ହେଡଲାଇନସ୍:

କରୋନା ପରିଚାଳନାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି ରାଜ୍ୟସରକାର:ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପ୍ରସଙ୍ଗ

 ରାଜ୍ୟସରକାରଙ୍କ ମୁଖପାତ୍ର ଏବଂ ସଚିବ ମାନେ ବିଭ୍ରାନ୍ତିକର ତଥ୍ୟ ରଖି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି

 କୋରନାକୁ ରୋକିବା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିନାହାଁନ୍ତି ରାଜ୍ୟସରକାର

 ମୋଦି ସରକାର କରୋନାକୁ ପ୍ରତିହତ କରିବା ପାଇଁ ବ୍ୟାପକ ଅର୍ଥ ଯୋଗାଇଦେଉଛନ୍ତି

 ୩–ଟି ଟେଷ୍ଟ, ଟ୍ରାକ ଏବଂ ଟ୍ରିଟ ନିୟମକୁ ରାଜ୍ୟସରକାର ପାଳନ କରି କରୋନା ବିରୁଦ୍ଧରେ ଲଢେଇ କରନ୍ତୁ

 କରୋନା ପରିଚଲାନାରେ ରାଜ୍ୟସରକାରଙ୍କ ତ୍ରୁଟି ଥିବାରୁ ଆଜି ଲୋକାଲ କେସ ବାହାରୁଛି ଏବଂ ପ୍ରତିଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି

ଭୁବନେଶ୍ୱର,(ଶାସକ ପ୍ରଶାସକ) : କରୋନା ମହାମାରୀ ଦେଶ ସମେତ ସମସ୍ତ ରାଜ୍ୟରେ ତାର କାୟା ବିସ୍ତାର କରି ଚାଲିଛି ।ଏଭଳି ସଙ୍କଟ ସମୟରେ ପ୍ରଥମ ଦିନରୁ ରାଜ୍ୟସରକାରଙ୍କ ପକ୍ଷରୁ ଓଡିଶା ମଡେଲ ବିଶ୍ୱର ଏକ ନମ୍ବର ମଡେଲ କହି ନିଜ ପିଠି ନିଜେଥାପୁଡାଇ ଚାଲିଛନ୍ତି । କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା କହୁଛି । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜାତୀୟ ଗଣମାଧ୍ୟମ ଦ ଓପନ ଭିୟୁରେ ପ୍ରକାଶିତ ଖବର ଅନୁଯାୟୀ ଗତ କିଛି ଦିନତଳେ କେନ୍ଦ୍ରସରକାରଙ୍କ ପକ୍ଷରୁ ଏକ ଭର୍ଚୁଆଲ ମିଟିଙ୍ଗରେ କ୍ୟାବିନେଟ ସଚିବ କରୋନା ମ୍ୟାନେଜମେଂଟରେ ଖରାପ ସ୍ଥିତିରେ ଥିବା ରାଜ୍ୟଗୁଡିକର ମୁଖ୍ୟ ସଚିବମାନଙ୍କ ସହ ଆଲୋଚନା ହୋଇଥିଲା । ଏଥିରେ ଓଡିଶା ସାମିଲ ହୋଇଥିଲା ଏବଂ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ଏଥିରେ ସାମିଲ ଥିଲେ । କରୋନା ପରିଚଲାନାରେ ରାଜ୍ୟସରକାରଙ୍କ ତ୍ରୁଟି ଥିବାରୁ ଆଜି ଲୋକାଲ କେସ ବାହାରୁଛି ଏବଂ ପ୍ରତିଦିନ ମୃତ୍ୟୁ   ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ପ୍ରକାଶିତ ଖବର ଅନୁଯାୟୀ କେନ୍ଦ୍ର କ୍ୟାବିନେଟ ଦେଇଥିବା  ନିର୍ଦ୍ଦେଶାନାମାକୁ ରାଜ୍ୟସରକାର ତୁରନ୍ତ ପାଳନ କରିବା ଦରକାର । ସର୍ବପ୍ରଥମେ ହାଇରିସ୍କ ଏରିଆରେ ଅଧିକା ଟେଷ୍ଟିଙ୍ଗ କରାଯାଉ । ୩ –ଟି ଟେଷ୍ଟ, ଟ୍ରାକ ଏବଂ ଟ୍ରିଟ ନିୟମକୁ ରାଜ୍ୟସରକାର ପାଳନ କରି କରୋନା ବିରୁଦ୍ଧରେ ଲଢେଇ କରନ୍ତୁ । ସେହିପରି ସଂକ୍ରମଣ ବଢୁଥିବା ସ୍ଥାନରେ କଂଟେନମେଂଟ ଜୋନ ଏବଂ ବଫର ଜୋନ କରି ସଂକ୍ରମିତ ରୋଗୀଙ୍କୁ ଅଧିକ ରୁ ଅଧିକ ଟେଷ୍ଟିଙ୍ଗ କରିବା ଉପରେ ଗୁରୁତ୍ୱ ଦେବା ଦରକାର । ଏହା ସହ କରୋନା ପାଇଁ ସ୍ୱତନ୍ତ୍ର ଡେଡିକେଟେଡ ହସ୍ପିଟାଲ ଏବଂ ସେଗୁଡିକର ଭିତିଭୂମି ପ୍ରସ୍ତୁତ କରି ଲୋକମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାର ଆବଶ୍ୟକତା ରହିଛି । ଏହା ବ୍ୟତୀତ ଆମ୍ବୁଲାନ୍ସ ସମସ୍ତ ରୋଗୀଙ୍କୁ ଆଣିବା ପାଇଁ  ନିର୍ଦ୍ଦେଶ ରହିଛି । ହାଇରିସ୍କ ଅବା ରେଡ ଜୋନ ଗୁଡିକରେ ବୟସ୍କ ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ଭାବେ ଟେଷ୍ଟିଙ୍ଗ କରାଇ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଏହା ନକରି ରାଜ୍ୟସରକାରଙ୍କ ମୁଖପାତ୍ର ଏବଂ ସଚିବ ମାନେ ବିଭ୍ରାନ୍ତିକର ତଥ୍ୟ ରଖି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

