍ଦିତ ପରିସ୍ଥିତିର ସାମ୍ନା କରୁଛନ୍ତି । ଏଣୁ ଆଗାମୀ ଦିନରେ ସେମାନଙ୍କୁ ଦୁଇଟି ଜୀବନ ବଞ୍ଚାଇବା ପାଇଁ ପ୍ଲାଜମା ଦାନ ପ୍ରତି ପ୍ରୋତ୍ସାହିତ  କରିବା ସହ ପ୍ଲାଜମା ଦାତାମାନଙ୍କୁ ସମ୍ମାନିତ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା  | ମୁଖ୍ୟ ଅତିଥି ଏହି ସଚେତନତା କାର୍ଯ୍ୟକ୍ରମକୁ ଆଗାମୀ ଦିନରେ କିଭଳି ଭାବେ ସଫଳ କରାଯିବ ତାର ଦାୟିତ୍ୱ ନେଇଥିଲେ । 

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ “ପ୍ରତିଟି ଜୀବନ ମୂଲ୍ୟବାନ” ଏହି ପ୍ରରିପ୍ରେକ୍ଷୀରେ ପ୍ଲାଜମା ଦାନ ଓ ମୋ ପରିବାର ଆନୁକୂଲ୍ୟରେ କ୍ରାନ୍ତି  ଦିବସଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ହେବାକୁ ଥିବା ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ରାଜ୍ୟ ସଭାପତି ଶ୍ରୀ ପତ୍ରୀ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଭାପତିଙ୍କ ଦ୍ୱାରା ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସି ମାଧ୍ୟମରେ ପରବର୍ତ୍ତୀ ସମୟରେ ମଧ୍ୟ ଜାରି ରହିବ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଯୁବବିଜେଡି ସମ୍ପାଦକ ତଥା ରାଜ୍ୟ ଆଇଟି ସଂଯୋଜକ ତାରିଣୀ ପ୍ରସାଦ ନାୟକ । 

 

0
0
0
s2sdefault