ହେଡଲାଇନସ୍:

ବିଡିଓ-କଂଟ୍ରାକ୍ଟର-ବିଜେଡି ବୁଝାମଣା , ମନରେଗା ହୋଇଛି ବାଟବଣା :ବିଜେପି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରାଜ୍ୟରେ ମନରେଗା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପ୍ରସଙ୍ଗ

     ଲୋକଙ୍କୁ ମିଳୁନି ମନରେଗା କାମର ସୁଫଳ, ଦୁର୍ନୀତି ଦିଶୁଛି ଜଳଜଳ   

    ଜେସିବି ଓ ଟ୍ରାକ୍ଟର କରୁଛନ୍ତି ରାତିଅଧିଆ କାମ

     ହିତାଧିକାରୀ ଭାବେ ଦର୍ଶାଯାଇଛି ମୃତ ବ୍ୟକ୍ତି, ସରକାରୀ ଚାକିରିଆ, ପ୍ରବାସୀ ଓ  ବାର୍ଦ୍ଧକ୍ୟ ଭତା ପାଉଥିବା ବ୍ୟକ୍ତିଙ୍କ ନାମ

 କାମ ନକରି ମିଥ୍ୟା ବିଲ କରି ମନରେଗା ଅର୍ଥକୁ ବାଟମାରଣା କରାଯାଉଛି

 ଜବରଦସ୍ତି ଘରୋଇ ଜମିରେ ମେସିନ ଲଗାଇ ରାତିଅଧିଆ କାମ କରି ମନରେଗା ଟଙ୍କାକୁ ହଡପ କରାଯାଉଛି

 ପ୍ରଧାନମନ୍ତ୍ରୀ ପଠାଉଥିବା ଅର୍ଥ ଗରିବ ଜନସାଧାରଣଙ୍କ ପାଖରେ ପହଂଚୁ ନାହିଁ

 ଅନିୟମିତତା ହୋଇଥିବା ସ୍ଥାନରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନନେଲେ ବିଜେପି ପକ୍ଷରୁ ହେବ ଆନ୍ଦୋଳନ 

ଭୁବନେଶ୍ୱର,:ଲକଡାଉନ ସମୟରେ ପ୍ରବାସୀ ଶ୍ରମିକ ଓ ଗାଁର ଗରିବ ଜନସାଧାରଣଙ୍କ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ଅଧିକ ମାତ୍ରାରେ ଟଙ୍କା ପଠାଇବା ସହ ମଜୁରୀ ମଧ୍ୟ ବୃଦ୍ଧି କରିଛନ୍ତି ।  ଏହା ସହ ମୌସୁମୀ ସମୟରେ ମନରେଗା କାମ ଜାରି ରଖିବା ପାଇଁ ନିୟମ କଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ରାଜ୍ୟସରକାର ଏହାକୁ ପରିଚାଳନା କରିବାରେ ବିଫଳ ହୋଇଛନ୍ତି । ଆଜି ପ୍ରବାସୀ ଶ୍ରମିକ କାମ ନପାଇ ଅନ୍ୟରାଜ୍ୟକୁ ଯାଉଛନ୍ତି । ଓଡିଶାରେ ମନରେଗା କାମ ଜେସିବି, ଟ୍ରାକ୍ଟର , କଂଟ୍ରାକ୍ଟର , ବିଜେଡି ନେତା ଓ କିଛି ଅସାଧୁ ଅଫିସର କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି । 

ରାଜ୍ୟରେ ମନରେଗା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଚାଲିଛି । ଅନେକ ସ୍ଥାନରେ ମେସିନ ଦ୍ୱାରା କାମ କରାଯାଉଛି । ପ୍ରକୃତ ହିତାଧିକାରୀ ଏହାର ଲାଭ ଉଠାଇ ପାରୁ ନାହାଁନ୍ତି । ବିଡିଓ, କଂଟ୍ରାକ୍ଟର ଓ ବିଜେଡି ନେତାଙ୍କ ମଧୁଚନ୍ଦ୍ରିକାରେ ମନରେଗା ବାଟବଣା ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଜେସିବି ଓ ଟ୍ରାକ୍ଟର ଲଗାଇ ରାତିଅଧିଆ କାମ କରାଯାଉଛି । ମୃତ ବ୍ୟକ୍ତି, ସରକାରୀ ଚାକିରିଆ, ରାଜ୍ୟ ବାହାରେ ରହୁଥିବା ବ୍ୟକ୍ତି, ବାର୍ଦ୍ଧକ୍ୟ ଭତା ପାଉଥିବା ବୃଦ୍ଧଙ୍କ ନାଁରେ ଟଙ୍କା ଉଠାଣ ହୋଇ କଂଟ୍ରାକ୍ଟର ହାତକୁ ଯାଉଛି । ଜବରଦସ୍ତି ଘରୋଇ ଜମିରେ ମେସିନ ଲଗାଇ ରାତିଅଧିଆ କାମ କରି ମନରେଗା ଟଙ୍କାକୁ ହଡପ କରାଯାଉଛି ଏବଂ କାମ ନକରି ମିଥ୍ୟା ବିଲ କରି ମନରେଗା ଅର୍ଥକୁ ବାଟମାରଣା କରାଯାଉଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । 

ହାଟଡିହି ବ୍ଲକର ସାଲାରିଆ ଗ୍ରାମପଂଚାୟତର ସୋଲାପାଟଣା ପୋଖରୀ ଖୋଲାରେ ବ୍ୟାପକ ଦୁର୍ନୀତି ହୋଇଛି ।  ଜେସିବି ଓ ଟ୍ରାକ୍ଟର ଦ୍ୱାରା ପୋଖରୀ ଖୋଳାଯାଇଛି । ମୃତ ଭାବଗ୍ରାହୀଙ୍କ ନାଁରେ ଟଙ୍କା ଉଠିଛି, ଶିକ୍ଷକ ସତ୍ୟବ୍ରତ ବାରିକ, ବାର୍ଦ୍ଧକ୍ୟ ଭତା ପାଉଥିବା ଅଧିକାରୀ ନାୟକ, ଅଇଁଠୁ ଜେନା, କାର୍ତିକେଶ୍ୱର ଜେନାଙ୍କ ନାଁରେ ଟଙ୍କା ଉଠାଯାଇଛି । ତିର୍ତୋଲ ବ୍ଲକର ସାମନ୍ତରାପୁର ଗ୍ରାମପଂଚାୟତର ୪ ଟି କାମ କଲ୍ୟାଣମଣ୍ଡପ, ଦକ୍ଷିଣ ଚଣ୍ଡି ଅଙ୍ଗନବାଡି, ହନୁମାନ ମନ୍ଦିର ଓ ଏକ ରାସ୍ତାନିର୍ମାଣ କାମକୁ ଜେସିବି ମାଧ୍ୟମରେ କରାଯାଇଛି । ପଂଚାୟତ ଲୋକଙ୍କ ଅନୁରୋଧ ପରେ ବି ଏହି କାମ କାହାକୁ ଦିଆଯାଇନାହିଁ । 

   ଖଲ୍ଲିକୋଟ ବ୍ଲକର କୋମଣ୍ଡ ଗ୍ରାମପଂଚାୟତରେ ରଙ୍ଗ ବନ୍ଧ ପୋଖରୀ ଖୋଳା ରେ ବ୍ୟାପକ ଦୁର୍ନୀତି ହୋଇଛି । ଅଦ୍ୟାବଧୀ ୧୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପୋଖରୀ କାର୍ଯ୍ୟ ଅସଂପୂର୍ଣ୍ଣ ହୋଇ ପଡିଛି । ଖଲ୍ଲିକୋଟ ବ୍ଲକର  ବାକୁଟ ଗ୍ରାମପଂଚାୟତର ବଧି ବନ୍ଧ କାମ ଜେସିବି ଦ୍ୱାରା ହେବା ସହ ପଂଚାୟତ ପିଅନ, ଅଙ୍ଗନବାଡି ସହାୟକ, ୭୦ରୁ ୮୦ ବର୍ଷର ବୃଦ୍ଧ ଏବଂ ଏକ୍ସ ଆର୍ମିଙ୍କ ସ୍ତ୍ରୀଙ୍କ ନାଁରେ ପେଂମେଟ ପରେ ଟଙ୍କା କଂଟ୍ରାକ୍ଟର ହାତକୁ ଯାଇଛି ।  ନିଆଳି ବ୍ଲକର  କୃଷ୍ଣ ପ୍ରସାଦ ଗ୍ରାମପଂଚାୟତର ନୂଆ ପିତାପଡା ଗ୍ରାମରେ ଲକ୍ଷ୍ମୀକାନ୍ତ ମହାରଣା ଓ ମନୋରଂଜନ ମହାନ୍ତିଙ୍କ ନିଜସ୍ୱ ଜମିରେ ମେସିନ ଲଗାଇ ରାତିଅଧିଆ ପୋଖରୀ ଖୋଳିଦିଆଯାଇଛି । ଏ ସମ୍ବନ୍ଧରେ ବିଡିଓଙ୍କୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମଳିନି । ସେହିପରି ରଣପୁର ବ୍ଲକର ଗୋପାଳପୁର ପଂଚାୟତ ଅନ୍ଧାରୁଆ ଗାଁରେ ରାସ୍ତା କାମରେ ବ୍ୟାପକ ଅନିୟମିତତତା ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।  

ରାଜ୍ୟର ପ୍ରାୟ ସମସ୍ତ ବ୍ଲକରେ ମନରେଗା କାମର ବ୍ୟାପକ ଦୁର୍ନୀତି, ଅନିୟମିତତା ଓ ମେସିନ ଦ୍ୱାରା କାମ ଚାଲିଛି । ପ୍ରକୃତ ଗରୀବ ହିତାଧିକାରୀଙ୍କ ଅର୍ଥକୁ ବିଜେଡିର ନେତା ଓ ଠିକାଦାରମାନେ ଏବଂ କିଛି ଅସାଧୁ ବ୍ଲକ ଅଫିସର ମାନେ ଆତ୍୍ମସାତ କରୁଛନ୍ତି । ପ୍ରଧାନମନ୍ତ୍ରୀ ପଠାଉଥିବା ଅର୍ଥ ଗରିବ ଜନସାଧାରଣଙ୍କ ପାଖରେ ପହଂଚୁ ନାହିଁ ତେଣୁ ରାଜ୍ୟସରକାର ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଗରିବ ହିତାଧିକାରୀଙ୍କୁ ସେମାନଙ୍କ ହକ ଦିଅନ୍ତୁ ଏବଂ ଅନିୟମିତତା ହୋଇଥିବା ସ୍ଥାନରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ  ନିଅନ୍ତୁ ନଚେତ ବିଜେପି ପକ୍ଷରୁ ଓଡିଶାର ପ୍ରତି ବ୍ଲକ ଆଗରେ ସାମାଜିକ ଦୂରତା ବଜାୟ ରଖି କୋଭିଡ ନିୟମକୁ ପାଳନ କରି ଆନେ୍ଦାଳନ କରାଯିବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି । 

0
0
0
s2sdefault