କରୋନା ମୁକାବିଲା ପାଇଁ ଓଡିଶା ସରକାର ଯାହା କରିଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି କ୍ୟାବିନେଟ ଭର୍ଚୁଆଲ ମିଟିଙ୍ଗରେ କୁହାଯାଇଛି । ରାଜ୍ୟସରକାର ୧୯ଶହ କୋଟି ଟଙ୍କା କରୋନା ପାଇଁ ଖର୍ଚ୍ଚ କରିଥିବା କଥା କହୁଥିବାବେଳେ ସେମିତି କିଛି ଆଖିଦୃଶିଆ କାର୍ଯ୍ୟ ହୋଇନାହିଁ । ମୋଦି ସରକାର କରୋନାକୁ ପ୍ରତିହତ କରିବା ପାଇଁ ବ୍ୟାପକ ଅର୍ଥ ଯୋଗାଇଦେଉଛନ୍ତି । କିନ୍ତୁ ଏଠି ଅର୍ଥର ସଠିକ୍ ବିନିଯୋଗ ରାଜ୍ୟସରକାର କରିପାରୁନାହାଁନ୍ତି କି କୋରନାକୁ ରୋକିବା ପାଇଁ କିଛି ରୋଡ ମ୍ୟାପ ପ୍ରସ୍ତୁତ କରିନାହାଁନ୍ତି । ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶାନାମାକୁ ରାଜ୍ୟସରକାର ଗ୍ରହଣ କରି ସଠିକ୍ ଦିଗରେ ବ୍ୟବହାର କରି ଓଡିଶାବାସୀଙ୍କ ଆଗରେ ସଠିକ ତଥ୍ୟ ରଖିବା ପାଇଁ ଡ.ସାମନ୍ତସିଂହାର ନିବେଦନ କରିଛନ୍ତି ।  

0
0
0
s2sdefault