ହେଡଲାଇନସ୍:

ସମ ହସ୍ପିଟାଲ ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ଦୁଃଖ ପ୍ରକାଶ କଲେ ସୁର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କହିଲେ" ମୁ ବାଉଳିରେ କହିଦେଇଥିଲି, ସମ ହସ୍ପିଟାଲ ଭଲ ରୋଗୀ ସେବା କରୁଛି" 

ଭୁବନେଶ୍ୱର (ଶାସକ ପ୍ରଶାସକ ):  କରୋନା ମହାମାରୀକୁ ଦୃଢତାର ସହ ରାଜ୍ୟ ସରକାର ମୁକାବିଲା କରୁଛନ୍ତି ।  ଏଥିରେ ବିଭିନ୍ନ ଘରୋଇ ହସ୍ପିଟାଲ ମଧ୍ୟ ବେଶ ସହଯୋଗ କରୁଛନ୍ତି । ବିଶେଷ କରି ସମ ହସ୍ପିଟାଲ ପ୍ରମୁଖ ଭୂମି୍‌କା ନେଇଛି କରୋନ ମହାମାରୀ ସମୟରେ । ଭୁବନେଶ୍ୱର ୫୨୫ ଶଯ୍ୟା , କେନ୍ଦ୍ରପଡ଼ା,  ୧୭୦  ଶଯ୍ୟା . ତାଳଚେର ୧୫୦ ଶଯ୍ୟା ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ  ନିର୍ମାଣ କରି କରୋନା ରୋଗୀଙ୍କୁ ଚିକିତ୍ସା କରିବାରେ ପ୍ରମୁଖ ଭୂମିକା ନେଇଛି । କେବଳ ସେତିକି ନୁହେଁ, କୋଭିଡ଼ ପରୀକ୍ଷା  ନିମନ୍ତେ ସମ ରାଜ୍ୟର ପ୍ରଥମ  ଘରୋଇ ମେଡ଼ିକାଲ କଲେ ଭାବେ ମନୋନୀତି ହୋଇ କରୋନା କରୁଛି । ଏହାଛଡ଼ା ସମ ହସ୍ପିଟାଲରେ କୋଭିଡ଼ ୧୯ ଭ୍ୟାକସିନ ପରୀକ୍ଷଣ କରାଯାଇଛି । ପରିକ୍ଷଣ ନିମନ୍ତେ ମନୋନିତ ଦେଶର ୧୩ ଟି ମେଡ଼ିକାଲ ଅନୁଷ୍ଠାନ ମଧ୍ୟରେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ ସମ ମନୋନୀତ ହୋଇ ପରିକ୍ଷଣ ଆରମ୍ଭ କରିଛି । ଏହାସହ ଲୋକଙ୍କ କରୋନା ସମୟରେ କିପରି ସଚେତନ ରହିବାକୁ ହେବ ତାହା ମଧ୍ୟ ହସ୍ପିଟାଲ କତ୍ତୁପକ୍ଷ ପ୍ରତ୍ୟେକ ଦିନ ବିଭିନ୍ନ ଜରିଆରେ ସଚେତନ କରୁଛନ୍ତି । ତେବେ ନିକଟରେ ରାଜ୍ୟ ସରକାର  କୋଭିଡ଼ ପାଇଁ ୧୯ ହଜାର କୋଟି ଖର୍ଚ୍ଚ କରିଥିବା ହିସାବ ଦେବା ପରେ କଂଗ୍ରେସ ବିଧାୟକ ସୁର ରାଉତରାୟ  ଏନେଇ ପ୍ରଶ୍ନ ଉଠାଇଥିଲେ । ଏହାସହ ସମ ଓ କିଟ ପରି ଘରୋଇ ହସ୍ପପିଟାଲ ବେଡ଼ ଗୋଟିକ ପାଇଁ ଅଧିକ ଅର୍ଥ ନେଉଥିବା ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ କରିବାର ୨୪ ଘଣ୍ଟା ଭିତରେ ଏନେଇ ଅନୁସନ୍ଦାନ କରିବାକୁ ପରେ ନିଜେ ବିଧାୟକ ସୁର ରାଉ୍‌ତରାୟ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ସମ ହସ୍ପିଟାଲ ଭଲ ରୋଗୀ ସେବା କରୁଛି । ମୋ ଅଂଚଳର ରୋଗୀମାନେ ମଧ୍ୟ ଉପକୃତ ହେଉଛନ୍ତି । ମୁଁ ବାଉଳରେ ଏପରି କହିଦେଇଥିଲି । ତେଣୁ ଦୁଃଖ ପ୍ରକାଶ କରୁଛି । ଭୂଲ ତଥ୍ୟ ଦେଇ ବିଧାୟକ ଦୁଃଖ ପ୍ରକାଶ କରିବା ତାଙ୍କର ମହାନପଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

 

0
0
0
s2sdefault