ହେଡଲାଇନସ୍:

ଭଉଁରୀ ଶେଷ : ଚାଚେରୀ ଭୋଗ ଲାଗିହେଲେ ଶ୍ରୀ ରଘୁନାଥ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଶ୍ରୀ ଜିଉଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ୨୧ଦିନ ଧରି ଚାଲିଥିବା ଶ୍ରୀରଘୁନାଥ ଜୀଉ ବିଜେ ଓଡଗାଁଙ୍କ ବାହାର ଚନ୍ଦନ ଯାତ୍ରା ତଥା ଭଉଁରୀ ପର୍ବ  ଜ୍ୟେଷ୍ଠ  କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶେଷ ହୋଇଛି । ରାମସାଗର ପୁଷ୍କରିଣୀ ଠାରେ ବିଜେ ଶ୍ରୀରାମେଶ୍ୱର ମହାଦେବ, ମହାବୀର ହନୁମାନ ଓ ସ୍ଥାନୀୟ ମଠରେ ପୂଜା ପାଉଥିବା ରାଧାକୃଷ୍ଣଙ୍କ ବିଜେ ପ୍ରତିମାଙ୍କୁ ସାଙ୍ଗରେ ଧରି ପ୍ରଭୁ ରାମଚନ୍ଦ୍ର  ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ସାରାରାତି ଶ୍ରୀରାମ ସାଗରରେ ନୈାକା ବିହାର କରିବା ସହିତ ଚନ୍ଦନ ବେଦୀ ଚାରିପଟେ ୨୧ ଘେରା ଚାପ ଖେଳିଥିଲେ । 

      ଚନ୍ଦନ ମଣ୍ଡପରେ ରାତି୍ର ଯାପନ ପରେ ସକାଳ ୬ଟାରେ ସମସ୍ତ ଠାକୁର ନିଜ ନିଜ ବିମାନରେ ଆରୋହଣ କରିବା ପରେ ପାଳିଆ ପୂଜକଙ୍କ ଦ୍ୱାରା  ପଂଚ ଉପଚାରରେ ରାଜଭୋଗ, କର୍ପୁର ଆଳତୀ, ମହା ଆଳତୀ ଓ ଚନ୍ଦନ ଲାଗି ହୋଇ ଥାଟ ପାଟ୍ଟ ପଟ୍ଟୁଆରରେ ଏକ ବିରାଟ ଶୋଭା ଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହିତ ଦୁଆର ଦୁଆର ବୁଲି ଚାଚେରୀ ଭୋଗ ଲାଗି ହୋଇଥିଲେ । ଦିନ ୧୦ଟା ସମୟରେ ଶ୍ରୀ ଜିଉମାନେ ମନ୍ଦିରକୁ ପ୍ରବେଶ କରିବା ପରେ ନାଟ୍ୟ ମଣ୍ଡପରେ ଏକତ୍ର ଭାବେ ଜଗତିପୂଜା ଲାଗି ହୋଇଥିଲେ । ପରେ ଶ୍ରୀଜିଉଙ୍କ ଦୈନନ୍ଦିନ ନୀତି ଚାଲୁ ହୋଇ ଦିନ ୨ଟା ୩୦ରେ ପହୁଡ ପଡିଥିଲା । କୃଷ୍ଣପକ୍ଷ ନବମୀ ତିଥିଠାରୁ ଶ୍ରୀଜିଉଙ୍କ ଭିତର ଚନ୍ଦନଯାତ୍ରା ଆରମ୍ଭ ହୋଇଛିି । ଏହା ଆସନ୍ତା ଦେବସ୍ନାନ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିବ । ରତ୍ନବେଦୀ ଭିତର ଚନ୍ଦନକୁଣ୍ଡ ତମ୍ବା ସମ୍ପୁଟରେ ଶ୍ରୀଜିଉ, ମାତା ସୀତା, ଅନୁଜ ଲକ୍ଷ୍ମଣଙ୍କ ବିଜେ ପ୍ରତିମାଙ୍କୁ ରଖାଯାଇ ଜଳକ୍ରୀଡା କରାଯାଇଥିଲା । ଆଜିର ପାଳିଆ ପଣ୍ଡା ସଞ୍ଜୀବ ନନ୍ଦ ଓ ବେଣୁଧର ନନ୍ଦ, ମନ୍ଦିର  ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ପ୍ରମୁଖ ସମସ୍ତ ଦେବନୀତି କାର୍ଯ୍ୟ ସଂପାଦନ କରିଥିଲେ । 

0
0
0
s2sdefault