ହେଡଲାଇନସ୍:

   କଳାବ୍ୟାଜ ପିନ୍ଧି ବନ କର୍ମଚାରୀଙ୍କ ପ୍ରତିବାଦ : ୧୭ ତାରିଖରୁ ସାମୁହିକ ଛୁଟିରେ ରହି ଶାନ୍ତିପୁର୍ଣ୍ଣ ଧାରଣା ଦେବେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ(ଶ୍ରୀକାନ୍ତ ମିଶ୍ର ) : ୬ଗୋଟି ଦାବି ପୁରଣ ନହେବାରୁ ଓଡିଶା ଅଣଗେଜେଟେଡ ବନକର୍ମଚାରୀଙ୍କ ସଂଘର ଆହ୍ୱାନରେ ପୂର୍ବ ନିଷ୍ପତ୍ତି  ଅନୁସାରେ ଓଡଗାଁ ବନାଞ୍ଚଳରେ କାର୍ଯ୍ୟରତ ଥିବା ୧୨ଜଣ କର୍ମଚାରୀ ଆଜି କଳାବ୍ୟାଚ ପିନ୍ଧି ପ୍ରତିବାଦ ନିଜର ପ୍ରତିବାଦ ଜଣାଇଛନ୍ତି । ବନ୍ୟଜନ୍ତୁଙ୍କ ସ୍ୱାଭାବିକ  ଅଥବା ଦୁର୍ଘଟଣା ଜନିତ ମୃତ୍ୟୁ ଅବା ଜଙ୍ଗଲ ଜନିତ କୈାଣସି ପ୍ରକାର ଅସୁବିଧା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଖସାଇ ଦେଇ ସର୍ବଦା ଅଧସ୍ତନ କର୍ମଚାରୀମାନଙ୍କୁ ଫସାଇଦେବାର ପ୍ରତିବାଦ କରିବା ସହିତ ମନୁଷ୍ୟ ବନ୍ୟଜନ୍ତୁ ସଙ୍ଘର୍ଷ ସନ୍ଦର୍ଭରେ ଜଣେ ବନରକ୍ଷୀ ଏବଂ ବନ ପାଳଙ୍କ ଦାୟିତ୍ୱ କଣ ?  ସେ କି କି  ପଦକ୍ଷେପ ଗ୍ରହଣ କରିପାରିବେ ? କି ପ୍ରକାରର ଅପରାଧ ଓ ଅଘଟଣ ପାଇଁ କିଏ ଦାୟୀ  ରହିବେ? ତାର ଏକ ଲିଖିତ ଗାଇଡଲାଇନ ପ୍ରସ୍ତୁତ କରିବା, ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ଦ୍ୱାରା ସରକାରୀ ସାଧନର ଦୁରୁପଯୋଗ ରୋକିବା, ସ୍ୱତନ୍ତ୍ର ଷ୍ଟ୍ରାଇକିଙ୍ଗ ଫୋର୍ସ ଗଠନ ଏବଂ ବନ ବିଭାଗରେ ବନ୍ୟଜନ୍ତୁ ଅନୁସରଣ, ନିଆଁଲିଭା ସୁରକ୍ଷା ଆଦି କାର୍ଯ୍ୟରେ ନିୟୋଜିତ ସମସ୍ତ ସାମୟିକ କର୍ମଚାରିଙ୍କୁ ଡ୍ରେସ କୋଡ ପ୍ରଦାନ ସହ ସ୍ୱତନ୍ତ୍ର ତାଲିମ ଦେଇ ବନ୍ୟପ୍ରାଣୀ ସୁରକ୍ଷା ଦଳ ଗଠନ କରିବା, ଏବଂ ୨୪ଘଂଟିଆ ନିୟୋଜିତ କାର୍ଯ୍ୟକୁ କାର୍ଯ୍ୟସେବା ଭାବେ ଗ୍ରହଣ କରି ଆବଶ୍ୟକିୟ ସୁବିଧା ଯୋଗାଇଦେବା ଇତ୍ୟାଦି ଦାବି ଗୁଡିକ ସରକାର ପୁରଣ ନକଲେ ଅଣଗେଜେଟେଡ ବନ୍ୟ କର୍ମଚାରୀ ସଂଘ ଆସନ୍ତା ୧୭ ତାରିଖରୁ ସାମୁହିକ ଛୁଟିରେ ରହି ବିଭାଗୀୟ ମୁଖ୍ୟ ପିସିସିଏଫଙ୍କ  କାର୍ଯ୍ୟାଳୟ ସାମ୍ନାରେ ଶାନ୍ତିପୁର୍ଣ୍ଣ ଧାରଣା ଦେବେ ବୋଲି କହିଛନ୍ତି । 

0
0
0
s2sdefault