ହେଡଲାଇନସ୍:

ମୟୁରଭଞ୍ଜ ବିଜେଡି ରାଜନୀତିରେ ବବିଙ୍କ ରାମାୟଣ ଫର୍ମୁଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦେବାଶିଷଙ୍କୁ ବବିଙ୍କ ପରାମର୍ଶ : ସୁଦାମ ଓ ସାନନ୍ଦ ରାମ-ଲକ୍ଷ୍ମଣ, ଭରତ ଭଳି ସହଯୋଗ କର 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିରେ ଜିଲ୍ଲା ବିଜେଡ଼ିରେ ୩ ମାର୍ଣ୍ଡି ଅର୍ଥାତ୍ ମାର୍ଣ୍ଡି ତ୍ରିମୁର୍ତ୍ତି  । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଓ ବିଧାନ ସଭାର ପୂର୍ବତନ ଉପବାଚସ୍ପତି ତଥା ପୂର୍ବତନ ବିଧାୟକ ସାନନ୍ଦ ମାର୍ଣ୍ଡି ରାମ ଓ  ଲକ୍ଷ୍ମଣ ବୋଲି  ବିଜେଡ଼ିର ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ ବବି ପ୍ରକାଶ କରିବା ସହ ଭରତ ପରି ଏମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିବା ନିମନ୍ତେ ବିଜେଡ଼ିର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଡ଼ା. ଦେବାଶିଷ ମାର୍ଣ୍ଡିଙ୍କୁ ଶ୍ରୀଦାସ ଯୁମ  ଆପ୍ପ ମାଧ୍ୟମରେ ଆୟୋଜିତ ଭାର୍ଚୁ୍ୟଆଲ ରାଲିରେ ପରାମର୍ଶ  ଦେଇଛନ୍ତି । ବିଜେଡ଼ିର ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଭୂବନେଶ୍ୱରରେ ଥାଇ ଜୋମ ଆପ୍ପ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିର ନେତା, କର୍ମକର୍ତ୍ତା ଓ ସକ୍ରିୟ ସଦସ୍ୟମାନଙ୍କ ସହିତ ସିଧାସଳଖ ଭାବେ ଫୋନରେ ଯୋଡ଼ି ହୋଇ ଦଳୀୟ କାର୍ଯ୍ୟକ୍ରମକୁ ସମୀକ୍ଷା କରିଥିଲେ । ଏଥି ସହିତ ଦୁଇ ଦିନ ତଳେ ତାଙ୍କର ବାରିପଦା ଗସ୍ତ କାର୍ଯ୍ୟକ୍ରମ ସମୟରେ ସିନିଅର ସିଟିଜେନ ଫୋରମ ସହ ଆଲୋଚନା ସମୟରେ ଫୋରମ ପକ୍ଷରୁ ଉତ୍ଥାପନ କରାଯାଇଥିବା ବିଭିନ୍ନ ସମସ୍ୟାଗୁଡ଼ିକ ସମାଧାନ କ୍ଷେତ୍ରରେ ମନ୍ତ୍ରୀ ଶ୍ରୀମାର୍ଣ୍ଡି କେତେଦୂର ଅଗ୍ରଗତି କରିଛନ୍ତି ସେ ସମ୍ପର୍କରେ ଆଲୋଚନା କରିବା ସହ ଅବିଳମ୍ବେ ସମାଧାନ କରାଇବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଦଳୀୟ ନେତା ଓ କର୍ମକର୍ତ୍ତାମାନଙ୍କ ନିକଟରୁ ସେମାନଙ୍କର ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଦଳକୁ ତୃଣମୂଳ ସ୍ତରରୁ ଅଧିକ ଶକ୍ତିଶାଳୀ କରାଇବାର ଲକ୍ଷ ନେଇ କାର୍ଯ୍ୟକରିବାକୁ ନିର୍ଦ୍ଦେଶ  ଦେଇଥିଲେ । ଆଜିର ଏହି ଭାର୍ଚୁ୍ୟଆଲ ରାଲିରେ ମନ୍ତ୍ରୀ ଶ୍ରୀମାର୍ଣ୍ଡି, ବିଧାନସଭାର ପୂର୍ବତନ ଉପବାଚସ୍ପତି ଶ୍ରୀମାର୍ଣ୍ଡି, ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେଡ଼ି କାର୍ଯ୍ୟକାରିଣୀ ସଭାପତି ଡ଼ା.ମାର୍ଣ୍ଡି, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ବୀଣାପାଣି ସାହୁ, ପୂର୍ବତନ କାଉନସିଲର କୃଷ୍ଣାନନ୍ଦ ମହାନ୍ତି, କୃଷ୍ଣଦାସ, ଅରୁଣ ବରାଡ଼, ସୁନୀଲ ନାୟକ ପ୍ରମୁଖ ଶତାଧିକ ଦଳୀୟ ନେତା, କର୍ମକର୍ତ୍ତା, ସକ୍ରିୟ ସଦସ୍ୟ ଯୋଡ଼ି ହୋଇଥିବାର ଜଣାପଡ଼ିଛି । 

0
0
0
s2sdefault