ହେଡଲାଇନସ୍:

ଯୋଗେଶ ଓ ମଙ୍ଗଳାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ କୁସୁମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ)  :- ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଜେଡି ଦଳର ଉପ ସଭାପତି ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ଓ ପୂର୍ବତନ ବିଧାୟକ ଯୋଗେଶ ସିଂ ସରକାରୀ ବ୍ୟବସ୍ଥାରେ ଅନେକ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆଣି ୫ଟି ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଥିବା ସ୍ପଷ୍ଟ କରିଛନ୍ତି ବୋଲି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ନିଜର ମତବ୍ୟକ୍ତ କରିଛନ୍ତି |ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକୃତରେ ଦୁର୍ନୀତିର୍ ଗନ୍ତାଘର ରୂପେ ପରିଣତ ହୋଇଥିବା ସ୍ପଷ୍ଟ ହୋଇଛି | ନିର୍ବାଚନ ପୂର୍ବରୁ ଅନେକ ଅର୍ଥ ବ୍ୟୟ କରାଯାଇଥିବା ବେଳେ ଜିଲ୍ଲାର ଉନ୍ନତି ସକାଶେ ଅର୍ଥ ବ୍ୟୟ ବରାଦ ପି.ଏଲ.ସି ସମୀକ୍ଷା ବୈଠକରେ ଆଲୋଚନା ଧାର୍ଯ୍ୟ ହୋଇ ସାରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଉନ୍ନୟନ ମୂଳକ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହଁ | ବାରମ୍ବାର ଏହି ଦିଗରେ କାର୍ୟ୍ଯ ନିର୍ବାହି ଅଧିକାରୀଙ୍କୁ ଅବଗତ କରାଇଥିବା ବେଳେ ନିର୍ବାଚନ ପୂର୍ବରୁ ଅନେକ ଯୋଜନା ମାଧ୍ୟମରେ ଅର୍ଥ ଏବେ ଭରଣ କରାଯାଉଥିବା ଯୋଗୁଁ ଏବେ ଟଙ୍କା ନଥିବା ଯୋଗୁଁ କୌଣସି ନୂତନ ପ୍ରକଳ୍ପ କାର୍ୟ୍ଯ ହୋଇପାରିବ ନାହିଁ ବୋଲି କହିଛନ୍ତି | ତେଣୁ ସମସ୍ତ ଯୋଜନା ରାଜ୍ୟ ସରକାରଙ୍କ ନିର୍ବାଚନ ଭେଳିକି ହୋଇଥିବା ସ୍ପଷ୍ଟ କରାଯାଇଛି |ସେହିପରି ଭାବରେ ବିଭିନ୍ନ ବ୍ଳକ ରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଲୋକ ଲୋଚନକୁ ଆସିଛି |ଯେପରିକି ସଦର ବ୍ଲକର୍  କିଞ୍ଜିର୍ମା ଗ୍ରାମ ପଞ୍ଚାୟତ ମହୁଳଜୋର ଠାରେ ସ୍ଥାପନ ହୋଇଥିବା ହାଇମାକ୍ସ ଲାଇଟର୍ ବିଭାଗ ପକ୍ଷରୁ ଫାଇଳ ଖୋଲା ଯାଇନାହିଁ, ଭସ୍ମା ପଞ୍ଚାୟତ ର୍ ଜାମତଳିଆ ଓ ନାଚେନ ଡ଼ିହି କଂକ୍ରିଟ ରାସ୍ତା,ପୋଖରୀ ଖନନ, କଲଭର୍ଟ ଭଳି ଅନେକ ନିର୍ମାଣ କାର୍ଯ୍ୟ ଉପରେ ଫାଇଲ ଖୋଲା ଯାଇନାହିଁ କିନ୍ତୁ ନିର୍ମାଣ କାର୍ଯ୍ୟ ହୋଇଛି | ସେହିପରି ଟାଙ୍ଗରପାଲି ବ୍ଲକର୍ ରତନପୁର, ସାନପତ୍ରାପାଳି ,ମେଘଡେ଼ଗା, ଟାଙ୍ଗରପାଳି ପଞ୍ଚାୟତ ଅନେକ ପଞ୍ଚାୟତରେ ବିନା ଫାଇଲ ନଳକୂପ ଖନନ, ହାଇମାକ୍ସ ଲାଇଟ ସ୍ଥାପନ ସହିତ ନିଆଳିପାଳି ପଞ୍ଚାୟତ କଂକ୍ରିଟ ରାସ୍ତା ନିର୍ମାଣ କାର୍ୟ୍ଯ କରାଯାଇଛି | ସେହିପରି ଲେଫ୍ରିପଡା ବ୍ଲକର୍  ସର୍ଗିପାଲି, ଛଟେନପାଳି ପଞ୍ଚାୟତରେ ମଧ୍ୟ ନଳକୂପ ଖନନ କାର୍ଯ୍ୟରେ ଅନେକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି  ତେଣୁ ଏହିସବୁ ଦୁର୍ନୀତିର୍ ନିରପେକ୍ଷ ତଦନ୍ତ ପାଇଁ ନ୍ୟାୟିକ ବ୍ୟବସ୍ଥା ଦ୍ଵାରା ତଦନ୍ତ କରାଯାଉ ବୋଲି ଶ୍ରୀମତୀ ବିଧାୟିକା ମତବ୍ୟକ୍ତ କରିବା ସହିତ କହିଛନ୍ତି  ପରିତାପର ବିଷୟ ଯେ ଶାସକ ଦଳ ନେତାମାନେ ଦୁର୍ନୀତି ଅଭିଯୋଗ କରିଥିବା ସମସ୍ତ ପ୍ରକଳ୍ପ୨୦୧୭-୧୮,୨୦୧୮-୧୯ ଆର୍ଥିକ ବର୍ଷରେ ହୋଇଛି ହେଲେ ଉଭୟ ନେତା ଉକ୍ତ ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ବିଧାୟକ ଭାବେ ପ୍ରତିନିଧିତ୍ଵ କରୁଥିଲେ | ଯଦି ସେହି ସମୟରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତି ଚାଲିଥିଲା ତାହେଲେ ଏହାର ପ୍ରତିବାଦ କାହିଁକି ଦ୍ବୟ ନେତା ବିଧାନସଭାରେ କରିଲେ ନାହିଁ ତାହା ସାଧାରଣରେ ବିଭ୍ରାନ୍ତ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଶ୍ରୀମତୀ ଟେଟେ କହିଛନ୍ତି | ଆହୁରି କହିଛନ୍ତି ମୁଁ ପଲ୍ଲୀ ସଭାରୁ ବିଧାନସଭା ପର୍ଯ୍ୟନ୍ତ ପ୍ରତେକ ସ୍ତରରେ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଆସିଛି | ଅତି ବିଳମ୍ବରେ ହେଲେ ମଧ୍ୟ ପୂର୍ବତନ ବିଧାୟକ ଦ୍ବୟ ନବୀନ ସରକାରଙ୍କ ଦୁର୍ନୀତି ଏବଂ ଅନିୟମିତତା ବିରୁଦ୍ଧରେ ପ୍ରତିବାଦ କରିଥିବାରୁ ଶ୍ରୀମତୀ ଟେଟେ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ପକ୍ଷରୁ ସାଧୁବାଦ ଜଣାଉଛି କହିଛନ୍ତି | ଅପରପକ୍ଷରେ ଶ୍ରୀମତୀ ବିଧାୟିକା କହିଛନ୍ତି ମୁ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷା ଥିବା ସମୟରେ ସରକାରଙ୍କ ମାର୍ଗଦର୍ଶିତା ଅନୁଯାୟୀ ୫ଲକ୍ଷ ବ୍ୟୟ ଅଟକଳ ରେ ବଜାର ପିଣ୍ଡି ଏବଂ ୨ଲକ୍ଷ ବ୍ୟୟ ଅଟକଳରେ ବିଭିନ୍ନ ଗ୍ରାମଦେବୀ ପୂଜା ସ୍ଥଳୀ ଦେମୂଳ ପାଚେରୀ ନିର୍ମାଣ କାର୍ଯ୍ୟ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଦ୍ୱାରା ସମ୍ପାଦିତ ହୋଇଛି ଓ ଛାୟା ଠିକାଦାର ନିଯୁକ୍ତିରେ ମୋର କୌଣସି ସମ୍ପୃକ୍ତି ନାହିଁ ବୋଲି କହିବା ସହ ପୂର୍ବତନ ବିଧାୟକ ଶ୍ରୀ ସିଂ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷା ଥିବା ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ସମ୍ପୁର୍ଣ୍ଣ କପୋଲକଳ୍ପିତ ଓ ଭିତ୍ତିହୀନ ବୋଲି କହିଛନ୍ତି 

0
0
0
s2sdefault