ହେଡଲାଇନସ୍:

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ଼/ଶାସକପ୍ରଶାସକ

ବରଗଡ଼ ଜିଲା ଭେଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୬)ଙ୍କୁ ଅପହରଣ ଓ ହତ୍ୟା ପରେ ମୃତଦେହକୁ ବିନ୍ଧ୍ୟବାସିନୀ ପାହାଡ଼ ଉପରେ ପକାଇଦେବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଥୁଆପାଲି ଗ୍ରାମର କୈଳାଶ ଚନ୍ଦ୍ର ବାରିକ(୧୮) ଏବଂ ରମେଶ ଓରଫ ଛୋଟୁ ସାହାଣୀ(୨୬)। ସେମାନଙ୍କ ପାଖରୁ ଏହି ଘଟଣାରେ ବ୍ୟବହୃତ ଏକ ବାଇକ୍‌ (ନଂ.ଓଡ଼ି୧୭ଜି ୩୪୩୭) ଜବତ କରାଯାଇଛି। ପୋଲିସ ଏ ନେଇ ଏକ ମାମଲା (ନଂ.୨୪୫/୧୮) ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ରବିବାର ସନ୍ଧ୍ୟାରେ କୋର୍ଟଚାଲାଣ କରିଛି।

ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସଡ଼ିପିଓ ସୁରେଶ କୁମାର ନାଏକ ସୂଚନା ଦେଇ କହିଥିଲେ, ଗତ ୩ ତାରିଖ ବିଳମ୍ବିତ ରାତ୍ରିରେ ଭେଡ଼େନ ଥାନା ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିଲେ। ଅନ୍ୟପକ୍ଷେ ସମ୍ପୃକ୍ତ ନାବାଳିକାଙ୍କ ମୃତଦେହ ନିକଟସ୍ଥ ବିନ୍ଧ୍ୟବାସିନୀ ପାହାଡ଼ରେ ପଡ଼ିଥିବା ନେଇ ଗତ ୭ତାରିଖ ରାତ୍ରିରେ ଖବର ପାଇ ପରିବାର ଲୋକେ ସେଠାକୁ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ ଏବଂ ଥାନାରେ ମୃତା ନାବାଳିକାଙ୍କ ମା’ ଏତଲା ଦେଇଥିଲେ। ଏତଲାରେ ମୁଖ୍ୟ ଅଭିଯୁକ୍ତ କୈଳାସ ତାଙ୍କ ଝିଅଙ୍କୁ ଅପହରଣ କରି ନେଇ ହତ୍ୟା କରିଥିବା ସେ ଉଲ୍ଲେଖ କରିଥିଲେ। ଏହାପରେ ପୋଲିସ କୈଳାସଙ୍କୁ ଥାନାକୁ ଆଣି ପଚରାଉଚୁରା କରିବାବେଳେ ସେ ହତ୍ୟାକାଣ୍ଡ ଭିଆଇଥିବା ସ୍ବୀକାର କରିଥିଲେ ।

  ଖବରଦାତା ସମ୍ମିଳନୀରେ ଭେଡ଼େନ ଥାନା ଆଇଆଇସି ତାରାଜସ୍ମିନ ଗୁଡ଼ିଆ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଏହି ଘଟଣାରେ ରୁଷୁଡା ଫାଣ୍ଡି ଅଧିକାରୀ ପ୍ରକାଶ ପାତ୍ର ଅବହେଳା କରିଥିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ଜିଲା ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ଥାନରେ ଏଏସଆଇ ଗଣେଶ ପ୍ରସାଦ କଲେତଙ୍କୁ ସେଠାରେ ଅବସ୍ଥାପିତ କରାଯାଇଛି ବୋଲି ଏସଡ଼ିପିଓ ନାଏକ କହିଛନ୍ତି । ତେବେ ପାତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଭେଡ଼େନ ଥାନା ଆଇଆଇସି ଗୁଡ଼ିଆ ତଦନ୍ତ କରୁଛନ୍ତି ଏବଂ ତଦନ୍ତ ରିପୋର୍ଟ ଆସିବା ପରେ ଏସପି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସେ କହିଥିଲେ ।

 

0
0
0
s2sdefault