ହେଡଲାଇନସ୍:

ଦେଶର ସୈନିକଙ୍କ ମନୋବଳକୁ ଦୃଢ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାଡଖଣ୍ଡ ଜନସମ୍ବାଦ ରାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ

• ପୂର୍ବ ଭାରତର ବିକାଶ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା

• କୋଇଲା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଝାଡଖଣ୍ଡର ସ୍ଥାନୀୟ ଅର୍ଥନୀତି ସୁଦୃଢ କରିବ

• ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଝାଡଖଣ୍ଡକୁ ଅଧିକ ଲାଭ ମିଳିଛି

• ମୋଦି ସରକାରରେ ଜାତୀୟ ରାଜପଥ, ରେଳ, କୃଷି ତଥା ସମସ୍ତ କ୍ଷେତ୍ରର ବିକାଶ ହୋଇଛି

• କରୋନାକୁ ପରାସ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଦେଶ ଏକଜୁଟ୍ ହୋଇଛି

• ଦେଶରେ ସାଧାରଣ ଲୋକଙ୍କ ଭରସା ମୋଦିଙ୍କ ପ୍ରତି ବଢିଛି

ନୂଆଦିଲ୍ଲୀ/ଭୁବନେଶ୍ୱର  – ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଦେଖାଯାଇଥିବା ବେଳେ ଏହି ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବୀର ସୈନିକ ମାନଙ୍କ ମନୋବଳକୁ ଦୃଢ କରିଛନ୍ତି । ଦେଶର ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ସୈନିକ ମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ବିଜେପି ପକ୍ଷରୁ ଆୟୋଜିତ ଝାଡଖଣ୍ଡ ଜନସମ୍ବାଦ ଭର୍ଚୁଆଲ ରାଲିରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

ମୋଦି ସରକାରର ଦ୍ୱିତୀୟ ବର୍ଷ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତି ହେବା ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସବକି ସାଥ୍ ସବକି ବିକାଶ ଓ ସବକି ବିଶ୍ୱାସର ମନ୍ତ୍ର ନେଇ ଚାଲୁଥିବା ମୋଦି ସରକାରର ପୂର୍ବ ଭାରତର ବିକାଶ କରିବା କେବଳ ଏକ ସ୍ଲୋଗାନ ନୁହେଁ ଗୋଟେ ଦାୟିତ୍ୱ । ପୂର୍ବ ଭାରତକୁ ବିକାଶ କରିବା ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା । ସେ କହିଛନ୍ତି ଦିଲ୍ଲୀରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ । ମାତ୍ର ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯେ ପୂର୍ବ ଭାରତର ବିକାଶ କରିବା କଥା ଅଧିକ ଚିନ୍ତା କରୁଛନ୍ତି । ପୂର୍ବ ଭାରତର ବିକାଶ ବିନା ଦେଶର ସନ୍ତୁଳିତ ବିକାଶ କରିବା ଅସମ୍ଭବ ବୋଲି ସେ କହିଛନ୍ତି । ମୋଦି ସରକାରରେ ଜାତୀୟ ରାଜପଥ, ରେଳ, କୃଷି ତଥା ସମସ୍ତ କ୍ଷେତ୍ରର ବିକାଶ ହୋଇଛି । ଓଡିଶାର ବନ୍ଦ ପଡିଥିବା ତାଳଚେର ସାର କାରଖାନା ସମେତ ଝାଡଖଣ୍ଡର ଅନେକ ବନ୍ଦ କାରଖାନାକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇଛି । 

ଝାଡଖଣ୍ଡରେ ଗରିବଙ୍କୁ ସବୁ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ କାଳରେ ପକ୍କା ଘର ପାଇଁ ଝାଡଖଣ୍ଡକୁ ଯେତିକି ଅନୁଦାନ ଦିଆଯାଇଛି କଂଗ୍ରେସର ଗତ ୧୦ ବର୍ଷ ଶାସନରେ ଝାଡଖଣ୍ଡକୁ ସେତେ ଅନୁଦାନ ମିଳିନଥିଲା । ସେହିପରି ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ବେଟି ବଚାଓ ଏବଂ ବେଟି ପଢାଓ ଭଳି କାର୍ଯ୍ୟକ୍ରମରେ ପୂର୍ବ ଭାରତ ତଥା ଝାଡଖଣ୍ଡ ଭଳି ରାଜ୍ୟ ଅଧିକ ଲାଭ ପାଇଛି । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗାରେ ପାଇପଲାଇନ କାମ ମଧ୍ୟ ଏଠାରେ ହେଉଛି । କୋଇଲା କ୍ଷେତ୍ରରେ ସଂସ୍କାର ଅଣାଯିବା କାରଣରୁ ଝାଡଖଣ୍ଡରେ ସ୍ଥାନୀୟ ଅର୍ଥନୀତି ଅଧିକ ସୁଦୃଢ ହେବ ବୋଲି ମତବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ ।

ଗ୍ରାମୀଣ ବିକାଶ ବିଭାଗ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଝାଡଖଣ୍ଡ ଓ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ଦେଶର ୧୧୬ ଗ୍ରାମୀଣ ଜିଲ୍ଲାରେ ପ୍ରବାସୀ ଶ୍ରମିକମାନେ ୨୫ଟି ଭିନ୍ନଭିନ୍ନ କାର୍ଯ୍ୟକ୍ରମରେ କାମ ପାଇପାରିବେ । ଆଜି ବିଶ୍ୱ କରୋନା ବିଭିଷୀକା ଦେଇ ଗତି କରୁଛି । ମାତ୍ର ଏହି ସମୟରେ କରୋନାକୁ ପରାସ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଦେଶ ଏକଜୁଟ୍ ହୋଇଛି । ଭାରତ ବିଶ୍ୱରେ ସ୍ୱାସ୍ଥ୍ୟବସ୍ଥାରେ ଭିନ୍ନ ଢାଂଚା ତିଆରି କରିଛି । କରୋନା ବୈଶ୍ୱିକ ମହାମାରୀରେ ଭାରତ ବିଶ୍ୱର ୧୫୦ ଦେଶକୁ ମେଡିସିନ ଯୋଗାଇଛି । ଏହା ସବୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ କାରଣରୁ ସମ୍ଭବ ହୋଇପାରିଛି । ଦେଶରେ ସାଧାରଣ ଲୋକଙ୍କ ଭରସା ମୋଦିଙ୍କ ପ୍ରତି ବଢିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

0
0
0
s2sdefault