ହେଡଲାଇନସ୍:

ବେଆଇନ ଗୋରୁ ଚାଲାଣ କାରବାର,୪ଗିରଫ :କଣ୍ଟେନର ଗାଡିରୁ ୨୭ବଳଦ ଉଦ୍ଧାର କଲା ପୋଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରଶାସକ)- ବରଗଡ ଜିଲା ସୋହେଲା ଅଂଚଳରେ ବେଆଇନଭାବରେ ଚାଲିଥିବା ଗୋରୁ ଚାଲାଣ କାରବାରର ପର୍ଦାଫାଶ ହୋଇଛି । ରବିବାର ରାତି ପ୍ରାୟ ୧୦ଟା ସମୟରେ ଗୋଟିଏ କଣ୍ଟେନର  ଗାଡିରେ ଗୋରୁ ଚାଲାଣ ହେଉଥିବା ସନ୍ଦେହ  କରି କେତେକ ଯୁବକ ଏଠିକାର ମୁଖ୍ୟଛକରେ ଗୋଟିଏ କଣ୍ଟେନର ଟ୍ରକ ନମ୍ବର ଡବ୍ଲୁବି୩୩-ଡି-୫୭୪୨କୁ ଅଟକାଇ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳକୁ ଆସି ଡ୍ରାଇଭରକୁ ପଚରାଉଚୁରା କରିବାରୁ ଗାଡିରେ ଗୋରୁ ଚାଲାଣ ହେଉଥିବା ପ୍ରକାଶ କରିଥିଲା । ପୋଲିସ ଗାଡିକୁ ଜବତ କରି ଥାନାକୁ ନେଇ ଯାଂଚ କରିବାରୁ ଗାଡି ମଧ୍ୟରୁ ଅସୁରକ୍ଷିତ ଅବସ୍ଥାରେ ଚାଲାଣ ହେଉଥିବା ୨୭ ପଟ ବଳଦକୁ ଉଦ୍ଧାର କରିଥିଲା । ଆଜି ସକାଳେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସମସ୍ତ ଗୋରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସ୍ଥାନୀୟ ଗୋଶାଳାରେ ଜିମା ଦିଆଯାଇଛି । ପୋଲିସ ଏଥିରେ ସଂପୃକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟଚାଳାଣ କରିଛି । ସେମାନେ ହେଲେ ପଶ୍ଚିମବଙ୍ଗର ଝାଡଗ୍ରାମ ଜିଲା ବଳିଆବେଡା ଥାନା ଅସ୍କୋଲା ଗ୍ରାମର ଦୁଖୀରାମ ବାଗ (୨୭)ଓ ସେଇ ଗ୍ରାମର ପରିମଲ ସାନ୍ଥରା (୩୬), ବୀରଭୁମ ଜିଲା ନଲହାଟି ଥାନା ଲାହାପୁର ଗ୍ରାମର ସୈଫୁଲ ସେକ୍ (୩୫) ଏବଂ ସୋହେଲା ଥାନା ବାଇପାଲି ଗ୍ରାମର କାମଦେବ ନାୟକ । ଏନେଇ ଥାନାରେ କେଶ ନମ୍ବର ଥାନା କେଶ ନମ୍ବର ୨୧୪/୧୮ରେ ଆଇପିସିର ଧାରା ୩୭୯/୪୧୧/୩୪ ଏବଂ ପ୍ରାଣୀ ନିର୍ଯ୍ୟାତନା ନିରାକରଣ ଆଇନର ୧୯୬୦ର ଧାରା ୧୧ ଏବଂ ଓଡିଶା  ଗୋହତ୍ୟା ନିରାକରଣ ଆଇନର ଧାରା ୭ଅନୁସାରେ ମାମଳା ରୁଜୁ ହୋଇଛି ବୋଲି ଥାନା ଆଇଆଇସି ନିର୍ମଲ କୁମାର ମହାପାତ୍ର ପ୍ରକାଶ କରିଛନ୍ତି । ଗୋରୁ ଦଲାଲମାନେ ସୋହେଲା ଅଂଚଳରେ ବହୁ ବର୍ଷ ହେଲା ସକ୍ରିୟ ରହି ବେଆଇନଭାବରେ ବାହାର ରାଜ୍ୟକୁ ଗୋରୁ ଚାଲାଣ କରୁଥିବା ଚର୍ଚ୍ଚା ହେଉଥିଲା । ଏହି ଦଲାଲମାନେ ସୋହେଲା ଅଂଚଳରେ ବିଭିନ୍ନ ଗ୍ରାମରୁ ଗୋରୁମାନଙ୍କୁ ସଂଗ୍ରହ କରି  ଗୋହତ୍ୟା ଉଦେ୍ଧଶ୍ୟରେ ପଶ୍ଚିମବଙ୍ଗକୁ ଚାଳାଣ କରାଯାଉଥିବା ଅଭିଯୁକ୍ତମାନେ ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ଏହି କାରବାରରେ  ବରଗଡ ଜିଲାର ତଥା ସ୍ଥାନୀୟ ଅଂଚଳର କେତେକ ନାମିଦାମି ଦଲାଲ ସଂପୃକ୍ତ ରହିଥିବା ଚର୍ଚ୍ଚା ହେଉଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ପୋଲିସ ସେମାନଙ୍କୁ ଧରିବା ପାଇଁ ତଥ୍ୟ ସଂଗ୍ରହ କରୁଛି । 

0
0
0
s2sdefault