ହେଡଲାଇନସ୍:

"କରୋନା ପରବର୍ତୀ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ ଆତ୍ମନିର୍ଭର ଭାରତ ଅଭିଯାନ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆତ୍ମନିର୍ଭର ଭାରତ ଅଭିଯାନ ନେଇ କେନ୍ଦୁଝର ବିଜେପିର ପ୍ରେସ ବିଜ୍ଞପ୍ତି 

• ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଜୁନ ଶେଷ ସୁଦ୍ଧା ୬୪ ହଜାର ୫୦୦ କୋଟି ପ୍ରଦାନ 

• ଦେଶର ୮୦ କୋଟି ଲୋକଙ୍କ ପାଇଁ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟ ସୀମା ଆହୁରି ୫ ମାସ ଯାଏ ବୃଦ୍ଧି କରାଯାଇଛି 

• ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକବିହୀନ ଋଣର ବ୍ୟବସ୍ଥାରେ ଜୁଲାଇ ପହିଲା ସୁଦ୍ଧା ୩୦ ଲକ୍ଷ ଏମଏସଏମଇ ପ୍ରତିଷ୍ଠାନ  ପାଇଁ ୧ କୋଟି ୧୦ ଲକ୍ଷରୁ ଉର୍ଧ୍ଵ  ଟଙ୍କା ମଞ୍ଜୁରୀ  

• ଏମଏସଏମଇ ପାଇଁ ନବାର୍ଡ ପକ୍ଷରୁ ହୋଇଥିବା ୩୦ ହଜାର କୋଟିର ସ୍ୱତନ୍ତ୍ର ନଗଦ ପାଣ୍ଠିରୁ ଜୁନ ଶେଷ ସୁଦ୍ଧା ୨୪ ହଜାର ୫୮୬ କୋଟି ଦିଆଯାଇଛି 

• କିଷାନ କ୍ରେଡିଟ୍ ମାଧ୍ୟମରେ ୨.୫ କୋଟି ଚାଷୀଙ୍କ ଲୋନ ବ୍ୟବସ୍ଥାରେ ୭୦.୩୨ ଲକ୍ଷ କିଷାନ କ୍ରେଡିଟ୍ କାର୍ଡକୁ ମଞ୍ଜୁରି

• ବାଣିଜ୍ୟିକ ଖଣି ପାଇଁ ୪୧ଟି କୋଇଲା ଖଣି ନିଲାମ କରିବା ପ୍ରକ୍ରିୟାର ଶୁଭାରମ୍ଭ 

•ପ୍ରତିରକ୍ଷା, ବେସାମରିକ ବିମାନ ଚଳାଚଳ, ମହାକାଶ କ୍ଷେତ୍ରରେ ବ୍ୟାପକ ସଂସ୍କାର ଏହି କ୍ଷେତ୍ରରେ ସ୍ୱଦେଶୀ ଉତ୍ପାଦନକୁ ବୃଦ୍ଧି କରିବ

କେନ୍ଦୁଝର(ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଅଭିଯାନରେ ଗରିବଙ୍କ କଲ୍ୟାଣକୁ ପ୍ରଧାନ୍ୟ ଦେବାସହ ଦେଶର ପୁଞ୍ଜିନିବେଶ, ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତିକୁ ପ୍ରୋତ୍ସାହନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଚାଷୀ, ଶ୍ରମିକ, ମଧ୍ୟବିତ୍ତ ଏବଂ ଉଦ୍ୟୋଗୀଙ୍କୁ ସଶକ୍ତ କରିଛି ଓ କୋଇଲା, ଖଣିଜ, ପ୍ରତିରକ୍ଷା ଉତ୍ପାଦନ , ବେସାମରିକ ବିମାନ ଚଳାଚଳ, ଶକ୍ତି ଯୋଗାଣ, ପରମାଣୁ ଏବଂ ମହାକାଶ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବାରେ ସହାୟକ ହୋଇଛି । ମୋଦି ସରକାରଙ୍କ ଏହି ଐତିହାସିକ ପଦକ୍ଷେପ କରୋନା ପରବର୍ତୀ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ଗୋଟିଏ ଶକ୍ତିଶାଳୀ, ସ୍ଥିର ତଥା ପ୍ରଗତିଶୀଳ ଭାରତ ଗଠନ କରିବାରେ ସହାୟକ ହେବ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି । 

 ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହନ୍ତ ବର୍ମା, ସଦର ବିଧାୟକ ମୋହନ ଚରଣ ମାଝୀ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ପକ୍ଷରୁ  ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନ କେବଳ କୋରନା ସହ ମୁକାବିଲା କରିବାରେ ବଡ ଭୂମିକା ଗ୍ରହଣ କରିନାହିଁ ବରଂ ନୂଆ ଭାରତ ଦିଗରେ ମଧ୍ୟ ଅଗ୍ରସର ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଭାରତର କରୋନା ବିରୋଧୀ ମୁକାବିଲାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଉଭା ହୋଇଛିି । ବିଜେପି ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଜିନଧନ ଆକାଉଂଟ, ସାମାଜିକ ସୁରକ୍ଷା ଭତା ଓ ଉଜ୍ଜଳା ଯୋଜନାରେ ଜୁନ ୨୮ ସୁଦ୍ଧା ପାଖାପାଖି ୪୦ କୋଟି ଲୋକଙ୍କୁ ୬୪ ହଜାର ୫୦୦ କୋଟି ସିଧାସଳଖ ଡିବିଟି ମାଧ୍ୟମରେ ବ୍ୟାଙ୍କ ଆକାଉଂଟକୁ ପଠାଯାଇଛି । ଗରିବ ଓ ପ୍ରବାସୀଙ୍କ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ  ଦେଶର ୮୦ କୋଟି ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୮ ମାସ ଅର୍ଥାତ୍ ନଭେମ୍ବର ଯାଏ ବୃଦ୍ଧି କରାଯାଇଛି । ଏହି ଯୋଜନାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ଓ ପ୍ରତି ପରିବାରକୁ ମିଳିବ ୧ କିଲୋ ଡ଼ାଲି ଆଗାମୀ ପାଞ୍ଚ ମାସ ପାଇଁ ଦିଆଯିବ । ଏଥିପାଇଁ ମୂଲ୍ୟ ୯୦ହଜାର କୋଟିରୁ ଅଧିକ ହେବାର ଆକଳନ କରାଯାଇଛି ।

 ଏହାବ୍ୟତିତ ପ୍ରବାସୀ ଶ୍ରମିକଙ୍କ ରହିବା ଖାଇବା ପିଇବା ଓ ଯତ୍ନ ନେବା ପାଇଁ ମୋଦି ସରକାର ବ୍ୟବସ୍ଥା କରିଛନ୍ତି । ଅନେକ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ୨ ମାସ ମାଗଣାରେ ଖାଦ୍ୟ ଯୋଗାଇବା ପାଇଁ ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହୋଇଛି । ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇବା ନିମନ୍ତେ ମନରେଗାରେ ଅତିରିକ୍ତ ୪୦ ହଜାର କୋଟି ବ୍ୟୟବରାଦ ହୋଇଛି । ଯାହା ପୂର୍ବରୁ ୬୦ ହଜାର କୋଟି ଥିଲା । ସେହିପରି ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି  । ସେମାନଙ୍କୁ ଗ୍ରାମାଚଂଳରେ ଭିନ୍ନ ଭିନ୍ନ ୨୫ଟି କାମରେ ରୋଜଗାର ଯୋଗାଇ ଦିଆଯିବ  । ଏହି ଯୋଜନାରେ ଗଞ୍ଜାମ, ବାଲେଶ୍ୱର, ଭଦ୍ରକ ବଲାଙ୍ଗିର ଭଳି ଜିଲ୍ଲା ବିଶେଷ ପ୍ୟାକେଜ ସହ ଅଧିକ ମାତ୍ରାରେ ଲାଭବାନ ହୋଇପାରିବ  । 

