ହେଡଲାଇନସ୍:

କେତେ ଦିନ ଯାଏ ନିଜ ପିଠି ନିଜେ ଥାପୁଡାଇବ ବିଜେଡି :ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଖବରକାଗଜରେ ମନରେଗା ଦୁର୍ନୀତି ସଂପର୍କିତ ଖବର ବୋଧେ ଶାସକ ଦଳର ମୁଖପାତ୍ର ପଢୁନାହାଁନ୍ତି

 ନିର୍ଦ୍ଧିଷ୍ଟ  ପ୍ରଶ୍ନର ଉତର ନଦେଇ ଶାସକ ଦଳର ମୁଖପାତ୍ର ନିଜର ଅପାରଗତା ଲୁଚାଇବାକୁ ଯାଇ ବିଭିନ୍ନ ଆଳ ଦେଖାଇ ରାଜନୀତି ନକରିବା ପାଇଁ କହିବା ଦୁର୍ଭାଗ୍ୟଜନକ

 ଯଦି ସତସାହାସ ଅଛି ତେବେ ବିଜେପି ପଚାରିଥିବା ନିଦ୍ଧିଷ୍ଟ ପ୍ରଶ୍ନର ଉତର ରଖନ୍ତୁ

 ମନରେଗା କାର୍ଯ୍ୟ ଚାଲିଥିବାବେଳେ କିଏ କାହାକୁ ପୁରସ୍କାର ଦେଲା

 ଓଡିଶାବାସୀଙ୍କୁ ଭ୍ରମିତ ନକରି ମନରେଗାରେ ଦୁର୍ନୀତି ହୋଇଛି କି ନାହିଁ ରୀଜ୍ୟସରକର ତାହା ସ୍ପଷ୍ଟ କରନ୍ତୁ

ଭୁବନେଶ୍ୱର(ଶାସକ ପ୍ରଶାସକ):ରାଜ୍ୟରେ ମନରେଗା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେବାର ପ୍ରମାଣ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଅନେକ ସ୍ଥାନରେ ମଣିଷ ବଦଳରେ ମେସିନ ଦ୍ୱାରା କାମ କରାଯାଉଛି । ପ୍ରକୃତ ହିତାଧିକାରୀ ଏହାର ଲାଭ ଉଠାଇ ପାରୁ ନାହାଁନ୍ତି । ଏ ସଂପର୍କିତ ଭିଡିଓ ଟିଭି ଚ୍ୟାନେଲ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି । ଖବରକାଗଜରେ ମନରେଗା ଦୁର୍ନୀତି ସଂପର୍କିତ ଖବର ବୋଧେ ଶାସକ ଦଳର ମୁଖପାତ୍ର ପଢୁନାହାଁନ୍ତି ଅବା ଏଗୁଡିକୁ ଜାଣିଶୁଣି ଅଣଦେଖା କରୁଛନ୍ତି । ବିରୋଧୀଙ୍କ ପ୍ରଶ୍ନର ଉତର ନଦେଇ ନିଜ ପିଠିକୁ କେତେ ଦିନଯାଏ ଏମିତି ଥାପୁଡାଇ ଚାଲିଥିବେ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି । 

ହାଟଡିହି ବ୍ଲକର ସାଲାରିଆ ଗ୍ରାମପଂଚାୟତ, ଖଲ୍ଲିକୋଟ ବ୍ଲକର କୋମଣ୍ଡ ଓ  ବାକୁଟ ଗ୍ରାମପଂଚାୟତ, ରଣପୁର ବ୍ଲକର ଗୋପାଳପୁର ପଂଚାୟତରେ ମନରେଗା ଦୁର୍ନୀତି ହୋଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା । କିନ୍ତୁ ନିର୍ଦ୍ଧିଷ୍ଟ ଏ ପ୍ରଶ୍ନର ଉତର ନଦେଇ ଶାସକ ଦଳର ମୁଖପାତ୍ର ନିଜର ଅପାରଗତା ଲୁଚାଇବାକୁ ଯାଇ ବିଭିନ୍ନ ଆଳ ଦେଖାଇ ଶେଷରେ ରାଜନୀତି ନକରିବା ପାଇଁ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯଦି ସତସାହାସ ଅଛି ତେବେ ବିଜେପି ପଚାରିଥିବା ନିଦ୍ଧିଷ୍ଟ ପ୍ରଶ୍ନର ଉତର ରଖନ୍ତୁ । ମନରେଗା କାର୍ଯ୍ୟ ଚାଲିଥିବାବେଳେ କିଏ କାହାକୁ ପୁରସ୍କାର ଦେଲା । କୋଭିଡର ଆଳ ଦେଖାଇ ଏବେ କୋଟି କୋଟି ଟଙ୍କା ହଡପ କରିବା ପାଇଁ ବିଧିବଦ୍ଧ ଯୋଜନା କରୁଛି ଶାସକ ବିଜେଡି । ଓଡିଶାବାସୀ ସବୁ ଜାଣିଛନ୍ତି, ଆଉ ସେମାନଙ୍କୁ ଭ୍ରମିତ ନକରି ମନରେଗାରେ ଦୁର୍ନୀତି ହୋଇଛି କି ନାହିଁ ତାହା ସ୍ପଷ୍ଟ କରନ୍ତୁ । ବିଶେଷ କରି ନିର୍ଦ୍ଧିଷ୍ଟ ଏହି ପଂଚାୟତଗୁଡିକରେ ମନରେଗା କାର୍ଯ୍ୟରେ କେତେ ସ୍ୱଚ୍ଛତା ରହିଛି ରାଜ୍ୟସରକାରତାହା ଲୋକଲୋଚନକୁ ଆଣନ୍ତୁ ବୋଲି ଶ୍ରୀ ମହାପାତ୍ର ଖୋଲା ଆହ୍ୱାନ ଦେଇଛନ୍ତି । 

0
0
0
s2sdefault