ହେଡଲାଇନସ୍:

ରାଜ୍ୟ ସରକାର ରଥଯାତ୍ରା କରାଇ ଦେବାକୁ ଚାହୁଁ ନ ଥିଲେ : ବୈଜୟନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଙ୍ଗାଲି ବିଧାନସଭା ଭର୍ଚୁଏଲ ରେଲିର ଜନ ସମ୍ବାଦ କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରେଙ୍ଗାଲି/ ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ଵିତୀୟ ପର୍ଯ୍ୟାୟ ର ପ୍ରଥମ ବର୍ଷ ପୂର୍ତ୍ତି ହୋଇ ସାରିଛି । ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ରିପୋର୍ଟକାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରତ୍ୟେକ ବର୍ଷ ପୂର୍ତ୍ତିରେ ଦେଶ ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ତାଙ୍କର ରିପୋର୍ଟ କାର୍ଡ ପ୍ରଦାନ କରି ଆସୁଛନ୍ତି । ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କିନ୍ତୁ ଏ ବର୍ଷ କୋଭିଡ-୧୯  କଟକଣା ଯୋଗୁଁ କାର୍ଯ୍ୟକ୍ରମ ର ଆକାର ଓ ପ୍ରକାରରେ ପରିବର୍ତ୍ତନ ଘଟିଛି । ଭିଡିଓ କନ୍ଫରେସିଙ୍ଗ ମାଧ୍ୟମରେ ଭର୍ଚୁଏଲ ରେଲି ରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଙ୍କୁ-ସାମିଲ କରିବାକୁ ଜନ ସମ୍ବାଦ କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି । ପ୍ରଥମେ ରାଷ୍ଟ୍ରୀୟ ସ୍ତର ରୁ ଆରମ୍ଭ ହୋଇ ରାଜ୍ୟ ସ୍ତରୀୟ, ଲୋକସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ, ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଓ ବିଭିନ୍ନ ମୋର୍ଚ୍ଚା ର ସ୍ୱତନ୍ତ୍ର ଜନ ସମ୍ବାଦ ରେଲିରେ ଉଦବୋଧନ ଦେଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଦ୍ଧକ୍ଷ, ବିଭିନ୍ନ ମନ୍ତ୍ରୀ ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀ ମାନେ । 

         ଏହି ମର୍ମରେ ଆଜି ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏହି ଜନ ସମ୍ବାଦ ରେଲି ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେପି ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ  ବୈଜୟନ୍ତ ପଣ୍ଡା ଉଦବୋଧନ ଦେଇଥିଲେ । ସେ ତାଙ୍କର ଅଭିଭାଷଣରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉଲ୍ଲେଖ କରିବା ସହିତ ରାଜ୍ୟ ସରକାର ଙ୍କର ବିଫଳତା ଯୋଗୁଁ କିଭଳି ଓଡ଼ିଶାରେ ସେ ଯୋଜନାମାନେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ସେ ବିଷୟରେ ଆଲୋକପାତ କରିଥିଲେ । ଏବର୍ଷ ର ରଥଯାତ୍ରା ପ୍ରସଙ୍ଗରେ କେନ୍ଦ୍ର ନେତୃତ୍ୱକୁ ଧନ୍ୟବାଦ ଦେବା ସହ ରାଜ୍ୟ ସରକାର କିଭଳି ରଥଯାତ୍ରା କରାଇ ଦେବାକୁ ଚାହୁଁ ନ ଥିଲେ ସେ ବିଷୟ ମଧ୍ୟ ଉଲ୍ଲେଖ କରି ନବୀନ ସରକାରର ମୁଖା ଖୋଲିଥିଲେ ।

         ପରେ ସମ୍ବଲପୁର ସାଂସଦ  ନିତେଶ ଗଙ୍ଗଦେବ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ  ଜୟ ନାରାୟଣ ମିଶ୍ର ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି  ନାଉରି ନାଏକ କୁଚିଣ୍ଡାର ପୂର୍ବତନ ବିଧାୟକ  ରବି ନାରାୟଣ ନାଏକ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ସଭାପତି  ଗିରିଶ ପଟେଲ ଙ୍କ ସଭାପତିତ୍ୱରେ ହୋଇଥିବା ଆଜିର ଜନସମ୍ବାଦ ରେଲି ରେ ଜିଲ୍ଲା ପରିଷଦ ଅଦ୍ଧକ୍ଷ  ରାଧେଶ୍ୟାମ ବାରିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରେଙ୍ଗାଲି ମଣ୍ଡଳ ସଭାପତି ଯୁଗଳ କିଶୋର ଅଗ୍ରୱାଲ ଧନ୍ୟବାଦ ଜ୍ଞାନପ କରିଥିଲେ ।

        ଆଜିର କାର୍ଯ୍ୟକ୍ରମ ରେ ସୀମାଞ୍ଚଳ ଖଟେଇ, ଦେବେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ମେହେର, ଦାମୋଦର କର, ମାନସ ରଞ୍ଜନ ବକ୍ସି, ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଦ୍ଧକ୍ଷ, ବ୍ଲକ ଉପାଧ୍ୟକ୍ଷ, ମଣ୍ଡଳ ସଭାପତି ଓ ବହୁ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

0
0
0
s2sdefault