ହେଡଲାଇନସ୍:

ବିଜୁ ଯୁବଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ମହାମାରୀ ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀଙ୍କ ନେତୃତ୍ୱରେ ଯୁବ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ରଶ୍ମି ରଞ୍ଜନ ଦାସଙ୍କ ସଂଯୋଜନାରେ ସରକାରଙ୍କ କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ସାମାଜିକ ଦୁରତ୍ୱ ରକ୍ଷାକରିଏକ ରକ୍ତଦାନ ଶିବିର ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍ଘାଟନ କରିଥିଲେଏବଂଜୀବନ ବିନ୍ଦୁର ରାଜ୍ୟ ମୁଖ୍ୟ ସଂଯୋଜକ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ,ଯାଜପୁରର ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ପ୍ରଣବ ପ୍ରକାଶ ଦାସ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ତଥା ବିଜେଡି ଆଇ.ଟି ୱିଙ୍ଗ୍ ଅଧ୍ୟକ୍ଷ ଡଃ. ଅମର ପଟ୍ଟନାୟକ, ଧର୍ମଶାଳାର ବିଧାୟକ  ପ୍ରଣବ ପ୍ରକାଶ ବଳବନ୍ତରାୟ ଓ ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ ତଥା ଯୁବକଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ବିଜୟ ନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ରକ୍ତଦାତା ତଥା କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ୩୫ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଯୁବଜନତା ଦଳର ଉପଦେଷ୍ଟା କୁନ ବିହାରୀ ଦାସ, ଉପସଭାପତି ସନ୍ତୋଷ ବେଜ୍, ସାଧାରଣ ସମ୍ପାଦକ ଧ୍ରୁତିରଞ୍ଜନ ମାର୍ଥା,ମଧୁସ୍ମିତା ପରିଡା, ସମ୍ପାଦକ ମଳୟ ରଞ୍ଜନ ପତି, ନିହାର ରଞ୍ଜନ ବେହେରା, ଶୁଭ୍ରାସୁଂ ନାରାୟଣ ମିଶ୍ର, ଆଶିଷ ମିଶ୍ର , ଅବିନାସ ପ୍ରଧାନ, ସାଂଗଠନିକ ସମ୍ପାଦକ ପୂର୍ଣ୍ଣେନ୍ଦୁ ପୁଜାପଣ୍ଡା, ବିଜୁ ଯୁବଜନତା ଦଳର ଆଇ.ଟି ଉଇଙ୍ଗ ସଂଯୋଜକ  ଦୁଷ୍ମନ୍ତ ବେହେରା, ମହୀକ୍ଷୀତା ମିଶ୍ର, ଯୁବନେତା ଆଲୋକ ବେହେରା, ଦୀପକ କୁମାର ସାହୁ, ସୌମ୍ୟସାର୍ଥକ ରାୟ, ଚେତନ ମହାପାତ୍ର,  ଦୀପ୍ତି ରଞ୍ଜନ ପାଲ୍, ବିଶ୍ୱଜ୍ୟୋତି ବେହେରା, ଜୋନାଲୀକବି, ଲିପ୍ସା ଦାସ ପ୍ରମୁଖ ସହଯୋଗ କରିଥିଲେ ।

 

0
0
0
s2sdefault