ହେଡଲାଇନସ୍:

ଅଷ୍ଟମ ଥର ପାଇଁ ବିଜେଡି ସଭାପତି ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖାଲି ନବୀନ ନବୀନ ...ନବୀନ ନବୀନ....

ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ 

ଦଳର କର୍ମୀ ଓ ନେତାଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର( ଶାସକ ପ୍ରଶାସକ) ଏକମାତ୍ର ବ୍ୟକ୍ତି ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ଚିତ୍ର ସ୍ପଷ୍ଟ ହୋଇଯାଇଥିବା ବେଳେ ଆଜି ଅଷ୍ଟମ ଥର ପାଇଁ  ବିଜେଡି ସଭାପତି ଭାବେ ନବୀନ ପଟ୍ଟନାୟକ ବିଧିବଦ୍ଧ ନିର୍ବାଚିତ ଘୋଷିତ ହୋଇଛନ୍ତି | ପଞ୍ଚମ ଥର ପାଇଁ ରାଜ୍ୟ ସରକାରର ନେତୃତ୍ୱ ନେଇଥିବା ବିଜୁ ନନ୍ଦନ ନବୀନ ଅଷ୍ଟମ ଥର ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ମଙ୍ଗ ଧରିଛନ୍ତି । ସେହିପରି ରାଜ୍ୟ ପରିଷଦର ୩୫୫ ଜଣ ସଦସ୍ୟଙ୍କ ଭିତରୁ ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି | ଅଷ୍ଟମ ଥର ପାଇଁ ସଭାପତି ନିର୍ବାଚିତ ହୋଇଥିବା କଥା ଆଜି ଭୁବନେଶ୍ୱରରେ ଦଳର ରାଜ୍ୟ ପରିଷଦ ବୈଠକରେ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ତଥା ବିଧାୟକ ପ୍ରତାପ ଦେବ।  ବିଜେଡି ସଭାପତି ଭାବେ ତାଙ୍କ ନାଁ ଘୋଷଣା ହେବା ତଥା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସାଢେ ଚାରି କୋଟି ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତା’ସହିତ ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ବିଜେଡି ମୁଖ୍ୟ  କାର୍ଯ୍ୟାଳୟ ଠାରେ ରାଜ୍ୟ ପରିଷଦ ବୈଠକ ବୈଠକରେ ପରିଷଦର ୩୫୫ ଜଣ ସଦସ୍ୟ ଯୋଗ ଦେଇଛନ୍ତି। କାର୍ଯ୍ୟକାରିଣୀଙ୍କୁ ନିର୍ବାଚିତ ହୋଇଥିବା ୮୦ ଜଣଙ୍କ ତାଲିକା ନିମ୍ନରେ ସଂଲଗ୍ନ କରାଗଲା |  

