ହେଡଲାଇନସ୍:

ଓଡିଶା ସରକାରଙ୍କ ସହାୟତା ନେଇ ବିଜେପି ଅବଗତ ନୁହେଁ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ) :  ଓଡିଶା ସରକାର ଗତ ଏପ୍ରିଲ ମାସଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ର କାର୍ଡଧାରୀ ମାନଙ୍କୁ ଅଗ୍ରୀମ ଭାବେ ମାସକୁ ୫କିଲୋ ଚାଉଳ ଓ ଏକ କିଲୋ ଡାଲି ଯୋଗାଇ ଦେଉଛନ୍ତି ଏବଂ ଆଗାମୀ ୫ମାସ ପାଇଁ ମାଗଣାରେ ଅନୁରୂପ ପରିମାଣ ଚାଉଳ ଓ ଡାଲି ଯୋଗାଇ ଦେବେ । ବିଜେପି ନେତାମାନେ ଏହା ଜାଣି ନାହାନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଏଥିରୁ  ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେପି ନେତାମାନେ ପ୍ରକୃତ କଥା ନଜାଣି ଓଡିଶାବାସୀଙ୍କ ନିକଟରେ ମିଛ ତଥ୍ୟ ରଖିବା ସହିତ ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । କେବଳ ମାଗଣା ଚାଉଳ କିମ୍ବା ଡାଲି ନୁହେଁ ଲକ୍‍ଡାଉନ୍‍ ସମୟରେ ଓଡିଶା ସରକାର ୪୫,୬୦୦ ଷ୍ଟି ୍ରଟ ଭେଣ୍ଡରଙ୍କୁ ୩୦୦୦ ଟଙ୍କା କରି ମୋଟ୍‍ ୧୩କୋଟି ୬୮ଲକ୍ଷ ଟଙ୍କାର  ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ସେହିଭଳି ଲକ୍‍ଡାଉନ୍‍ ସମୟରେ ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା କରି ସହାୟତା ଯୋଗାଇ ଦିଆଯାଇଛି ।

କରୋନା ମୁକାବିଲା ସମୟରେ ଏହାକୁ ନେଇ ରାଜନୀତି କରିବା  ବଦଳରେ ବିଜେପି ନେତାମାନେ ସାଢେ ୪କୋଟି ଓଡିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢାଇବା ଆବଶ୍ୟକ । ଦଳର ଆଚରଣରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେପି ପାଇଁ ରାଜନୀତି ପ୍ରାଥମିକତା ହୋଇଥିବାବେଳେ ଓଡିଶାବାସୀ ପଛ ହୋଇଯାଇଛନ୍ତି । ଦେଶରେ ପ୍ରତି ୩/୪ ଦିନରେ ଯେଭଳି କରୋନା ତାଲିକାରେ ଲକ୍ଷେ ପଜିଟିଭ ଯୋଡି ହୋଇଯାଉଛନ୍ତି ବିଜେପି ନିଶ୍ଚିତ ସେ ସଂକ୍ରାନ୍ତରେ ଅବଗତ ଥିବ । ତେଣୁ କରୋନା ମହାମାରୀ ସମୟରେ ଏଭଳି ପ୍ରସଙ୍ଗକୁ ନେଇ ରାଜନୀତି କରିବା ଉଚିତ୍‍ ନୁହେଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

 

0
0
0
s2sdefault