ହେଡଲାଇନସ୍:

ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ ଓ ଜେ.କେ କାଗଜ କଳର ମିଳିତ ଆନୁକୁଲ୍ୟରେ ଅଂଚଳର ବାସିନ୍ଦାଙ୍କ ପାଇଁ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ରର ଉଦ୍ଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ(ସରୋଜ ସାହୁ): ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ ଓ ଜେ.କେ କାଗଜ କଳର ମିଳିତ ଆନୁକୁଲ୍ୟରେ ଜେ.କେ. ପୁର ସ୍ଥିତ ବିସି ରୋଡ ଠାରେ ଅଂଚଳର ବାସିନ୍ଦା ମାନଙ୍କ ପାଇଁ ଏକ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ରର ଶୁଭ ଉଦଘାଟନ ଜେ.କେ. କଗଜ କଳର ବରିଷ୍ଠ ପ୍ରବନ୍ଧକ ଶ୍ରୀ ସୁନୀଲ କୁମାର ନାଥ (ସୂଚନା ଓ ଲୋକ ସଂପର୍କ ଏବଂ ସାମାଜିକ ଦାୟୀତ୍ୱବୋଧ ବିଭାଗ) ଜେ.କେ. କାଗଜ କଳଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ନାଥ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚକ୍ଷୁ ଚିକିତ୍ସା କେନ୍ଦ୍ରର ଶୁଭ ଉଦଘାଟନ କରିବା ସହ ଅଂଚଳ ବାସୀ ଏହା ଦ୍ୱାରା ଅନେକ ମାତ୍ରାରେ ଉପକୃତ ହୋଇପାରିବେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏଠାରେ ଚକ୍ଷୁ ରୋଗ ଜନୀତ ସମସ୍ତ ପରିୀକ୍ଷା ଓ ଚିକିତ୍ସା ମାଗଣାରେ ଉପଲ୍ୱଧ କରାଯିବା ସହ ଔଷଧ ବିତରଣ କରାଯିବା ନେଇ ସୂଚନା ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ଶ୍ରୀ ଦିନେଶ କୁମାର (ପ୍ରଶାସନିକ ଅଧିକାରୀ) ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ, ହରୀହର ଖମାରୀ (ଉପ-ପ୍ରବନ୍ଧକ ସୂଚନା ଓ ଲୋକ ସଂପର୍କ ବିଭାଗ) ଜେ.କେ. କାଗଜ କଳ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault