ହେଡଲାଇନସ୍:

ରାଜସ୍ଥାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ର ରାଜଭବନ ସମ୍ମୁଖରେ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) -କେନ୍ଦ୍ରର ବିଜେପି ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି ଏବଂ କ୍ରମାଗତ ଭାବେ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଲୋକଙ୍କ ଦ୍ୱାରା ନିର୍ବାଚିତ  ସରକାରଙ୍କୁ ଅନୈତିକ ଉପାୟରେ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି।ରାଜସ୍ଥାନରେ ବହୁମତ ପାଇ ସରକାର ଗଠନ କରିଥିବା କଂଗ୍ରେସ ଦଳର ବିଧାୟକ ମାନଙ୍କୁ ଅର୍ଥ ଓ ମନ୍ତ୍ରୀପଦ ପ୍ରଲୋଭନ ରେ ଆକୃଷ୍ଟ କରି ସରକାରରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହେଲଟ ଙ୍କ କ୍ୟାବିନେଟ ଅନୁମୋଦନ ରେ ଜରୁରି ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳଙ୍କୁ ଦିଆଯାଇଥିବା ପ୍ରସ୍ତାବ କୁ ବିଜେପିର ପ୍ରରୋଚନାରେ ରାଜ୍ୟପାଳ ଗ୍ରହଣ ନକରିବା ଅଗଣତାନ୍ତ୍ରୀକ। କଂଗ୍ରେସ ପକ୍ଷରୁ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜଭବନ ସମ୍ମୁଖରେ ଆଜି ଅନୁଷ୍ଠିତ ବିକ୍ଷୋଭରେ  ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ  ବିଜେପି ଅର୍ଥବଳ ଓ ବାହୁବଳ ଖଟାଇବା ସହ କେନ୍ଦ୍ରୀୟ ପ୍ରଶାସନିକ ବ୍ୟବସ୍ଥାର ଦୁରୁପଯୋଗ କରି ନିର୍ବାଚିତ ବିଧାୟକ ମାନଙ୍କୁ ଅର୍ଥର ପ୍ରଲୋଭନ ଦେଖାଉଛି।ଗୋଟିକ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ କଂଗ୍ରେସ ଦଳର ବିଧାୟକ ମାନଙ୍କୁ ବହୁଳ ଅର୍ଥ ଏବଂ କ୍ଷମତାର ଲୋଭରେ ବଶୀଭୂତ କରି ନିଜ ଆଡକୁ ନେବାପାଇଁ ଉଦ୍ୟମ କରୁଛି।ଅତି ଚତୁରତାର ସହ ଦଳବଦଳ ଆଇନରୁ ବର୍ତ୍ତିବା ଉଦ୍ଦେଶ୍ୟ ରେ ଆବସ୍ୟକ ସଂଖ୍ୟକ  ବିଧାୟକ ମାନଙ୍କୁ ଅର୍ଥ ଓ କ୍ଷମତା ଦ୍ୱାରା ବଶୀଭୂତ କରିବାରେ ବିଫଳ ହେଲେ  ବାହୁବଳ ପ୍ରୟୋଗ ପାଇଁ ବିଜେପି ର ନେତାମାନେ ପଛାଉ ନାହାନ୍ତି।ଏପରିକି ନିର୍ବାଚିତ ବିଧାୟକ ମାନଙ୍କୁ ବାଉଁସର ଲଗାଇ ଜୋର ଜବରଦସ୍ତ ହୋଟେଲ ଓ ଗେଷ୍ଟହାଉସ ରେ ନଜରବନ୍ଦୀ ଭାବେ ରଖାଯାଉଛି।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ,ଗୃହମନ୍ତ୍ରୀ ଶ୍ରୀ ସାହାଙ୍କ ସମେତ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ଏହିପରି କୁସତ୍ଚିତ ବ୍ୟବସ୍ଥା କୁ ପ୍ରାଥମିକତା ଦେଉଛନ୍ତି।ଫଳରେ ଭାରତବର୍ଷର ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପନ୍ନ ହୋଇଛି।ଗତ କିଛିଦିନ ତଳେ ଅର୍ଥ ଓ ବାହୁବଳ ପ୍ରୟୋଗରେ ମୋଦି ଏବଂ ସାହାଙ୍କ ବିଜେପି ଗୋଆ,କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶ  ଲୋକଙ୍କ ଦ୍ଵାରା ନିର୍ବାଚିତ କଂଗ୍ରେସ ସରକାରଙ୍କୁ ଭାଙ୍ଗିବା ରେ ସକ୍ଷମ ହୋଇଥିଲେ।