ବିଜେପି ପକ୍ଷରୁ କୁହାଯାଇଛି ଯେ ଆତ୍ମନିର୍ଭର ଭାରତ ଅଭିଯାନରେ ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକବିହୀନ ଋଣର ବ୍ୟବସ୍ଥା ହୋଇଛି । ଜୁଲାଇ ପହିଲା ସୁଦ୍ଧା ଏହି ଯୋଜନାରେ ସୁଦ୍ଧା ୩୦ ଲକ୍ଷ ଏମଏସଏମଇ ପ୍ରତିଷ୍ଠାନ କୁ ୧ କୋଟି ୧୦ ଲକ୍ଷରୁ ଉର୍ଧ୍ଵ  ଟଙ୍କା ମଞ୍ଜୁରୀ ଦିଆଯାଇଛି । ଏହି କ୍ଷେତ୍ର ପାଇଁ ନବାର୍ଡ ପକ୍ଷରୁ ହୋଇଥିବା ୩୦ ହଜାର କୋଟିର ସ୍ୱତନ୍ତ୍ର ନଗଦ ପାଣ୍ଠିରୁ ଜୁନ ଶେଷ ସୁଦ୍ଧା ୨୪ ହଜାର ୫୮୬ କୋଟି ଦିଆଯାଇଛି । ଏମଏସଏମଇ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ନିଯୁକ୍ତିଦାତାଙ୍କ ପାଇଁ ୨୫୦୦ କୋଟିର ଇପିଏଫ ସହଯୋଗ ଦିଆଯାଇଛି । ଏହା ଦ୍ୱାରା ପ୍ରାୟ ୩.୬୭ ଲକ୍ଷ ପ୍ରତିଷ୍ଠାନ  ଏବଂ ୭୨.୨୨ ଲକ୍ଷ କର୍ମଚାରୀ ଲାଭବାନ ହେବେ ।   

ଦେଶର କୃଷକ, ପ୍ରବାସୀ ଶ୍ରମିକ, ରାସ୍ତାକଡ ଦୋକାନୀ, ଛୋଟ ବ୍ୟବସାୟୀ ଓ ଗହରାଂଚଳ ଏବଂ ଗ୍ରାମାଂଚଳର ଗରିବ ଲୋକଙ୍କୁ ଆର୍ଥିକ ସବଳ ପାଇଁ ଉଦ୍ୟମ କରାଯାଇଛି । କିଷାନ କ୍ରେଡିଟ୍ ମାଧ୍ୟମରେ ୨.୫ କୋଟି ଚାଷୀ ତଥା ମତ୍ସ୍ୟ ଓ ଦୁଗ୍ଧ ଚାଷୀଙ୍କ ପାଇଁ ମଧ୍ୟ ଲୋନ ଦିଆଯିବାର ବ୍ୟବସ୍ଥା ହୋଇଛି । ଏଥିରେ ଜୁନ ଶେଷ ସୁଦ୍ଧା ୬୨ ହଜାର ୮୭୦ କୋଟି ଲିମିଟରେ ୭୦.୩୨ ଲକ୍ଷ କିଷାନ କ୍ରେଡଟିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । କୃଷି ଭିତିଭୂମିକୁ ସଦୃଢ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତିଭୂମି ପାଣ୍ଠି ଘୋଷଣା କରାଯାଇଛି । ନାବାର୍ଡ ପକ୍ଷରୁ କୃଷି ଋଣ ପାଇଁ ସ୍ୱତନ୍ତ୍ର ନଗଦ ପାଣ୍ଠି (ଲିକ୍ୱିଡିଟି) ବ୍ୟବସ୍ଥା ହୋଇଛି । ଜୁନ ୩୦ ଶେଷ ସୁଦ୍ଧା ୨୪ ହଜାର ୫୮୬.୮୭ କୋଟି କର୍ପୋରେଟିଭ୍ ବ୍ୟାଙ୍କକୁ ପ୍ରଦାନ କରାଯାଇଛି । ଲଘୁ ଖାଦ୍ୟ ଉଦ୍ୟୋଗ ଗୁଡିକୁ ସଂଗଠିତ କରିବା ପାଇଁ ୧୦ ହଜାର କୋଟି ଘୋଷଣା କରାଯାଇଛି । ଏହା ଦେଶର ସ୍ଥାନୀୟ ଉପôାଦର ପ୍ରଚାର ପ୍ରସାର କରିବ ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଲୋକାଲ୍ ପାଇଁ ଭୋକାଲ୍କୁ ବଡ ଗତି ଦେବ । ଏହା ଲଘୁ ଖାଦ୍ୟ ଉଦ୍ୟୋଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଲାଭ ଦେବା ଓ ଚାଷୀଙ୍କ ଆୟ ମଧ୍ୟ ବଢିବ ।   

