ହେଡଲାଇନସ୍:

ରାଜ୍ୟ ସରକାର ଓଡିଆ ଲୋକଙ୍କ ଆସ୍ଥାକୁ ହତ୍ୟା କରପାରିବେ ନାହିଁ: ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ ପ୍ରଶାସନ ସ୍ୱର୍ଗଦ୍ୱାରରେ ଶବ ଦାହ ଉପରେ କଟକଣା ଲାଗୁ କରିବା ପ୍ରସଙ୍ଗ

 ଋଥଯାତ୍ରା ବନ୍ଦ କରିବା ଷଡଯନ୍ତ୍ର ଭଳି ହିନ୍ଦୁ ଧର୍ମର ବିଶ୍ୱାସକୁ ନଷ୍ଟ କରିବା ପାଇଁ ଏହା ରାଜ୍ୟସରକାରଙ୍କ ଦିତୀୟ ଷଡଯନ୍ତ୍ର

 ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଲୋକଙ୍କ ଆସ୍ଥାକୁ କୁଠାରଘାତ କରୁଛି ଜିଲ୍ଲା ପ୍ରଶାସନ

 ରାଜ୍ୟସରକାର ତୁରନ୍ତ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରନ୍ତୁ

 ସ୍ୱର୍ଗଦ୍ୱାରରେ ଶବଦାହ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି

 କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଦ୍ୱାରା ଘୋଷିତ ହୋଇଥିବା କୋଭିଡ ନିୟନ୍ତ୍ରଣ ନିୟମକୁ ଅନୁପାଳନ କରାଇବାର ଦାୟୀତ୍ୱ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର

ଭୁବନେଶ୍ୱର: ପୁରୀ ପ୍ରଶାସନ ପୁରୀ ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାରକୁ ଯିବା ପାଇଁ ବାରଣ କରିବା ସହ ଶବଦାହ ଉପରେ କଟକଣା ଲଗାଇଛନ୍ତି । କେବଳ ସେତିକି ନୁହେଁ ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲଗାଇବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । 

ହିନ୍ଦୁ ଧର୍ମରେ ସ୍ୱର୍ଗଦ୍ୱାରରେ ଶବଦାହ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ପ୍ରତିଦିନ ସ୍ୱର୍ଗଦ୍ୱାରରେ ହଜାର ହଜାର ସଂଖ୍ୟାରେ ଶବ ଦାହ କରାଯାଏ । ସେହିପରି ମହୋଦଧୀରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ରାଜ୍ୟର ପ୍ରତି କୋଣ ଅନୁକୋଣରୁ ଲୋକ ଆସିଥାନ୍ତି । ଏଥିରେ ଓଡିଶା ଲୋକଙ୍କର ଆସ୍ଥା ଜଡିତ ହୋଇ ରହିଛି । ରାଜ୍ୟସରକାର କୌଣସି ପ୍ରକାରରେ ଦିନ୍ଦୁ ଧର୍ମ ଏବଂ ଓଡିଆ ଲୋକଙ୍କ ଆସ୍ଥାକୁ ହତ୍ୟା କରିପାରିବେ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । 

କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଦ୍ୱାରା ଘୋଷିତ ହୋଇଥିବା କୋଭିଡ ନିୟନ୍ତ୍ରଣ ନିୟମକୁ ଅନୁପାଳନ କରାଇବାର ଦାୟୀତ୍ୱ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର । ଏହାକୁ ପାଳନ କରି ଶବଦାହ କରିବାର ଅନୁମତି ଦେବା ସରକାରଙ୍କ ନୈତିକ ଦାୟୀତ୍ୱ ମଧ୍ୟ । ଏଥିପାଇଁ ସରକାର ଲୋକଙ୍କ ନିଷ୍ଠା , ବିଶ୍ୱାସ ଓ ଆସ୍ଥାକୁ ହତ୍ୟା କରିପାରିବେ ନାହିଁ । ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରାଇବାର ଷଡଯନ୍ତ୍ର କରିଥିବା ରାଜ୍ୟସରକାର ହିନ୍ଦୁ ଧର୍ମର ବିଶ୍ୱାସକୁ ନଷ୍ଟ କରିବା ପାଇଁ ଦ୍ୱିତୀୟ ଷଡଯନ୍ତ୍ର ଆରମ୍ଭ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି । 

କରୋନା ମହାମାରୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ଠାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ଦରକାର । ଏହା ଅର୍ଥ ନୁହେଁ ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଲୋକଙ୍କ ଆସ୍ଥାକୁ କୁଠାରଘାତ କରିବା । ରାଜ୍ୟସରକାର ତୁରନ୍ତ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରନ୍ତୁ ।  ଜିଲ୍ଲା ପ୍ରଶାସନକୁ ଏହି ନିଷ୍ପତି ପ୍ରତ୍ୟାହାର କରିବା ସହ ଶବଦାହ ସମୟରେ କୋଭିଡ ନିୟମର ପାଳନ କେମିତି ହେବ ତାହାର ବ୍ୟବସ୍ଥା କରିବା କଥା ଚିନ୍ତା କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । 

 

 

0
0
0
s2sdefault