      ଦେଶରେ କରୋନା ମାହାମାରୀ କରାଳ ଛାୟା ବିସ୍ଥାର କରିଥିବାବେଳେ ସାଧାରଣ ଜନତା ଙ୍କ ଜୀବନ ଅପେକ୍ଷା କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି କରିବା ମୋଦି ସରକାରଙ୍କ ପ୍ରାଥମିକତା ହୋଇଛି।ଦେଶରେ କରୋନା ପରିସ୍ଥିତି ଅତି ସଙ୍ଗିନ,ଗରିବ ଲୋକେ ନିଜର ବେଉସା ଓ ଜୀବିକା ହରାଇଛନ୍ତି।ସେମାନଙ୍କ ଜୀବନ ଓ ଜୀବିକା କୁ ସହାୟତା ଦେବା ପରିବର୍ତ୍ତେ ରାଜସ୍ଥାନରୁ କଂଗ୍ରେସ ସରକାରଙ୍କୁ ହଟାଇବା ପାଇଁ ଅତି ହୀନ ଉଦ୍ୟମ କରାଯାଉଛି।ସଂଖ୍ୟା ଗରିଷ୍ଠ କଂଗ୍ରେସ ସରକାରକୁ ବିଧାନସଭାରେ ପ୍ରମାଣ ଦେବାପାଇଁ ସୁଯୋଗ ଦିଆଯାଉନାହିଁ।ରାଜସ୍ଥାନର ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ବିଜେପି ର ନେତୃବର୍ଗ  ସାମ୍ବିଧାନିକ ବ୍ୟବସ୍ଥାର ଦୁରୂପଯୋଗ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ଆମ ଦେଶ  ଗଣତନ୍ତ୍ର ଓ ସାର୍ବଭୌମ ର ଦେଶ।ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଅର୍ଥ ଓ କ୍ଷମତା ଲିପ୍ସୁ କରାଇ ନିଜ ପକ୍ଷକୁ ଟାଣିବା ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ନୁହେଁ।ଏପରି ହେଲେ ଭାରତ ବର୍ଷରେ ଗଣତନ୍ତ୍ର ର ବିଲୋପ ଘଟିପାରେ।ଦେଶରେ ବିଜେପି ସରକାର ଆସିବା ଦିନଠାରୁ ଏପରି ଅସାମ୍ବିଧାନିକ ଆଚାର ବ୍ୟବହାର ଦିନକୁ ଦିନ ବଢିଚାଲିଛି।

     ବିଜେପି ତଥା କେନ୍ଦ୍ର ସରକାରଙ୍କର ଏତାଦୃଶ ଆଚରଣର ପ୍ରତିବାଦ କରି ଏବଂ ଗଣତନ୍ତ୍ର ଓ ସମିଧାନର ସୁରକ୍ଷାପାଇଁ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକର୍ମରେ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ,ପୂର୍ବତନ ସଭାପତି ଶ୍ରୀ ଜୟଦେବ ଜେନା,ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ଙ୍କ  ସମେତ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ,ତାରାପ୍ରସାଦ ବାହିନୀପତି,ପଞ୍ଚାନନ କାନୁନଗୋ,ଦେବାଶିଷ ପଟ୍ଟନାୟକ,ଜଗନ୍ନାଥ ପଟ୍ଟନାୟକ, ବିପିନ ଦାଶ,ସିବାନନ୍ଦ ରାୟ,ଉମାବଲ୍ଲଭ ରଥ, ମନୋରଞ୍ଜନ ଦାଶ, ଜ୍ଞାନରଞ୍ଜନ ବେହୁରା,ବିଶ୍ୱରଂଜନ ଦାଶ,ରାଜୀବ ପଟ୍ଟନାୟକ,ସୁଦର୍ଶନ ଦାଶ,ଅଭିଷେକ ମହାନନ୍ଦ, ରଶ୍ମି ମହାପାତ୍ର,ହଳଧର ସେଠି, ରଜନୀ କୁମାର ମହାନ୍ତି, ଅମୀୟ ପାଣ୍ଡବ,,ପଦ୍ମାକର ଗୁରୁ,ଜାନକୀ ବଲ୍ଲଭ ପଟ୍ଟନାୟକ,ବୁଶ୍ୱଜିତ ଦାଶ, ଦୀପକ କୁମାର ମହାପାତ୍ର,ମାନଶ ଆଚାର୍ଯ୍ୟ,ସୁଶାନ୍ତ ତ୍ରିପାଠୀ,ଲିଙ୍ଗରାଜ ସାହୁ,ଚିନ୍ମୟ ଦାଶ, ତରୁଣ ମିଶ୍ର,ପ୍ରକାଶ ମିଶ୍ର,ୟାଶୀର ମହମ୍ମଦ,ଜମ୍ବେଶ୍ୱର ମଲ୍ଲିକ,ପ୍ରତ୍ୟୁଷ ଜେନା,ଦେଓ ପ୍ରସାଦ,ନରେଶ ମହାନ୍ତି,ଜୟକୃଷ୍ଣ ସୁବୁଦ୍ଧି,ପ୍ରସନ୍ନ ନାୟକ,ମୋହନ ଜେନା,ଲଲାଟେନ୍ଦୁ ଦାଶ, ସୁଶାନ୍ତ ବେହେରା,କନକଲତା ମଲ୍ଲିକ,ସଂକୁନା କଂହର,ଆଦିତ୍ୟ ପ୍ରୀତମ ଦାସ,ନିରଞ୍ଜନ ନାୟକ,ରଞ୍ଜିତ ପାତ୍ର,ମନୋରଞ୍ଜନ ରାଉତରାୟ,ଲୁଲୁ ମିଶ୍ର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

 

0
0
0
s2sdefault