ହେଡଲାଇନସ୍:

 ଚାଷୀଭାଇ ମାନେ ଟଙ୍କାଟିଏ ବି ଫେରାନ୍ତୁନି : ପ୍ରଦୀପ୍ତ ନାଏକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ଚାଷୀଙ୍କୁ ନୋଟିସ ପଠାଯିବା ପ୍ରସଙ୍ଗ

 ଯେଉଁ ଅଧିକାରୀମାନେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଛିଥିଲେ ସେମାନଙ୍କଠୁ  ଆଦାୟ ହେଉ ଟଙ୍କା 

 ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ରାଜ୍ୟସରକାର

 ଚାଷୀଭାଇମାନେ ସରକାରଙ୍କୁ ଟଙ୍କା ମାଗିନଥିଲେ

 ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ ଆରମ୍ଭ ହୋଇଥିଲା କାଳିଆ ଯୋଜନା 

ଭୁବନେଶ୍ୱର(ଶାସକ ପ୍ରଶାସକ) : କାଳିଆ ଯୋଜନାକୁ ରାଜ୍ୟ ସରକାର ତରବରିଆ ଭାବେ ଆରମ୍ଭ କରିଥିଲେ ।ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା । ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଂଟାଯାଇଥିଲା । ଆଉ ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ଚାଷୀଙ୍କ ମନରେ ଆତଙ୍କ ସୃଷ୍ଟି କରୁଛନ୍ତି ରାଜ୍ୟସରକାର । ଏବେ ରାଜ୍ୟସରକାର ୩ ଲକ୍ଷ ୪୧ ହଜାର ଚାଷୀଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ ୧ ମାସ ଭିତରେ ଫେରାଇବା ପାଇଁ ନୋଟିସ କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଚାଷୀଭାଇମାନେ ସରକାରଙ୍କୁ ଟଙ୍କା ମାଗିନଥିଲେ । ଏଣୁ ରାଜ୍ୟର ଚାଷୀଭାଇ ମାନେ ଗୋଟିଏ ବି ଟଙ୍କା ଫେରସ୍ତ କରନ୍ତୁ ନାହିଁ ବୋଲି ମୁଖ୍ୟ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ କହିଛନ୍ତି । 

କାଳିଆ ଯୋଜନା ଆରମ୍ଭରୁ ପ୍ରଥମେ ହିତାଧିକାରୀଙ୍କ ପାଖରୁ ଦରଖାସ୍ତ ଗ୍ରହଣ କରାଯାଇଥିବ ଏବଂ ଏହାକୁ ତନଖି କରି ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିବ । କିନ୍ତୁ ନିର୍ବାଚନ ଥିବାରୁ ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ତରବରିଆ ଭାବେ ଲାଗୁ କରି ୫ ହଜାର ଟଙ୍କା ଲେଖାଏଁ ୫୧ ଲକ୍ଷ ଲୋକଙ୍କୁ ବାଂଟି ଭୋଟ ହାତେଇଥିଲେ । ଏବେ ୩ ଲକ୍ଷ ୪୧ ହଜାର ଚାଷୀଙ୍କୁ ଅଯୋଗ୍ୟ ଦର୍ଶାଇ ସେମାନଙ୍କ ଠାରୁ ୧୭୦ କୋଟି ୫୦ ଲକ୍ଷ ଟଙ୍କା ଆଦାୟ କରିବାକୁ ବସିଛନ୍ତି । ଚାଷୀମାନେ ପଇସା ମାଗିନଥିଲେ । ସରକାର ତାଙ୍କ ସ୍ୱାର୍ଥ ପାଇଁ କାଳିଆ ଯୋଜନାକୁ ଲାଗୁ କରିଥିଲେ । ରାଜ୍ୟର କୌଣସି ଚାଷୀଭାଇ ସେମାଙ୍କର ଟଙ୍କା ନଫେରାଇଲେ କିଛି ବି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ନାଏକ କହିଛନ୍ତି । 

ରାଜ୍ୟସରକାର ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ । କାଳିଆ ଯୋଜନାରେ ତାଲିକାରେ ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିଛନ୍ତି ସେହି ସରକାରୀ ଅଫିସର ଏବଂ କୃଷି ଅଧିକାରୀମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ ବୋଲି ଶ୍ରୀ ନାଏକ କହିଛନ୍ତି ।

0
0
0
s2sdefault