ହେଡଲାଇନସ୍:

ବିଜେଡି ପ୍ରକାଶ କଲା ୩୬ ଜଣିଆ ସାଧାରଣ ସମ୍ପାଦକ ତାଲିକା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଆଜି ୩୬ ଜଣିଆ ସାଧାରଣ ସମ୍ପାଦକ ତାଲିକା ପ୍ରକାଶ ପାଇଛି । ସେମାନେ ହେଲେ ଏମାନଙ୍କ ମଧ୍ୟରେ 8 ଜଣ ମହିଳା ବି ସ୍ଥାନ ପାଇଥିବା ଜଣା ପଡିଛି | 

ପୂର୍ବରୁ  ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ୧୫ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବିଜୁ ଦଳର ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେବାପରେ ଆଜି ବିନୁଜନତା ଦଳ ସଭାପତି ନବୀନ ପଟ୍ଟନାୟକ ୩୬ ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେଇଛନ୍ତି  | ସେମାନଙ୍କ ମଧ୍ୟରେ ସୁଶାନ୍ତ ସିଂ, ମନୋହର ରାନ୍ଧାରୀ, ଅନନ୍ତ ନାରାୟଣ ଜେନା ଓ ବିଶ୍ୱଜିତ୍ ମହାନ୍ତିଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ଦିଆଯାଇଥିବା ବେଳେ  ଚନ୍ଦ୍ରସାରଥୀ ବେହେରା, ଶ୍ରୀମତୀ ସ୍ନେହଲତା ଛୁରିଆ, ଶ୍ରୀମତୀ ଗୀତାଞ୍ଜଳୀ ସେଠୀଙ୍କୁ  ଅନୁସୂଚିତ ଜାତି(ଏସି) ସଶକ୍ତିକରଣ ଦାୟିତ୍ୱ  ପ୍ରଦାନ କରାଜାଇଛି | ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଉମାକାନ୍ତ ସାମନ୍ତରାୟ, ରାଜୀବ ଲୋଚନ ପାତ୍ର ଓ ପ୍ରଫୁଲ୍ଲ ସିଂଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ୱ ଦିଆଯାଇଥିବା ବେଳେ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମତୀ ଗୀତା ବସ୍ତିଆ ଓ  ଶ୍ରୀମତୀ ଶ୍ରୀମୟୀ ମିଶ୍ର  ମହିଳା ସଶକ୍ତିକରଣ ସର୍ବୋପରି ଦେବେଶ ଆଚାର୍ଯ୍ୟ, ସୁଧୀର କୁମାର ସାମଲ, ଡ. ସସ୍ମିତ୍ ପାତ୍ର ଓ  ବିକ୍ରମ ପଣ୍ଡାଙ୍କୁ ଓଡ଼ିଶା ମୋ ପରିବାର ଦାୟିତ୍ୱ ନ୍ୟସ୍ତ କରାଯାଇଛି | ଧ୍ରୁବଚରଣ ସାହୁ ଓ ପ୍ରମୋଦ କିଶୋର ଜେନାଙ୍କୁ ପରିବେଶ ଦାୟିତ୍ୱ ଦିଆଯାଇଥିବା ବେଲେ ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା, ସତ୍ୟବ୍ରତ ପାତ୍ର ଓ ସାରଦା ପ୍ରସନ୍ନ ଜେନାଙ୍କୁ  କଳା, ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ ଦାୟିତ୍ୱ,  ଡ. ରାସେଶ୍ୱରୀ ପାଣିଗ୍ରାହୀ, ଶ୍ୟାମା ପ୍ରସାଦ ବେହେରା ଓ ବିଜୟ କୁମାର ନାୟକଙ୍କୁ ଆଞ୍ଚଳିକ ଉନ୍ନୟନ,  ଜଗନ୍ନାଥ ସାରକା, ଯୋଗେଶ ସିଂ, ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଓ ଦେବାଶିଷ ମାର୍ଣ୍ଡିଂଙ୍କୁ ଆଦିବାସୀ ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର, ଆୟୁବ ଖାନଙ୍କୁ  ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ପ୍ରଦାନ କରାଯାଇଛି |  

ସେହିପରି ମାନସ ମଙ୍ଗରାଜଙ୍କୁ ସ୍ୱତନ୍ତ୍ର ଭାବେ ଗଣମାଧ୍ୟମ ବ୍ୟାପାର, ପ୍ରଣବ କୁମାର ବଳବନ୍ତରାୟଙ୍କୁ  ଯୁବ ବ୍ୟାପାର ଓ ବ୍ୟୋମକେଶ ରାୟଙ୍କୁ ଛାତ୍ରଛାତ୍ରୀ ବ୍ୟାପାର ପ୍ରଦାନ କରାଯାଇଛି | 

 

0
0
0
s2sdefault