ହେଡଲାଇନସ୍:

କେନ୍ଦ୍ରର କୋଭିଡ୍ ମାର୍ଗଦର୍ଶିକା ଆଧାରରେ ବିଜେପି ବକ୍ତବ୍ୟ ରଖୁ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ) : କେନ୍ଦ୍ର ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଲକ୍ଷଣ ପରିଲକ୍ଷିତ ହେଉଥିବା ବ୍ୟକ୍ତିମାନଙ୍କର ରାଜ୍ୟରେ କୋଭିଡ-୧୯ ପରୀକ୍ଷା କରାଯାଉଛି । ଏ କ୍ଷେତ୍ରରେ ଅପେକ୍ଷାକୃତ ଭାବେ ଅଧିକରୁ ଅଧିକ ପରୀକ୍ଷା ହେଉଛି । ତେଣୁ ବିଜେପି ପ୍ରଥମେ କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁଧ୍ୟାନ କରି ବକ୍ତବ୍ୟ ଦେଲେ ଭଲ ହେବ ବୋଲି ବିଜେପି ନେତା ପୃଥୀରାଜ ହରିଚନ୍ଦନଙ୍କ ଏକ ବିବୃତ୍ତିର ଜବାବରେ କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । 

ଡକ୍ଟର ପାତ୍ର କହିଛନ୍ତି ଯେ ଯେଉଁ ବ୍ୟକ୍ତିମାନେ କ୍ୱାରେଣ୍ଟାଇନ କେନ୍ଦ୍ରରେ ସଫଳତାର ସହ ସେମାନଙ୍କ ପାଇଁ ଧାର୍ଯ୍ୟ ସମୟ ସମାସ୍ତ କରି ଫେରୁଛନ୍ତି ସେହି ସମସ୍ତଙ୍କୁ ରାଜ୍ୟ ସରକାର ୨୦୦୦ ଟଙ୍କା କରି ଯୋଗାଇ ଦେଇଛନ୍ତି । ତେଣୁ ଏଭଳି ସ୍ଥିତିରେ ଆମେ ସମସ୍ତେ ମିଳିମିଶି କରୋନା ବିରୁଦ୍ଧରେ ଲଢେଇ କରିବା ଆବଶ୍ୟକ । ରାଜ୍ୟର ସୁରକ୍ଷା ପାଇଁ ଓଡିଶା ସରକାର ସର୍ବୋତ୍ତମ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଓଡିଶାର ସୁରକ୍ଷା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି । 

0
0
0
s2sdefault