ହେଡଲାଇନସ୍:

ଝାରସୁଗୁଡା ଜିଲ୍ଲାରେ ମେଲେରିଆ ରୋଗ କାୟା ବିସ୍ତାର ସମସ୍ୟା ସମାଧାନ ନିମନ୍ତେ ଦାବିପତ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା / ସୁବାଷ ସାହାରେ :ଝାରସୁଗୁଡା ଜିଲ୍ଲା ବିଜେପି ତରଫରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଜଗଦୀଶ ଚନ୍ଦ୍ର ବାରିକଙ୍କୁ ଇମେଲ ମାଧ୍ୟମରେ  ଦିଆଯାଇଥିଲା |  ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲାଖନପୁର ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ପାଣ୍ଡରୀ, କୁଡ଼ାଲୋଇ,ରେମଣ୍ଡା ,ସୁନାରୀ,ରାଜପୁର ମଣ୍ଡଳ ର  ଗଉଡ଼ମାଲ ,ଲଇକେରା ବ୍ଲକ ମୁନ୍ଦ୍ରାଜୋର, କିର୍ମୀରା ବ୍ଲକର ଝାରମୁଣ୍ଡା,କୁଜିମାଲ।ଇତ୍ୟାଦିରେ ପ୍ଲାଜମୋଡିୟମ ଫାଲସୀପାରମ ମେଲେରିଆ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି ଏବଂ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଦେଖାଯାଇଥିଲା ପ୍ରାୟ ୯ ଜଣ ଏହି ରୋଗରେ ସଂକ୍ରମିତ ହୋଇଥିବା ଜଣେ ନବଳିକାର ମୃତ୍ୟୁ ଆଜି ହୋଇଥିବା ସୂଚନା ମିଳିଛି ଏହି  ନାବାଳିକା  ସମ୍ବଲପୁର ଜିଲ୍ଲାର କୁଚିଣ୍ଡା  ବ୍ଲକ କେଷେଇବାହାଲ ହୋଇଥିବା ବେଳେ ସେ କୋଲାବିରା ବ୍ଲକ ରଘୁନାଥପାଲି ପଞ୍ଚାୟତ କେନ୍ଦୁଟିକ୍ରା ଗ୍ରାମରେ ମାମୁଁ ଘରେ ରହୁଥିଲେ ସେ ମେଲେରିଆ ଆକ୍ରାନ୍ତ ହୋଇ ଝାରସୁଗୁଡ଼ାରେ ମୁଖ୍ୟ ଚିକିତ୍ସାଳୟରେ ଗତ ୧୦ ତାରିଖ ଠାରୁ ଚିକିତ୍ସିତ ହେବା ସହ ସ୍ୱସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା ମାତ୍ର କୋବିଡ଼ ପରୀକ୍ଷଣ ଲାଗି ୨୪ ଘଣ୍ଟା କାଳ ସଙ୍ଗରୋଧରେ ରଖି ଚିକିତ୍ସା ଠିକ ଭାବେ ନ ହେବାରୁ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ପରିବାର ଲୋକେ ସମ୍ବଲପୁର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ ଆଜି ନବଳିକାର ମୃତ୍ୟୁ ହେବା ଘଟଣା ସାମ୍ନା କୁ ଆସିଥିବା ସୂଚନା ରହିଛି । କୋଭିଡ-୧୯ ମହାମାରିରେ ଜିଲ୍ଲା ପ୍ରଶାସନ ବ୍ୟସ୍ତ ଥିବାରୁ ଏହି ମେଲେରିଆ ରୋଗ ପ୍ରତି ଠିକ ଭାବରେ  ଧ୍ୟାନ ଦିଆଯାଉନାହିଁ କିମ୍ବା ଜିଲ୍ଲାରେ ଖାଲି ପଡିଥିବା ମେଲେରିଆ ଟେକ୍ନିସିଆନ ପଦବୀ ପୂରଣ କରାଯିବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ ।ଯାହା ଦ୍ୱାରା ମେଲେରିଆ ପରୀକ୍ଷା ଠିକ ଭାବରେ ହେଇପାରୁ ନାହିଁ ଏବଂ ମେଲେରିଆ ଦିନକୁ ଦିନ ବଢ଼ିବାରେ ଲାଗିଛି ଯାହାଦ୍ୱାରା ଆଗକୁ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି ।ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ବ୍ଲକ  ଓ ପୌରପରିଷଦରେ ମେଲେରିଆ ପରୀକ୍ଷା କରାଯିବା ସହିତ ଖାଲି ପଡିଥିବା ମେଲେରିଆ ଟେକ୍ନିସିଆନ ପଦବୀ ପୂରଣ କରିବା ନିମନ୍ତେ ଭାରତୀୟ ଜନତା ପାର୍ଟି ତରଫରୁ ବୃହତ ଜନ ସ୍ୱାର୍ଥ ଦୃଷ୍ଟିରୁ ଦାବିପତ୍ର ମାଧ୍ୟମରେ ଜିଲ୍ଲା ପ୍ରଶାସନ କୁ ଜଣାଇଥିଲେ ।ଯଥା ଶୀଘ୍ର ଏହି ବିଷୟରେ ଗଭୀରତା ସହ ଚିନ୍ତା କରି ପଦକ୍ଷେପ ନେବା ପାଇଁ ଅନୁରୋଧ ।

 

0
0
0
s2sdefault