ହେଡଲାଇନସ୍:

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ କାର୍ଯ୍ୟକ୍ଷମ କରାଇବାରେ ରାଜ୍ୟସରକାର ବିଫଳ :ଦିଲୀପ ମହାନ୍ତି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ରାସ୍ତା ପାର୍ଶ୍ୱ  ଉଠାଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର) ଚିହ୍ନଟ ପକ୍ରିୟା କେବେ ହୋଇଥିଲା ଓ  କଟ ଅଫ ତାରିଖ କେବେ ଥିଲା ?

 ରାଜ୍ୟ ସରକାରଙ୍କ କୈାଣସି ୱେବ୍ସାଇଟରେ  ଷ୍ଟ୍ରିଟ୍ ଭେଣ୍ଡରଙ୍କ ତାଲିକା କାହିଁକି ପ୍ରକାଶ କରାଯାଇନାହିଁ ?

 ରାଜ୍ୟରେ ଥିବା ୫ଟି ମହାନଗର ନିଗମ, ୪୮ଟି ମୁନିସିପାଲଟି ଓ ୬୧ଟି ଏନ୍ଏସି ଗୁଡିକରେ ଷ୍ଟ୍ରିଟ୍ ଭେଣ୍ଡରଙ୍କ ତାଲିକା କାହିଁକି ସାର୍ବଜନୀନ ହୋଇନି  ?

 ଶାସକ ବିଜେଡି ମୁଖପାତ୍ରଙ୍କ ଲିଖିତ ବୟାନ ଅନୁଯାୟୀ  ୪୫,୬୦୦ଟି ରାସ୍ତା ପାର୍ଶ୍ୱ ଉଠା ଦୋକାନୀମାନଙ୍କର ତାଲିକା ସରକାର କେଉଁଠୁ ଆଣିଲେ ?

 ଷ୍ଟ୍ରିଟ୍ ଭେଣ୍ଡର ଚିହ୍ନଟ ତାଲିକା ଭୁଲ  ଅଛି କହି ତାଙ୍କୁ ପୁଣି ଟଙ୍କା ଫେରାଇବା ପାଇଁ ନିର୍ଦ୍ଦେଶ ଦେବେନି  ତ ରାଜ୍ୟସରକାର?

 ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଉଠାଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର)ଙ୍କ ପାଇଁ ଲାଗୁ କରିଥିବା ଯୋଜନାକୁ ସମୀକ୍ଷା କରିଥିଲେ, ଦେଶର ୨ ଲକ୍ଷ ୬୦ ହଜାରରୁ ଉର୍ଧ୍ଵ ଷ୍ଟ୍ରିଟ୍ ଭେଣ୍ଡର ୧୦ ହଜାର ଟଙ୍କା ପାଇଁ ଆବେଦନ କରିଛନ୍ତି । ଓଡିଶାରେ ଏହାର ସଂଖ୍ୟା କେତେ ?

ଭୁବନେଶ୍ୱର(ଶାସକ ପ୍ରଶାସକ)  :ରାସ୍ତା ପାର୍ଶ୍ୱ  ଉଠା ଦୋକାନୀମାନଙ୍କୁ (ଷ୍ଟ୍ରିଟ୍ ଭେଣ୍ଡର)ବୀମା ଭୃକ୍ତ କରାଇ ପ୍ରିମିୟମ ରାଶି ରାଜ୍ୟସରକାର ଦେବା ପାଇଁ ବିଜେପି ପକ୍ଷରୁ ଚଳିତ ମାସ ୨୪ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବୀ କରାଯାଇଥିଲା । ଏହାର ଜବାବରେ ସରକାରୀ ଦଳମୁଖପାତ୍ର କିଛି ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ, ରାଜ୍ୟ ସରକାର ଜଣ ପିଛା ୩୦୦୦ ହଜାର ଟଙ୍କାକରି ୪୫,୬୦୦ ଜଣ ରାସ୍ତା ପାର୍ଶ୍ୱ  ଉଠା ଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର)ଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି । କିନ୍ତୁ ଏଭଳି କୋଣସି ତଥ୍ୟ ରାଜ୍ୟ ସରକାରଙ୍କ କୈାଣସି ୱେବ୍ସାଇଟରେ  କିମ୍ବା କୈାଣସି ମହାନଗର ନିଗମ, ମୁନିସିପାଲଟି, ଏନ୍ଏସି ଗୁଡିକର ୱେବସାଇଟରେ  ଉପଲବ୍ଧ ନାହିଁ । ତେଣୁ ଶାସକ ଦଳର ମୁଖପାତ୍ର ଏଭଳି ଭ୍ରମାତ୍ମକ ବକ୍ତବ୍ୟ ନଦେଇ ଏହି ତଥ୍ୟଟି କେଉଁଠୁ ପାଇଲେ ଓ ଏହାର ସତ୍ୟତା ପ୍ରକାଶ କରିବାକୁ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଦାବୀ କରିଛନ୍ତି । ରାଜ୍ୟ ସରକାରଙ୍କ କୈାଣସି ୱେବ୍ସାଇଟରେ  ରାସ୍ତା ପାର୍ଶ୍ୱ  ଉଠା ଦୋକାନୀଙ୍କ(ଷ୍ଟ୍ରିଟ୍ ଭେଣ୍ଡର) ତାଲିକା କାହିଁକି ପ୍ରକାଶ କରାଯାଇନାହିଁ ?

