ହେଡଲାଇନସ୍:

କୋଭିଡ ଉପରେ କରୁଛନ୍ତି ସାମ୍ବାଦିକ ସମ୍ମିଳନୀ, ହେଲେ  ନିଜେ ପିନ୍ଧୁନାହାନ୍ତି ମାସ୍କ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାମ୍ବାଦିକ ସମ୍ମଳିନୀରେ ବିଜେପି ମୁଖପାତ୍ର ମାସ୍କ ନପିନ୍ଧିବା ଏକ ବିଡମ୍ବନା: ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମୁଖପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବିଡମ୍ବନା । ଏଭଳି ଆଚରଣ ଖୋଦ୍‍ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କୋଭିଡ ମାର୍ଗଦର୍ଶିକାର ଉଲ୍ଲଙ୍ଘନ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ କେବଳ ବିନା ମାସ୍କ ନୁହେଁ ବିଜେପି ନେତାମାନେ ସାମ୍ବାଦିକ ସମ୍ମିଳନୀରେ ଯେଭଳି ଲାଗି ଲାଗି ବସିଥିଲେ ତାହା ମଧ୍ୟ କୋଭିଡ ମାର୍ଗଦର୍ଶିକାରେ ଥିବା ସାମାଜିକ ଦୂରତ୍ୱ କଟକଣାକୁ ଉପହାସ କରୁଛି ।

ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ କରୋନା କଟକଣା ମାନିବାପାଇଁ ଅନୁରୋଧ ସତ୍ତ୍ୱେ  ଯେତେବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ  ନେତା ବୈଜୟନ୍ତ ପଣ୍ଡା ଖୋଲାଖୋଲି ଭାବେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେତେବେଳେ କରୋନା ପରିଚାଳନା ସଂକ୍ରାନ୍ତରେ କହିବା ପାଇଁ ବିଜେପିର ନୈତିକତା ନାହିଁ । ଓଡିଶାବାସୀଙ୍କ ଆଗରେ ସକରାତ୍ମକ ଉଦାହରଣ ରଖିବା ପରିବର୍ତ୍ତେ ବିଜେପି ନେତାମାନେ କୋଭିଡ ମାର୍ଗଦର୍ଶିକା ସଂକ୍ରାନ୍ତରେ ନକରାତ୍ମକ ଉଦାହରଣମାନ ରଖିବାରେ ଲାଗିଛନ୍ତି । ଆମେ ସେମାନଙ୍କୁ ଦାୟିତ୍ୱ ସମ୍ପନ୍ନ ଆଚରଣ ପାଇଁ ଆହ୍ୱାନ ଦେବା ସହିତ ତାହା ଆଶା କରୁଛୁ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ନିବେଦନ ସତ୍ତ୍ୱେ  ବିଜେପି ନେତାମାନେ ଜାଣିଶୁଣି କରୋନା ନିୟମ ଉଲ୍ଲଙ୍ଘନ କରୁଛନ୍ତି ।

ସମଗ୍ର ଦେଶରେ କରୋନା କାୟା ବିସ୍ତାର କରିଥିବାବେଳେ ବିଶ୍ୱର କରୋନା ସଂକ୍ରମଣ ତାଲିକାରେ ଭାରତ ଏବେ ତିନି ନମ୍ବର ସ୍ଥାନରେ ପହଞ୍ଚିଛି । ଓଡିଶାର ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶର ସ୍ଥିତି ଦେଖିବାକୁ ଶ୍ରୀ ମହାନ୍ତି କହିଛନ୍ତି । କରୋନାକୁ ନେଇ ଆମେ ରାଜନୀତି କରିବା ଉଚିତ୍‍ ନୁହେଁ । ତେଣୁ ଏଭଳି ରାଜନୀତିରୁ ବିରତ ରହିବାପାଇଁ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ରାଜ୍ୟ ବିଜେପିକୁ ପରାମର୍ଶ ଦେଇଛନ୍ତି ।

 

0
0
0
s2sdefault