ହେଡଲାଇନସ୍:

ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ୍ ଶିବର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପାରାଦୀପରୁ ଉପେନ୍ଦ୍ର ଗୁରୁ :  ଗତ ୬ତାରିଖ ଠାରୁ ଆରମ୍ଭ ହୋଇ ୧୨ଦିନ ଧରି ଚାଲିଥିବା ପାରାଦୀପ ମହାବିଦ୍ୟାଳୟର ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କର ଆତ୍ମରକ୍ଷା କୌଶଳ ତାଲିମ ଶିବିରଉଦଯାପିତ  ହୋଇଯାଇଅଛି । ଆଜିର ଏହି ଉଦ୍ୟାପନୀ ଉତ୍ସବ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦିପ କୁମାର ବିଶ୍ୱାଳ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ପ୍ରତୀଭା ମଂଜରୀ ମହାନ୍ତି ଯୋଗଦେଇ ପ୍ରଦିପ ପ୍ରଜ୍ଜ୍ବଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଉଦ୍ଯାପନୀ  ଉତ୍ସବରେ ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଛାତ୍ରୀମାନଙ୍କର ସାହାସ, ନୈତିକତା ଏବଂ ଦକ୍ଷତା ବୃଦ୍ଧି ପାଇଁ ଉଦ୍ବୋଧନ ଦେଇଥିଲେ । ଏହି ଶିବିରରେ ୪ଜଣ ପ୍ରଶିକ୍ଷକ ଛାତ୍ରୀ ୨୦୦ଜଣ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ବେଳେ ସେମାନଙ୍କର କୌଶଳ ଅତିଥିମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ । ପରିଶେଷରେ ଛାତ୍ରୀମାନଙ୍କୁ ମାନପତ୍ର ସହ ପୁସ୍ତକ ‘ରିଆକ୍ଟ’ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ସଂଯୋଜିକା ଡା.ଜାଗୃତି ରାଏ ପରିଚାଳନା କରିଥିଲେ । ଅନ୍ୟତମ ସଂଯୋଜିକା ପ୍ରଭାତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault