ହେଡଲାଇନସ୍:

ରାସ୍ତାକଡ଼ରେ ଅର୍ଦ୍ଧଦଗ୍ଧ ଶବ, ପୋଲିସ ପରିଚୟ ଖୋଜୁଛି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୁରଭଞ୍ଜ/ଅରବିନ୍ଦ ଦାସ : ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କାପିଡୁଙ୍ଗୁରି ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥରେ ଏଭଳି ଘଟିଛି । ଏକ ଧାନଗଦା ଭିତରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଏଯାଏଁ ମୃତଦେହର ପରିଚୟ ମିଳି ପାରିନାହିଁ |

ତେବେ ମୃତଦେହଟି ଜଣେ ପୁରୁଷ କି ମହିଳାଙ୍କର ତାହା ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ । କୈାଣସି ଦୁର୍ବୃତ୍ତ ହତ୍ୟାକରିବା ପରେ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ପାର୍ଶ୍ୱ ତଥା ଦାଣ୍ଡପୋଷ ଗ୍ରାମ ନିକଟ ରାସ୍ତା କଡ଼ରେ ଥିବା ଧାନଗଦାରେ ଜାଳି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଗୋଟିଏ ଜୋତା ପଡିଥିବା ଦେଖା ଯାଉଛି । ରାଇରଙ୍ଗପୁର ଟାଉନ ଥାନା ପୁଲିସ ପହଞ୍ଚି ପୋଡା ଶବକୁ ଜବତ କରିଛି । ବାରିପଦାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ପୁଲିସକୁ ସେଭଳି କିଛି ସୁରାକ ମିଳିପାରି ନାହିଁ ।

 

0
0
0
s2sdefault