ହେଡଲାଇନସ୍:

କାଳିଆ ଟଙ୍କା ଫେରସ୍ତ ପାଇଁ ଅଯୋଗ୍ୟଙ୍କୁ ନୋଟିସ କରିବା ଦୁର୍ଭାଗ୍ୟଜନକ -ଜୟଦେବ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରସ୍ତ କରିବା ପାଇଁ ନୋଟିସ କରିବା ଦୁର୍ଭାଗ୍ୟଜନକ ବୋଲି ପୂର୍ବତନ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା  କହିଛନ୍ତି ।

ଶ୍ରୀ ଜେନା କହିଛନ୍ତି ଯେ ସେମାନେ ରାଜ୍ୟସରକାରଙ୍କ ଟଙ୍କା ମାଗି ନଥିଲେ ବରଂ ମୁଖ୍ୟମନ୍ତ୍ରୀ ​ ଭୋଟ ପାଇବେ ବୋଲି ତାଙ୍କ ଦୁଆର ମୁହଁରେ ଟଙ୍କା ଦେଇଆସିଥିଲେ ।ସେତେବେଳେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତରବର ହୋଇ ରାଜ୍ୟ ରାଜକୋଷରୁ ଟଙ୍କା ଦେଇଦେଲେ ।ଭୋଟ କିଣିନେବା ଥିଲା ଅସଲ ଉଦେଶ୍ୟ ।ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି ଯେ ଟଙ୍କା ବଦଳରେ ଭୋଟ ପାଇଲ ଏବେ କାହିଁକି ଟଙ୍କା ଫେରସ୍ତ ମାଗୁଛ ? କାଳିଆ ଦୁର୍ନୀତିର ରାଜ୍ୟସରକାର ଯେଉଁ ଚିତ୍ର ଦେଇଛନ୍ତି ତାହା ଏକା ପିଲା ଖେଳପରି ।ପ୍ରଥମେ କୃଷିମନ୍ତ୍ରୀ କହିଲେ ସାଢେ ୩ ଲକ୍ଷ ଅଯୋଗ୍ୟ ଉପଭୋକ୍ତା ୧୭୦ କୋଟି ନେଇଛନ୍ତି ।ମାତ୍ର ବିଜେଡି ମୁଖପାତ୍ର କହିଲେ ମନ୍ତ୍ରୀ ଭୁଲ କହୁଛନ୍ତି ଅସଲ ସଂଖ୍ୟା ହେଉଛି ୩୨ ହଜାର । ତେବେ ଉପଭୋକ୍ତା ମାନଙ୍କୁ ଅନୁରୋଧ ସେମାନେ ଫେରାନ୍ତୁ ନାହିଁ ।ଏହି ଟଙ୍କା ​ ଅସାଧୁ ଅଫିସରଙ୍କ ଠାରୁ ରାଜ୍ୟ ସରକାର ଏହି ଅର୍ଥ ଆଦାୟ କରିବାକୁ ଶ୍ରୀ ଜେନା ଦାବି କରିଛନ୍ତି 

0
0
0
s2sdefault