ହେଡଲାଇନସ୍:

ଗଛରେ ପିଟି ହେଲା ସୁଇଫ୍ଟ ଡିଜାଏର : ଗାଡି ୨ମୃତ ୧ ଆହତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସୋହେଲା(ଶାସକପ୍ରଶାସକ)-ଶୁକ୍ରବାର ରାତିରେ ୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ନିମ୍ବ ଗଛରେ ଏକ ସୁଇଫ୍ଟ ଡିଜାଏର ଗାଡି ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡିରେ ବସିଥିବା ତିନି ଜଣଙ୍କ ମଧ୍ୟରୁ  ଦୁଇଜଣଙ୍କ ମୃତ୍ୟୁ  ଘଟିଛି ଓ ଜଣେ ଆହତ ହୋଇଛନ୍ତି । ଘଟଣାଟି ଘଟିଛି ସୋହେଲା ଥାନା ଅନ୍ତର୍ଗତ ମଧୁପୁର ଛକ ନିକଟରେ । ମୃତକ ଦୁଇ ଜଣ ହେଲେ ଛତିଶଗଡ ରାଜ୍ୟ ବିଲାସପୁର ସିିଭିଲ ଲାଇନର ଜାଭେଦ ଅକତର(୩୪) ଓ  ଚନ୍ଦ୍ରପ୍ରକାଶ ଓରଫ ଚଂଚଲ ଜାନଗେଡା(୩୪) । ଆହତ ହୋଇଛନ୍ତି ରାୟପୁର ନେହେରୁ ନଗର ଷ୍ଟେସନ ରୋଡର  ରବିନ୍ଦ୍ର ପ୍ରକାଶ ଜୈନ ଓରଫ ବୋଥ୍ରା(୨୭) ।

ପୋଲିସ ସୂତ୍ରରୁ ପ୍ରକାଶ ଯେ,ଗୋଟିଏ ସୁଇଫ୍ଟ ଡିଜାଏର ଗାଡି ନମ୍ବର ସିଜି୦୪କେଜେଡ୍/୪୮୪୩ରେ ତିନି ଜଣ ରାୟପୁରରୁ ସୁନ୍ଦରଗଡ ଯାଉଥିଲେ । ଏଠାରୁ ୫କିଲୋମିଟର ଦୂର ମଧୁପୁର ଛକ ନିକଟରେ ଜାତୀୟ ରାଜପଥର ବାମ ପାଶ୍ୱର୍ରେ ଥିବା ଏକ ନିମ୍ବ ଗଛରେ ଗାଡିଟି ବାଡେଇ ହୋଇଥିଲା । ପିସିଆର ଭ୍ୟାନରେ ପେଟ୍ରୋଲିଂ କରୁଥିବା ପୋଲିସ ଖବର ପାଇ ଘଟଣାସ୍ଥଳକୁ ପହଂଚିଥିଲେ । ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଗାଡିରେ  ସୋହେଲା ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ଗୁରୁତର ଆହତ ଚନ୍ଦ୍ରପ୍ରକାଶ ଏବଂ  ଜାଭେଦକୁ ମୃତ ଘୋଷଣା କରିଥିଲେ । ପୋଲିସ ଶବର ମାଇନା କରି ବରଗଡକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଆହତ ରବିନ୍ଦ୍ର ପ୍ରକାଶକୁ ପ୍ରାଥମିକ ଚିକିତ୍ସା କରି ଛାଡି ଦିଆଯାଇଥିଲା । ଏନେଇ ଥାନାରେ ୨୧୦/୧୮ରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ସୁଇଫ୍ଟ ଡିଜାଏର ଗାଡିକୁ ଜବତ କରିଛନ୍ତି । ଖବର ପାଇ ପରିବାର ବର୍ଗ ଆସି ପହଂଚିଥିଲେ । ବ୍ୟବଚ୍ଛେଦ ପରେ ପୋଲିସ ଶବଦ୍ୱୟକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି । 

 

0
0
0
s2sdefault