ହେଡଲାଇନସ୍:

 ସୁକପାଇକା ନଦୀପଠା ଦିର୍ଘ ଦିନ ଧରି ଇଟାଭାଟି ମାଫିଆଙ୍କ ଭୂସ୍ବର୍ଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ 

 କଟକ (ପି .ମହାନ୍ତି) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି କିଶୋରନଗର ତହସିଲ ଅନ୍ତର୍ଗତ ସୁକପାଇକା ନଦୀପଠା ଦିର୍ଘ ଦିନ ଧରି ଇଟାଭାଟି ମାଫିଆଙ୍କ କବଜାରେ ରହିଛି | ତୁରନ୍ତ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଜବର ଦଖଲକାକରୀଙ୍କ  ନିକଟରୁ ଶୁକପାଇକ ନଦୀପଠାକୁ ମୁକ୍ତ କରିବା ସହ ବେଆଇନ ଇଟାଭାଟିକୁ ବନ୍ଦ କରିବାକୁ ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଦାବି କରିଛନ୍ତି  ।

  କଟକ ଜିଲ୍ଲାପାଳଙ୍କୁ ପ୍ରଦତ୍ତ ଏକ ଦାବିପତ୍ରରେ ବିଜେପି ରାଜ୍ୟ ସମ୍ପାଦକ ଶ୍ରୀ ମଲ୍ଲିକ ଉଲ୍ଲେଖ କରିଛନ୍ତି  "କଟକ ଜିଲାର କିଶୋରନଗର ତହସିଲ ଅନ୍ତର୍ଗତ ସୁକପାଇକା ନଦୀ ପାଠ ଦୀର୍ଘଦିନ ଧରି ଇଟାଭାଟି ମାଫିଆଙ୍କ କବଜାରେ ରହିଛି । ପ୍ରକାଶ ଥାଉକି ଯେ, ବାୟୁମଣ୍ଡଳ ଉତପ୍ତ ଏବଂ ପରିବେଶ ପ୍ରଦୂଷଣଜନିତ କାରଣରୁ ଇଟାଭାଟୀ ଗୁଡ଼ିକୁ ବନ୍ଦ କରିବା ସହିତ ଏଭଳି ବେଆଇନ ଇଟାଭାଟୀ କେହି କରିପାରିବେ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ମଧ୍ୟ ରହିଛି । କିନ୍ତୁ ପରିତାପର ବିଷୟ ଏହିକି ଯେ, ସୁପି୍ରମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରି କିଶୋରନଗର ତହସିଲ ଅଂଚଳରେ ସୁକପାଇକା ନଦୀ ଅବବାହିକାରେ କଟକ ସଦର ବ୍ଲକ ଅନ୍ତର୍ଗତ ଯଶପଡ଼ା, ସୋମପୁର, ଅରିଲୋ, ଥୋରିଆପଡ଼ା, ବୋଧପୁର ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବାବୁଜଙ୍ଗ, ବାରିମୂଳ, ସାହସପୁର ଓ ମଣିଜଙ୍ଗ ଗ୍ରାମର କେତେକ ମୁଷ୍ଟିମେୟ ଇଟାଭାଟୀ ମାଫିଆଶ୍ରେଣୀର ବ୍ୟକ୍ତି ସୁକପାଇକା ନଦୀପଠାକୁ ଦଖଲ କରି ଖୋଲାରେ ଇଟାଭାଟୀ କରି ବ୍ୟବସାୟ କରୁଛନ୍ତି । କିଶୋର ନଗର ତହସିଲ ପ୍ରଶାସନ ସବୁ ଜାଣି ମଧ୍ୟ ଅଜଣା ସାଜିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଅତୀତରେ ସମ୍ପୃକ୍ତ ତହସିଲରେ ସାଧାରଣଲୋକ ଅଭିଯୋଗ  ଦେଇଥିଲେ ହେଁ ତହସିଲ ପ୍ରଶାସନ ନୀରବ ସାଜିଛି । ଏତଦବ୍ୟତୀତ ଇଟାଭାଟୀ ହେଉଥିବା ଅଂଚଳର ଆରଆଇମାନେ ମଧ୍ୟ ଏହି ବେଆଇନ ଦଖଲ ଏବଂ ପରିବେଶ ଦୂଷିତ ପ୍ରତି ଧ୍ୟାନ ନଦେଇ ମାଫିଆଙ୍କ ସହ ସାମିଲ ହୋଇ ତାଙ୍କର କର୍ତବ୍ୟରେ ଅବହେଳା କରୁଛନ୍ତି ବୋଲି ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ନୋଳି ଶ୍ରୀ ମଲ୍ଲିକ ତାଙ୍କ ସ୍ମାରକ ପତ୍ରରେ ଦର୍ଶାଇଛନ୍ତି | 

ଶ୍ରୀ ମଲ୍ଲିକ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଗତ ୨୬ତାରିଖ ଦିନ ଆପଣଙ୍କୁ ଟୁଇଟ୍ ମାଧ୍ୟମରେ ଅଭିଯୋଗ କରିଥିଲେ ହେଁ ଆଜି ସିଧାସଳଖ ଆପଣଙ୍କୁ ଅଭିଯୋଗ  ଦରଖାସ୍ତ ପ୍ରଦାନ କରୁଛି । ଉକ୍ତ ବେଆଇନ ଘଟଣାର ତୁରନ୍ତ ତଦନ୍ତ କରାଯାଇ ଜବରଦଖଲକାରୀଙ୍କ କବଳରୁ ସୁକପାଇକା ନଦୀ ପଠାକୁ ମୁକ୍ତ କରିବା ସହିତ ଏହି ସବୁ ବେଆଇନ ଇଟାଭାଟୀ ଗୁଡ଼ିକୁ ତୁରନ୍ ବନ୍ଦ କରାଯାଉ । ତତ୍ ସହିତ କିଶୋର ନଗର ତହସିଲ ପ୍ରଶାସନକୁ ମଧ୍ୟ ଇଟାଭାଟୀ ମାଫିଆଙ୍କ କବଳରୁ ମୁକ୍ତ କରାଯାଇ ତହସିଲକୁ ସାଧାରଣଲୋକଙ୍କ ବିଶ୍ୱାସ ଭାଜନ କରାଯାଉ । ଏ ସମସ୍ତ ବିଷୟ  ପ୍ରତି ଧ୍ୟାନ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ସହ  ଜବର ଦଖଲକାରୀଙ୍କ ଠାରୁ ଫାଇନ ଆଦାୟ କରିବା ପାଇଁ ଦାବି କରିଛନ୍ତି ଶ୍ରୀ ମଲ୍ଲିକ | 

0
0
0
s2sdefault