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ୨୦ ହଜାର କୋଟି ଟଙ୍କା ଘୋଷଣା ହୋଇଛି । ଦୁଗ୍ଧ ଶିଳ୍ପକୁ ପ୍ରୋତ୍ସାହନ ଦେବ ୧୫ ହଜାର କୋଟିର ପଶୁପାଳନ ଭିତିଭୂମି ବିକାଶ ପାଣ୍ଠି ଗଠନ ହୋଇଛି । ମହୁ ଚାଷର ଭିତିଭୂମିକୁ ମଜବୁତ କରିବା ପାଇଁ ୫୦୦ କୋଟି ଟଙ୍କା ଘୋଷଣା କରାଯାଇଛି । ଏହା ୨ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରିବ ଓ ସ୍ଥାନୀୟ ମହୁ ସଂଗ୍ରହକାରୀ ମହିଳା ଚାଷୀଙ୍କୁ ମଧ୍ୟ ଆର୍ଥିକ ସବଳ କରିବ ।  ଗୋଟିଏ ଦେଶ ଓ ଗୋଟିଏ ବଜାରର ବ୍ୟବସ୍ଥା ହୋଇଛି,ଯାହା ଚାଷୀମାନେ ନିଜ ଉତ୍ପାଦିତ  ସାମଗ୍ରୀର ସଠିକ୍ ମୂଲ୍ୟ ପାଇପାରିବେ । 

କୋଇଲା କ୍ଷେତ୍ରରେ ଭିତିଭୂମିର ବିକାଶ ବିଶେଷ ଭାବରେ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ପ୍ରୋତ୍ସାହନ ଦିଆଯାଇଛି । ଏହି ଆତ୍ମନିର୍ଭର ପ୍ୟାକେଜରେ କୋଇଲା ଭିତିଭୂମିକୁ ଗୁରୁତ୍ୱ ଦେବା ସହ ଏଥିପାଇଁ ୫୦ ହଜାର କୋଟିର ନିବେଶ ପ୍ରସ୍ତାବ ହୋଇଛି । କୋଇଲା ଖଣି ନିଲାମ ପ୍ରକ୍ରିୟା ସରଳୀକରଣ ହୋଇଛି । ଜୁନ ୧୮ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାଣିଜ୍ୟିକ ଖଣି ପାଇଁ ୪୧ଟି କୋଇଲା ଖଣି ନିଲାମ କରିବା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ଆଗାମୀ ୫ରୁ ୭ ବର୍ଷ ବାଣିଜ୍ୟିକ ଖଣି ନିଲାମୀ ଯୋଗୁଁ ୩୩ ହଜାର କୋଟି ଟଙ୍କା ପୁଞ୍ଜନିବେଶ ପ୍ରତି ଆକୃଷ୍ଟ ହେବାର ଆକଳନ କରାଯାଇଛି ।  ସେହିପରି ପ୍ରତିରକ୍ଷା ପାଇଁ ୩୮ ହଜାର ୯୦୦ କୋଟିର ବ୍ୟୟବରାଦ ହୋଇଛି କରାଯାଇଛି ବୋଲି ଜିଲ୍ଲା ସଭାପତି, ସଦର ବିଧାୟକ ଓ  ରାଜ୍ୟ ମୁଖପାତ୍ର ପ୍ରମୁଖ କହିଥିବା  ଜିଲ୍ଲା ମିଡିଆ ସଂଯୋଜକ ସଞ୍ଜୀବ ନାୟକ ସୂଚନା ଦେଇଛନ୍ତି | 

0
0
0
s2sdefault