ହେଡଲାଇନସ୍:

ସାଂସଦ ଭାବେ ଗୋଟିଏ ବର୍ଷର ରିପୋର୍ଟ ରଖିଲେ ଅମର ପଟ୍ଟନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସଂସଦରେ ଓଡ଼ିଶାର ସ୍ୱରକୁ ଶାଣିତ କରିବାରେ କରିଛନ୍ତି ବଳିଷ୍ଠ ପ୍ରଚେଷ୍ଟା 

  • ମାଓବାଦୀ ଦମନ ପାଇଁ କେନ୍ଦ୍ର ସରକାର କରିଥିବା ଖର୍ଚ୍ଚ ବାବଦରେ ଓଡ଼ିଶାଠାରୁ ଦାବି କରୁଥିବା୨୧୦୦କୋଟିଟଙ୍କା ଛାଡ

  • କୋଇଲା ରୟାଲଟି ବୃଦ୍ଧି ନିମନ୍ତେ ଦାବି ଉପସ୍ଥାପନ

  • ବିକେନ୍ଦ୍ରୀକରଣ ପ୍ରକ୍ରିୟା ଯୋଜନା ଅଧିନରେ ଏମଏସପି ବାବଦକୁ ଥିବା ୧୪୧୨କୋଟି ଟଙ୍କା ଓଡିଶା ପାଇବାରେ ଗୁରୁତ୍ୱପୂର୍ଣ ଅବଦାନ 

  • ଚତୁର୍ଦଶ ଅର୍ଥ କମିଶନରେ ବକେୟା ଥିବା ୩୨୧କୋଟି ଟଙ୍କା ହାସଲ

  • ୭୦ ହଜାର ଚାଷୀଙ୍କୁ ମିଳିଛି ୯୦କୋଟିର ଫସଲ ବୀମା ଅର୍ଥ

ଭୁବନେଶ୍ୱର (ଶାସକ ପ୍ରଶାସକ) : ସାଂସଦ ହେବାର ଗୋଟିଏ ବର୍ଷ ଭିତରେ କେନ୍ଦ୍ର ନିକଟରେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାର ନାର୍ଯ୍ୟ ହକ ହାସଲ କରିବାରେ ତଥା ଓଡ଼ିଶାର ସ୍ୱରକୁ ସଂସଦରେ ଓଡ଼ିଶାର ସ୍ବର ଶାଣିତ କରିବାରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଅନେକାଂଶରେ ସଫଳ ହୋଇଛନ୍ତି | ସାଂସଦ ହେବାର ବର୍ଷକ ଭିତରେ ସେ କଣ କରିଛନ୍ତି ତାର ଏକ ଚିଠା ରଖିଛନ୍ତି  ଅମର ବାବୁ  ନିଆରା ଢଙ୍ଗରେ webinar ମାଧ୍ୟମରେ | ଏହି webinarର ସିଧାପ୍ରସାରଣ Youtube ଏବଂ Facebookରେ ମଧ୍ୟ କରାଯାଇଥିବା ବେଲେ ଏଥିରେ  500ରୁ ଅଧିକ ଲୋକ ଭାଗନେଇଥିଲେ | 

