ହେଡଲାଇନସ୍:

ଯୋଗାଣ ସହାୟକଙ୍କ ନାଁ ରେ ଦୁଷ୍କର୍ମ ଅଭିଯୋଗ :  ଏସ.ପି ଙ୍କ ଦ୍ୱାରସ୍ଥ ହେଲେ ଆଠମାସର ଗର୍ଭବତୀ ଯୁବତୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିବାହର ପ୍ରତିଶୃତି ଦେଇ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ । ନ୍ୟାୟ ପାଇଁ ବାରଦୁଆର ଗର୍ଭବତୀ ଯୁବତୀ ।

 ମୁରିବାହଲ୍ /ଟିଟିଲାଗଡ-ଗୌରବ ଦର୍ଜି : ଏମିତି ଏକ ସମ୍ୱେଦନଶୀଳ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚଲକି ଗାଁ ରେ । ଗତ ସେପ୍ଟେମ୍ୱର ମାସରେ ଜଣେ ନାବାଲିକାକୁ ବିବାହ  ହେବାର ପ୍ରତିଶୃତି ଦେଇ ବାରମ୍ୱାର ଦୁଷ୍କର୍ମ କରୁଥିଲେ  ଚଲକି ଗ୍ରାମ ପଞ୍ଚାୟତ ର ଯୋଗାଣ ସହାୟକ ରୁଷୁ ବେନିଆ । ରୁଷୁ ନିଜେ ବିବାହିତ ହୋଇଥିବା ବେଲେ ତିନୋଟି ସନ୍ତାନର ବାପା ।

 ଘରେ ସ୍ତ୍ରୀ ପିଲା ଛୁଆ  ଥିଲେ ମଧ୍ୟ ଜଣେ ନାବାଲିକାକୁ ଫୁସଲେଇ ବାରମ୍ୱାର ଦୁଷ୍କର୍ମ କରିଚାଲିଥିଲେ । ଗତ ନଭେମ୍ୱର ମାସରେ ନାବାଲିକା ଜଣକ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ । ସେଠାରେ ନାବାଲିକା ଜଣକ ଗର୍ଭବତୀ ଥିବା ଜାଣିଥିଲେ ପରିବାର ଲୋକେ । ଲକଡାଉନ ଯୋଗୁଁ ସେଠାରେ ଫସିରହିଥିବା ପରିବାର ,ଗତ ମାସ  ପ୍ରଶାସନର ସହାୟତାରେ ଗାଁ କୁ ଫେରିଥିଲେ । କରୋନା କଟକଣା ଯୋଗୁଁ ଗାଁ ସ୍କୁଲର କୋରେନଟାଇନ ସେଣ୍ଟର ରେ ୧୪ ଦିନ ରହିବା ପରେ ୭ ଦିନ ହୋମ କୋରେନଟାଇନରେ ରହିଲେ । ଏ ସଵୁ ଭିତରେ ନାବାଲିକା ଜଣକୁଂ ୧୮ ବର୍ଷ ପୁରି ସେ ସାବାଲିକା ହୋଇଯାଇଛନ୍ତି । ତେଣୁ ଗାଁରେ ବୈଠକ କରି ଦୁଷ୍କର୍ମ କରିଥିବା ଯୋଗାଣ ସହାୟକକୁ ଆଠମାସର ଗର୍ଭବତୀ ଯୁବତୀ ଜଣକୁ ବାହା ହେବା ପାଇଁ ଗାଁ ଲୋକେ କହିଥିଲେ । କିନ୍ତୁ ରୋକ ଠୋକ ମନା କରିଦେଇଥିଲା ରୁଷୁ ବେନିଆ । ନିରାଶ ହେବା ପରେ ଯୁବତୀ ଜଣକ ମୁରିବାହାଲ ଥାନାରେ ଗତ ୧୬ ତାରିଖ ଦିନ ଅଭିଯୋଗ କରିବା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ପୋଲିସ ଏଫ.ଆଇ.ଆର ମଧ୍ୟ ରଖିଲା ନାହିଁ । ଯାହା ଫଳରେ ପେଟରେ ଆଠ ମାସର ଛୁଆକୁ ଧରି ଗର୍ଭବତୀ ଯୁବତୀ ଜଣକ ପରିଵାର ସହିତ ବଲାଗିଂର ଏସ.ପି ଙ୍କ  କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ।  ଅତିରିକ୍ତ ଏସ.ପି ଦିଲିପ କୁମାର ପଟେଲ ଅଭିଯୋଗ ପତ୍ର ରଖିବା ସହିତ ତଦନ୍ତ ପରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସେପଟେ ଯୋଗାଣ ସହାୟକ ରୁଷୁ ବେନିଆ ଙ୍କ ମତାମତ ମିଲିପାରିନାହିଁ ।

0
0
0
s2sdefault