ଓଡ଼ିଶାରେ  ଯେମିତି ଅବିକଳ୍ପ ନବୀନ, ବିଜେଡିରେ ବି ବିକଳ୍ପ ଶୁନ୍ୟ ନବୀନ ।  କୋଟ କୋଟିଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ନବୀନ | ଜାତୀୟ ରାଜନୀତିରେ ଏକ ବତୀଘର ନବୀନ | ଲୋକାଭିମୁଖୀ ଶାସନ ପାଇଁ ଯେମିତି ସାରା ଦେଶରେ ଉଦାହରଣ ନବୀନ, ନିଜର ସ୍ୱଭାବ ସୁଲ୍ଲଭ ତଥା ସରଳ ବ୍ୟକ୍ତିତ୍ୱ ପାଇଁ ବି ଅନୁକରଣୀୟ ନବୀନ | ରାଜନୀତିରେ ବିରୋଧୀ ତା ସମାଲୋଚନା କରିବେ | ହେଲେ ତାଙ୍କୁ ଯିଏ ଯେତେ ସମାଲୋଚନା କରୁ ପଛେ ତାଙ୍କର ସବୁଠୁ ଭଲ ଗୁଣ ହେଲା ସେ କାହା ବିରୋଧରେ ପଡେ କୁହନ୍ତିନି |  ଓଡିଶା ରାଜନୀତିରେ ଲୋକପ୍ରିୟତାରେ ସର୍ବକାଳୀନ ଶୀର୍ଷରେ ନବୀନ ।  ଅସମାନ୍ତର ନବୀନ, ଅପହଞ୍ଚ ନବୀନ । ବିଜେଡିର ଗର୍ବ ନବୀନ, ବିରୋଧୀଙ୍କ ଈର୍ଷାର କାରଣ ନବୀନ ।  ବିଜେଡି ପାଇଁ  ଓନିଡା ଟିଭିର ସେଇ ପୁରୁଣା ବିଜ୍ଞାପନର ଟୟାଗ ଲାଇନ " owners pride neighbours envy"  ହିଁ ନବୀନ ।  ବିଜେଡି ମାନେ ନବୀନ । ସେ ହିଁ ପରିଚୟ, ସେ ହି ବିଜେଡି ସ୍ଥିତି ବା ବିଲୟ ର କାରଣ । ସେ ହି ବର୍ତ୍ତମାନ , ସେ ହିଁ ଭବିଷ୍ୟତ । ବିଜୁ ବାବୁଙ୍କ ସୁପୁତ୍ର ଭାବେ ରାଜନୀତିରେ ଗୁରୁଣ୍ଡି ଗୁରୁଣ୍ଡି ପ୍ରବେଶ କରିଥିବା ନବିନ ଏବେ ନିଜେ ଗୋଟେ ବ୍ରାଣ୍ଡ । ତାଙ୍କ ନାଁରେ ଭୋଟ , ତାଙ୍କ ନାଁରେ ବିଧାୟକ, ତାଙ୍କ ନାଁରେ ଲୋକସଭା ସାଂସଦ , ତାଙ୍କ ଦୟାରେ ରାଜ୍ୟସଭା ସାଂସଦ ବା ତାଙ୍କରି ଦୟାରେ ରାଜ୍ୟଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପଦ । ସମ୍ପୂର୍ଣ ବିଜେଡି ପାଇଁ ଆଉ ବିଜେଡିର ନେତା, ବିଧାୟକ, ମନ୍ତ୍ରୀ ଆଉ ସାଂସଦଙ୍କ ପାଇଁ ପରିଚୟ ପତ୍ରର ବଳିଷ୍ଠ ଦସ୍ତଖତ ନବୀନ । ବିଜେଡି ରଥର ସାରଥି ନବୀନ, ଉତ୍ତାଳ ତରଙ୍ଗକୁ କାଟି କାଟି ସବୁ ଝଡଝଞ୍ଜାକୁ ଅତିକ୍ରମ କରି କୂଳରେ ଲଗାଉଥିବା ବିଜେଡି ଦଙ୍ଗାର ନାଁ ହିଁ ନବୀନ । ବିଜେଡି ରାଜନୀତିରେ ମୃତ୍ୟୁଞ୍ଜୟ ମହାମନ୍ତ୍ର ହିଁ ନବୀନ । ଏକ ବ୍ରହ୍ମ ଦ୍ଵିତୀୟ ନାସ୍ତିର ଜ୍ୱଳନ୍ତ ଉଦାହରଣ ହିଁ ନବୀନ । "କରି କରାଉ ଥାଏ ମୁହିଁ , ମୋବିନୁ ଅନ୍ୟଗତି ନାହିଁ"ର କରାଉଥିବା ଲୋକ ହିଁ ନବୀନ ।  ଓଡିଶା ରାଜନୀତିରେ ସମ୍ପ୍ରତି " ସର୍ବଧର୍ମ ପରିତ୍ୟଜ୍ୟ ମାମେକ ଶରଣମ ବ୍ରଜ""ର ଶରଣାଦାତା ହିଁ ନବୀନ । ସେ ନିର୍ବିରୋଧ, ଅବିକଳ୍ପ,  ସେ ହିଁ ଅସ୍ତିତ୍ବ । ନିର୍ବାଚନ କେବଳ ଗଣତାନ୍ତ୍ରିକ ଆବଶ୍ୟକତା  । ହେଲେ  "ନବୀନ" ତ୍ରିଅକ୍ଷରି ମହାମନ୍ତ୍ର କେବଳ ହିଁ ଆବଶ୍ୟକତା ବିଜେଡି ପାଇଁ । ବିଜେଡି ମାନେ ନବୀନ, ନବୀନ ମାନେ ବିଜେଡି । ଖାଲି ନବୀନ ନବୀନ ଆଉ ନବୀନ ନବୀନ .....| 

 

 

0
0
0
s2sdefault