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୨୦୧୯ ଜୁଲାଇ ୪ ରଥଯାତ୍ରା ଦିନ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ।ଇତିମଧ୍ୟରେ ବର୍ଷେ ବିତିଯାଇଛି।ଏହି ସମୟ ମଧ୍ୟରେ ସେ ମାଓଦମନ ମୁକାବିଲାରେ ରାଜ୍ୟ ଗୁଡିକର ଅଂଶଧନକୁ ନେଇ ଯେଉଁ ଦାବି ରଖିଥିଲେ ତାହା ସଫଳ ହୋଇଛି। ମାଓଦମନ ଏକ ଜାତୀୟ ସମସ୍ୟା ହୋଇଥିବାରୁଏଥିପାଇଁ ରାଜ୍ୟ ସରକାର କାହିଁକି ୯୦ପ୍ରତିଶତ ଅର୍ଥ ଖର୍ଚ୍ଚ କରିବେ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ।ଯାହା କି ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ସରକାର ସ୍ବୀକାର କରିଛନ୍ତି। ଏଥିପାଇଁ ଓଡ଼ିଶାକୁ୨୧୦୦କୋଟି ଟଙ୍କାର ଫାଇଦା ହୋଇଛି ବୋଲି ସେ ଦର୍ଶାଇଛନ୍ତି।ସେହିପରି ୧୧୪ ପୌରାଞ୍ଚଳ ପାଇଁ ଚତୁର୍ଦଶ ଅର୍ଥ କମିଶନରେ ପାଇବାକୁ ଥିବା ୩୭୨କୋଟି ଟଙ୍କା ରାଜ୍ୟକୁ ମିଳିବା ପାଇଁ କରିଥିବା ଲଢ଼େଇ ସଫଳ ହୋଇଛି ଯାହାକି ଗତ 4 ବର୍ଷ ବକେୟା ଥିଲା |

କରୋନା ପାଇଁ ଲକ ଡାଉନ  ଯୋଗୁଁ ପ୍ରବାସୀମାନେ ଯେଉଁ ସମସ୍ୟା ଭିତରେ ଥିଲେ ସେମାନଙ୍କ ନିକଟରେ ପହଞ୍ଚି ଆବଶ୍ୟକ ଜରୂରୀ ସାମଗ୍ରୀ ଯୋଗାଇବା ପାଇଁ ସେ ଉଦ୍ୟମ କରିଥିଲେ| ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ୧୭,୧୦୦ଶ୍ରମିକଙ୍କୁ ଜରୂରୀ ସାମଗ୍ରୀ ଯୋଗାଇ ଥିବାବେଳେ ୨୦୬୪ ଜଣ  ପ୍ରବାସୀଙ୍କ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରାଇ ଆଣିବାରେ ସଫଳ ହୋଇଛନ୍ତି।ଉଲ୍ଲେଖଯୋଗ୍ୟ କଥାହେଲା ସାଂସଦ ପାଣ୍ଠି ଭାବେ ତାଙ୍କୁ ମିଳିଥିବା ଅଢ଼େଇ କୋଟି ଟଙ୍କା ମଧ୍ୟରୁ ସେ ୧କୋଟି ଟଙ୍କା ଅସ୍ଥାୟୀ ଚିକିତ୍ସା ଶିବିର ପାଇଁ ସରକାରଙ୍କୁ ଦାନ କରିଥିବା ବେଳେ ଆଉ ୧ କୋଟି ଟଙ୍କା ଜଟିଳ କରୋନା ରୋଗୀଙ୍କ ଲାଗି ଭେଣ୍ଟିଲେଟର ସଂଗ୍ରହ ପାଇଁ ସରକାରଙ୍କୁ ଦାନ କରିଛନ୍ତି।ଏହାବାଦ ୩ ମାସର ଦରମା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।

ସବୁଠାରୁ ବଡ଼କଥା ହେଲା ରାଜ୍ୟର ବରଗଡ଼ ଓ ବିଭିନ୍ନ ସହରର ପ୍ରାୟ ୭୦ ହଜାରରୁ ଅଧିକ ଚାଷୀଙ୍କୁ୨୦୧୭-୧୮ବର୍ଷ ପାଇଁ ଫସଲ ବୀମା ପାଇବାରେ ସୃଷ୍ଟି ହେଉଥିବା ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହୋଇପାରିଛନ୍ତି।ଏଥିଯୋଗୁଁ ଚାଷୀମାନଙ୍କୁ ସେମାନଙ୍କର ୯୦ କୋଟି ଟଙ୍କାର ବୀମାଅର୍ଥ ମିଳିପାରିଛି।  ଏହା ବ୍ୟତୀତ ଜିଲା ଖଣିଜ ପାଣ୍ଠିକୁ ଆୟକର ପରିସରରୁ ବାବଦରେ ସଂସଦରେ ଉଠାଇଥିବା ଏବେ ସାକାର ହେବାକୁ ଯାଉଛି।ଶ୍ରୀପଟ୍ଟନାୟକ କହିଛନ୍ତି ଯେ ଏହି ପାଣ୍ଠି ଉପରେ କେବଳ ସଂପୃକ୍ତ ରାଜ୍ୟର ହକ ରହିଛି । ତେଣୁ କେନ୍ଦ୍ର ସରକାରଏହା ଉପରେ ଟିକସ ନେବାର କୌଣସି ଯଥାର୍ଥତା ନାହିଁ ଏବଂ ଏହି ଉଦ୍ୟମ ଫଳରେ ଆମ ରାଜ୍ୟ ପାଖାପାଖି 100 କୋଟି ଟଙ୍କା ସଂଚୟ କରିବ | ବିକେନ୍ଦ୍ରୀକରଣ ପ୍ରକ୍ରିୟା ଯୋଜନା ଅଧିନରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି)ବାବଦକୁ ଥିବା୧୪୧୨କୋଟି ଟଙ୍କା ଓଡିଶା ଫେରିପାଇବାରେ ମଧ୍ୟ ସାଂସଦଙ୍କର ଅବଦାନ ଉଲ୍ଳେଖ୍ୟଯୋଗ୍ୟ |

