ହେଡଲାଇନସ୍:

ରାଉରକେଲାରେ ଶୋଭାଯାତ୍ରା ଘଟଣା: ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ କଲେ ଭିଏଚପି ନେତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ  - ରାଉରକେଲା ନାଲାରୋଡ଼ରେ ଗତ 8 ତାରିଖ ସନ୍ଧ୍ୟାରେ କରୋନା କଟକଣାକୁ ଖୋଲା ଖୋଲି ଉଲଙ୍ଘନ କରି ହଜାର ହଜାର ଲୋକ ଶୋଭାଯାତ୍ରାରେ ସାମିଲ ହେବା ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | କରୋନା ମହାମାରୀର ସଶକ୍ତ କଟକଣା ଭିତରେ ଥାନା ସମ୍ମୁଖରେ ଏଭଳି ଶୋଭାଯାତ୍ରା ଜିଲ୍ଲା ପୋଲିସ ଓ ପ୍ରଶାସନର ଅପାରଗତାର ପରିଚୟ ଅଟେ ବୋଲି ସେ କହିଥିବା ବେଳେ ରାଉରକେଲାରେ ଦେଖା ଦେଇଥିବା ଅରାଜକତାର ନିରାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି | ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ କରି ରାଉରକେଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ତୁଷ୍ଟିକରଣ ଯୋଗୁଁ କରୋନା ଗୋଷ୍ଠୀ ସଂକ୍ରମଣର କେମିତି ଆଶଙ୍କା ସୃଷ୍ଟିହୋଇଛି ସେ ସମ୍ୱନ୍ଧରେ ବିସ୍ତୃତ ଭାବରେ ବଖାଣିବା ସହ ରାଉରକେଲାର ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ଏଠାରେ ଭାରତୀୟ ସେନାକୁ ମୃତୟନ କରିବା ପାଇଁ ନିବେଦନ କରିଛନ୍ତି | ପ୍ରଧାନମନ୍ତ୍ରୀଙ୍କୁ କରିଥିବା ଟ୍ୱିଟରେ ଶ୍ରୀ କୁସୁମ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ରାଉରକେଲା ମହାନଗରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ନେଇ ସ୍ଥାନୀୟ ଜନସାଧାରଣ ଭୟର ବାତାବରଣ ଭିତରେ ଜୀବନ ଅତିବାହିତ କରୁଛନ୍ତି | ଗୋଟିଏ ପଟେ କରୋନା ଗୋଷ୍ଠୀ ସଂକ୍ରମଣର ଭୟ ହେଲେ ଅନ୍ୟପଟେ ଅରାଜକତାର ଭୟ | କଣ କରିବେ କଣ ନାହିଁ କିଛି ଭାବି ପାରୁନାହାନ୍ତି ସହରବାସୀ | ତାଛଡା ଯେତେବେଳେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଅରାଜକତା ଆଗରେ ହାତ ଟେକିଛନ୍ତି ସେତେବେଳେ ଜନସାଧାରଣ ନ୍ୟାୟର ଆଶା କରିବେ ବା କାହାଠୁ | ଶ୍ରୀ କୁସୁମ ଆହୁରି ଦର୍ଶାଇଛନ୍ତି ଯେ ଗତ ମଇ-26 ତାରିଖ ଦିନ ରାଉରକେଲା ସହରର ନାଲା ରୋଡ଼ କଣ୍ଟେନମେଣ୍ଟ ଜୋନରେ ପୋଲିସ ଉପରକୁ ପଥର ମାଡ଼ ହୋଇଥିବା ବେଳେ ସେଥିରେ ଅନେକ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିଲେ | ହେଲେ ସେଇ ଘଟଣା ମନରୁ ନଲିଭୁଣୁ ପୁଣି ଉକ୍ତ ଜାଗାର ଲୋକେ ହଜାର ହଜାର ସଂଖ୍ୟାରେ ଏକତ୍ରିତ ହେବା ତଥା ମାକ୍ସ ନପିନ୍ଧି,ଶାରୀରିକ ଦୂରତ୍ୱକୁ ପାଳନ ନକରି ଶୋଭାଯାତ୍ରାରେ ଭାଗନେବା ଘଟଣା ସ୍ଥାନୀୟ ପ୍ରଶାସନର ସ୍ୱଛତା ଓ କାର୍ଯ୍ୟଶୈଳୀ ପ୍ରତି ଅନେକ ସନ୍ଦେହ ସୃଷ୍ଟି କରିଛି | ତେଣୁ ରାଉରକେଲା ବାସୀଙ୍କୁ କରୋନା ମହାମାରୀରୁ ସୁରକ୍ଷିତ ରଖିବା ନିମନ୍ତେ ଏଠାକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ସେନାକୁ ମୃତୟନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଭିଏଚପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି |

 

0
0
0
s2sdefault