ହେଡଲାଇନସ୍:

ଟଙ୍କଧର ହେଲେ ସମ୍ବଲପୁର ଜିଲ୍ଲା ବିଜେପି ପ୍ରଭାରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ୱାଗତ କଲେ ଜିଲ୍ଲା ସଭାପତି ଗିରିଶ ପଟେଲ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଡିଶା ପ୍ରଦେଶ ବିଜେପି ର ୩୬ ଗୋଟି ସାଙ୍ଗଠନିକ ଜିଲ୍ଲା ର ପ୍ରଭାରୀ ଙ୍କ ନିଯୁକ୍ତି କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ସମ୍ବଲପୁର ଜିଲ୍ଲା ବିଜେପି ର ନୂତନ ପ୍ରଭାରୀ ଭାବରେ ବିଜେପି ଯୁବ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ତଥା ବର୍ତ୍ତମାନ ନବ ନିଯୁକ୍ତ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଶ୍ରୀଯୁକ୍ତ ତ୍ରିପାଠୀ ରାଜ୍ୟ ଯୁବ ମୋର୍ଚ୍ଚା ର ସାଧାରଣ ସମ୍ପାଦକ ପଦରେ ଆସୀନ ଥିଲା ସମୟରେ ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱ ତୁଲାଇ ନିଜର ସାଙ୍ଗଠନିକ ଦକ୍ଷତା ଓ କାର୍ଯ୍ୟ କୁଶଳତା ପ୍ରତିପାଦନ କରି ସାରିଛନ୍ତି । ଆଜି ଦାୟିତ୍ୱ ବଣ୍ଟନ ର ଘୋଷଣା ହେଲା ପରେ ସମ୍ବଲପୁର ବିଜେପି ପକ୍ଷରୁ ରାଜ୍ୟ ସଭାପତି ଙ୍କ ନିଷ୍ପତ୍ତି କୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ଙ୍କୁ ସ୍ୱଗତ କରାଯାଇଛି । ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଶ୍ରୀଯୁକ୍ତ ତ୍ରିପାଠୀ ଙ୍କୁ ସ୍ୱାଗତ କରିବା ସହିତ ଆଗାମୀ ଦିନରେ ଜିଲ୍ଲା ବିଜେପି ଆହୁରି ସଂଗଠିତ, ମଜଭୁତ ଓ ଚଳଚଞ୍ଚଳ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

      ଏଠାରେ ସୂଚନା ଥାଉ କି ଯେ ସମ୍ବଲପୁର ଜିଲ୍ଲାର ଅନେକ ନେତାଙ୍କୁ ରାଜ୍ୟର ଅନ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ର ପ୍ରଭାରୀ ଦାୟିତ୍ୱ ମିଳିଛି ।  ନାଉରି ନାଏକ ଙ୍କୁ ବରଗଡ଼ ଜିଲ୍ଲା,  ରବି ନାରାୟଣ ନାଏକ ଙ୍କୁ ପାନପୋଷ ଜିଲ୍ଲା, ଶ୍ରୀଯୁକ୍ତ ସୀମାଞ୍ଚଲ ଖଟେଇ ଙ୍କୁ ଅନୁଗୁଳ ଜିଲ୍ଲା, ରାମ ଚନ୍ଦ୍ର ମେହେର ଙ୍କୁ ବୌଦ୍ଧ ଜିଲ୍ଲା ଦାୟିତ୍ୱ ମିଳିଛି । ସମ୍ବଲପୁର  ଜିଲ୍ଲାକୁ ପୂର୍ବ ଭଳି ଗୁରୁତ୍ୱ ଦେଇଥିବାରୁ ରାଜ୍ୟ ସଭାପତି ଓ କେନ୍ଦ୍ର ନେତୃତ୍ୱକୁ ପୁଣି ଥରେ ଧନ୍ୟବାଦ ଓ କୃତଜ୍ଞତା ଯାଇଛନ୍ତି ଜିଲ୍ଲା ସଭାପତି  ଗିରିଶ ପଟେଲ ଓ କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ।

0
0
0
s2sdefault