ସେହିପରି ରାଜ୍ୟରେ ଶିକ୍ଷାଏବଂ ସ୍ବାସ୍ଥ୍ୟକ୍ଷେତ୍ରକୁ ସୁଦୃଢ଼ୀକରଣକରିବା, ମହିଳା ସଶକ୍ତୀକରଣ କରିବା ସହିତ କୋଲ ରୟାଲଟିଏବଂ ଜିଏସଟି ଛାଡ ନେଇ ଶ୍ରୀ ପଟ୍ଟନାୟକ ସଂସଦରେ ଦାବି ଉପସ୍ଥାପନ କରିଛନ୍ତି।ଶ୍ରୀପଟ୍ଟନାୟକଙ୍କ ଯୁକ୍ତିସଙ୍ଗତ ଦାବି ପାଇଁ କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ କ୍ଷେତ୍ରରେଏହାକୁ ପୂରଣ କରିଛନ୍ତି।ଯାହାଫଳରେ ଓଡ଼ିଶା ସହିତ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ଏହା ଦ୍ବାରା ଲାଭାନ୍ବିତ ହୋଇପାରିଛନ୍ତି।

ବିଶେଷ କରି ଶ୍ରୀ ପଟ୍ଟନାୟକ ମନରେଗାରେ ଶ୍ରମିକ ମାନଙ୍କ ମଜୁରି ବୃଦ୍ଧିନେଇ ସଂସଦରେ ଉଠାଇଥିବା ସ୍ବର ସଫଳ ହୋଇଛି।ଯାହାଫଳରେ ଶ୍ରମିକଙ୍କ ମଜୁରି ବୃଦ୍ଧି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ୫-ଟି କାର୍ଯ୍ୟକାରିତା ହେବା ଦ୍ୱାରା ଶାସନରେ କିଭଳି ସ୍ବଚ୍ଛତା ଓ ଉତ୍ତରଦାୟିତ୍ବବୋଧ ଆସିପାରିଛି ସେ ନେଇ ଶ୍ରୀ ପଟ୍ଟନାୟକ ତାଙ୍କ ଅନୁଭୂତି ପତ୍ରରେ ଦର୍ଶାଇଛନ୍ତି।

  ସଂସଦରେ ଶ୍ରୀ ପଟ୍ଟନାୟକଙ୍କ ପ୍ରଦର୍ଶନ ଓ ଉପସ୍ଥାନ ସହିତ ସୁନ୍ଦରଗଡ଼ରେ ୫ଆଦର୍ଶ ଗ୍ରାମ ସୃଷ୍ଟି କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି | ଓଡିଶାର ସ୍ୱାର୍ଥ ପାଇଁ କାମ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିବାରୁ ସେ ନଵୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ କୃପାଭିକ୍ଷା କରିଛନ୍ତି ସଂସଦ ଶ୍ରୀ ପଟ୍ଟନାୟକ | 

 

0
0
0
s2sdefault