ଶାସକ ବିଜେଡି ମୁଖପାତ୍ରଙ୍କ ବକ୍ତବ୍ୟ ଅନୁଯାୟୀ ମହାନଗର ନିଗମ ଗୁଡିକରେ ଥିବା ୪୫,୬୦୦ଟି ରାସ୍ତା ପାଶ୍ୱର୍ ଉଠା ଦୋକାନୀମାନଙ୍କର(ଷ୍ଟ୍ରିଟ୍ ଭେଣ୍ଡର) ସଠିକ୍ ଚିହ୍ନଟ ହୋଇଛି ତ? ରାଜ୍ୟରେ ଥିବା ୫ଟି ମହାନଗର ନିଗମ, ୪୮ଟି ମୁ୍ୟନିସିପାଲଟି ଓ ୬୧ଟି ଏନ୍ଏସି ଗୁଡିକରେ ରାସ୍ତା ପାର୍ଶ୍ୱ ଉଠାଦୋକନୀଙ୍କ(ଷ୍ଟ୍ରିଟ୍ ଭେଣ୍ଡର) ତାଲିକା କାହିଁକି ସାର୍ବଜନୀନ କରାଯାଇ ନାହିଁ ? ରାସ୍ତା ପାଶ୍ୱର୍ ଉଠା ଦୋକାନୀ (ଷ୍ଟ୍ରିଟ୍ ଭେଣ୍ଡର)ଚିହ୍ନଟ ପକ୍ରିୟା କେବେ କରାଯାଇଥିଲା ? ରାସ୍ତା ପାର୍ଶ୍ୱ  ଉଠାଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର) ଚିହ୍ନଟ ତାଲିକା ଭୃଲ ଅଛି କହି ତାଙ୍କୁ ପୁଣି ଟଙ୍କା ଫେରାଇବା ପାଇଁ ନିର୍ଦ୍ଦେଶ  ଦେବେ ନାହିଁ ତ ? ଏହି ଭଳି ୫ଟି ପ୍ରଶ୍ନର ଜବାବ୍ ଦେବା ପାଇଁ ଶ୍ରୀ ମହାନ୍ତି ଉଭୟ ଶାସକ ବିଜେଡି ଏବଂ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିଛନ୍ତି । ୨୪ ମାର୍ଚ୍ଚ ୨୦୨୦ ତାରିଖ ପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇଥିବା ରାସ୍ତା ପାର୍ଶ୍ୱ  ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର)ତାଲିକାକୁ ଏହି ଯୋଜନାରେ ସାମିଲ୍  ହେବା ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି । ମାତ୍ର ଏହି ଅବଧିକୁ ଜୁନ୍ ୧, ୨୦୨୦କୁ ବୃଦ୍ଧି କରିବା ପାଇଁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଯୋଜନାରେ ଉଠା ଦୋକାନି ମାନଙ୍କ ପାଇଁ ୧୦ ହଜାର ଟଙ୍କାର ବିନା ବନ୍ଧକରେ ଋଣର ବ୍ୟବସ୍ଥା କରିଛନ୍ତି ।

୨୫ ତାରିଖରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ସମୀକ୍ଷା କରିଥିଲେ । ଦେଶର ୨ ଲକ୍ଷ ୬୦ ହଜାରରୁ ଉର୍ଧ୍ଵ  ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର) ୧୦ ହଜାର ଟଙ୍କା ପାଇଁ ଆବେଦନ କରିଛନ୍ତି । ୬୪ ହଜାର ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର)ଙ୍କୁ ଋଣ ଯୋଗାଇ ଦେବା ନେଇ ମଂଜୁରୀ ମିଳିଛି ଏବଂ ୫୬୦୦ ଜଣ ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର)ଙ୍କୁ ବ୍ୟାଙ୍କ ୧୦ ହଜାର ଲେଖାଏଁ ଦେଇ ସାରିଲାଣି । ଏକଥାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଯେ, ଏହି ସହାୟତା ରାଶି ପାଇବା ପାଇଁ ଓଡିଶାରେ କେତେ ଜଣ ଉଠାଦୋକାନୀ ଆବେଦନ କରିଛନ୍ତି ? କେତେ ଜଣଙ୍କୁ ଋଣ ନେବା ପାଇଁ ମଂଜୁରୀ ମିଳିଛି ଏବଂ କେତେ ଜଣଙ୍କୁ ଟଙ୍କା ମିଳିଛି, ତାହାର ଏକ ସ୍ପଷ୍ଟ ଚିତ୍ର ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ । ଏହା ସହ ମୁଖ୍ୟମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ନିଜେ ସମୀକ୍ଷା କରି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରାନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଗତ ୨୪ ତାରିଖ ସାମ୍ବାଦିକ ସମ୍ମିଳନୀ ପରେ କୋଭିଡ୍ ପରିଚାଳନା ପାଇଁ ରାଜଧାନୀ ଭୂବନେଶ୍ୱର ଦାୟୀତ୍ୱରେ ଥିବା ରାଜ୍ୟ ବରିଷ୍ଠ  ଅଧିକାରୀଙ୍କ ସ୍ପଷ୍ଟୀକରଣ ଆହୁରି ଅଧିକ ବେଥିତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସ୍ପଷ୍ଟିକରଣରେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ଭୂବନେଶ୍ୱରର ୬୭ଟି ୱାର୍ଡରେ ଦୈନିକ ୧୪୦୦ କୋଭିଡ୍ ପରୀକ୍ଷା ହେବା ସହ ୬ଟି ସ୍ଥାନରେ ୮୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହୋମ୍ କାର୍ଯ୍ୟ କରୁଛି । ଏହା କଣ ସତ୍ୟ ? କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ୬୭ଟି ୱାର୍ଡରେ ଥିବା କଲୋନି, ଆପାଟମେଂଟ ଓ ବିଭିନ୍ନ ଗାଁ, ବିଭିନ୍ନ ବସ୍ତି ଏବଂମାର୍କେଟ ଏରିଆ ଗୁଡିକରେ ସାନିଟାଇଜେସନ୍ କଥା କହିଲେ ନାହିଁ । ଏଭଳି କଠିନ ସମୟରେ ମାସ୍କ, ସାନିଟାଇଜେର୍ ଓ ସାମାଜିକ ଦୂରତା ସହିତ ଜୀବନକୁ ସୁରକ୍ଷିତ ରଖି ଜୀବିକାକୁ ଗୁରୁତ୍ୱ ଦେବା ମଧ୍ୟ ଆବଶ୍ୟକ ଅଟେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଗତ ୨୭ ଜୁଲାଇ ରେ ଏସ.ୟୁ.ଡି.ଏ (ସୁଡା) ଓ ବିଏ.ମ.ସି ମିଳିତ ବୈଠକ କରି ଉପରଠାଉରିଆ ଭାବେ ପ୍ରେସ ରିଲିଜ ଦେଲେ ଯାହାର କୌଣସି ନିଦ୍ଧିଷ୍ଟ ଖସଡା ପ୍ରସ୍ତୁତ ହୋଇନାହିଁ । କୋଭିଡ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀମାନଙ୍କୁ ସମସ୍ତ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ଗୁଡିକରେ ‘କୋଭିଡ-୧୯ ଆସିଷ୍ଟାଂଟ କେୟାର’ କରି କୋଭିଡ ସଂପର୍କିତ ସୂଚନା ଦେବାର ବ୍ୟବସ୍ଥା କରାଯାଉ ।

ପିଏମ୍ ଷ୍ଟ୍ରିଟ୍ ଭେଣ୍ଡରସ୍ ଆତ୍ମନିର୍ଭର ନିଧି ଯୋଜନାରେ ହିତାଧିକାରୀଙ୍କ ଇ-ରେଜିଷ୍ଟେସେନ୍ ପାଇଁ ବିଏମସିର ସମସ୍ତ ୩ଟି ଜୋନାଲ୍ ଅଫିସରେ ହେଲ୍ପ ଡେକ୍ସ ଖୋଲାଯାଇ ଏହାର ପରିଚାଳନା କରିବାକୁ ଶ୍ରୀ ମହାନ୍ତି ଦାବୀ କରିବା ସହ ଏଭଳି ଏକ ବିପତି ସମୟରେ ସବୁଠାରୁ ବେଶି ଆର୍ଥିକ ଯନ୍ତ୍ରଣାରେ ପୀଡିତ ଥିବା ନିମ୍ନ ମଧ୍ୟବିତପରିବାରଙ୍କ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆର୍ଥକ ସହାୟତା ଘୋଷଣା କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।

 

0
0
0
s2sdefault